Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା - ବର୍ଷା ବିଶେଷଙ୍କ ୨୦୧୭ (eMagazine)

By Storymirror team


GENRE

Abstract

PAGES

43

ISBN

E-MAGAZINE

PUBLISHER

StoryMirror

E-MAGAZINE ₹0
Rs. 0
Sold By

StoryMirror

Sold and Shipped by StoryMirror
After purchase of e-magazines, you can read them in your profile page.
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

ବର୍ଷାର ତାଣ୍ଡବ | ଅଧା ସହର ବୁଡିଗଲାଣି ପାଣିରେ, ଲୋକେ ଘରୁ ଗୋଡ କାଢି ପାରୁନାହାନ୍ତି, ରାସ୍ତାରେ ଗଛ ପଡି ଯାନବାହନ ଚଳାଚଳ ବାଧା ପ୍ରାପ୍ତ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସମ୍ବାଦମାନ ପଢି ମୁଁ ଭାବୁଥିଲି ଏହି ବର୍ଷା ଜନିତ କ୍ଷୟ କ୍ଷତି ସକାଶେ କାହାକୁ ଦୋଷ ଦେବି? ସରକାରଙ୍କୁ ନା ସମ୍ବାଦ ପତ୍ରମାନଙ୍କୁ? ବର୍ଷା ତ ଆଜି ନୂଆ ନୁହେଁ | ପ୍ରବଳ ବର୍ଷାର ପ୍ରାଦୁର୍ଭାବ କାଲି ଥିଲା, ଆଜି ମଧ୍ୟ ଅଛି | ତେବେ ପୂର୍ବରୁ କ’ଣ ବର୍ଷା ହେତୁରୁ ସହରରେ କୃତ୍ରିମ ବଢି ହେଉ ନ ଥିଲା? ପାଣିରେ ରାସ୍ତା ଭାସି ଯାଉ ନ ଥିଲା ନା ଗଛ ପଡି ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହେଉ ନ ଥିଲା | ହେଉ ଥିଲାlମାତ୍ର ଏତେ ମାତ୍ରାରେ ନୁହେଁ |


ବିଡମ୍ବନା ଏୟା କି ଆଜିକାଲି ନିର୍ମାଣଧିନ ସ୍ମାର୍ଟ ସହରର ବାସିନ୍ଦା ଭାବରେ ଲୋକଙ୍କୁ ବର୍ଷାର ପ୍ରାଦୁର୍ଭାବ କିଂକର୍ତ୍ତବ୍ୟବିମୁଢ ହୋଇ ସ୍ୱୀକାର କରିବାକୁ ପଡୁଛି | ସହରଯାକ ବୁଲି ଆସିଲା ପରେ ମନେ ହେଲା ସ୍ମାର୍ଟ ସହରରେ ବର୍ଷା ପାଣି ନିଷ୍କାସନ ନିମନ୍ତେ କୌଣସି ପ୍ରକାରର ସ୍ମାର୍ଟ ବ୍ୟବସ୍ଥା ନାହିଁ | ବସ୍ତିଗୁଡିକରେ ଦିନ ଦିନ ଧରି ପାଣି ଜମିବା ଫଳରେ ଅସ୍ଵାସ୍ଥ୍ୟକର ପରିବେଶ ଅକ୍ତିଆର କରିନେଉଛି ବାୟୁ, ଜଳ ଓ ସ୍ଥଳ | ଯୁଆଡେ ଖାଲି ଜାଗା ପଡିଛି, ଓଲେଇ ଗାଈ ପରି ସହର ମାଡି ମାଡି ଯାଉଛି | ଲୋକ ସଂଖ୍ୟା ଦିନୁ ଦିନ ଅଧିକରୁ ଅଧିକ ହେଉଛିlସହର ସମ୍ବନ୍ଧରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଫଳ ହେଉ ନାହିଁ ବା କାଗଜପତ୍ରରୁ ବାହାରକୁ ଆସିପାରୁନି |


ସେ ଚିନ୍ତାରୁ ହଟି ଆସି ମୁଁ ଚାହିଁଲିପାଣି ସୁଅ ଛୁଟିଥିବା ଗଳି ରାସ୍ତାରେ ବୃଦ୍ଧ ଜଣେ କିନ୍ତୁ ଝିପିଝିପି ବର୍ଷାରେ ଚାଲିଥିଲେ ଛତା ଟେକି, ସମ୍ଭବତଃ ନିକଟରେ ଛଣା ହେଉଥିବା ବରା, ପକୁଡି ତାଙ୍କର ଗନ୍ତବ୍ୟ ସ୍ଥଳ | ରାସ୍ତା କଡର କୃଷ୍ଣଚୂଡା ଫୁଲର ସମ୍ଭାର | ମୋର ମନେହେଲା ସହରର ସବୁଜିମା ବର୍ଷାର ସ୍ଵରରେ ମଗ୍ନ ହୋଇ ସତେ ଯେମିତି ନୃତ୍ୟରତା | ରାସ୍ତା ଘାଟରେ ଜମିଥିବା ପାଣି ଦେଖି ସ୍କୁଲରୁ ଫେରୁଥିବା ସାନ ସାନ ପିଲାଙ୍କ ମୁହଁରେ କିଛି ଭାବ ମନେ ପକେଇଦେଲାକି ମୋ ପିଲାଦିନ | କାଗଜ ଡଙ୍ଗା ଆଉ କୁଆପଥରର ସ୍ଵାଦ |


ବର୍ଷାର ସ୍ପର୍ଶରେ ସହରବାସୀଙ୍କ ମୁହଁରେ ବେଳେ ବେଳେ ଉଙ୍କିମାରେ ଚପଳ ମତି ପିଲାଟିଏର ଉଲ୍ଲସିତ ଭାବ | ବର୍ଷାରେ ଭିଜିବାର ଆନନ୍ଦ ଅବର୍ଣ୍ଣନୀୟ | ନିଜ ନିଜ ବର୍ଷାର ଅନୁଭବ ଯଦି ଲେଖିବାକୁ କୁହାଯାଏ ଆପଣମାନେ କଅଣ ଲେଖିବେ?

You may also like

Ratings & Reviews

Be the first to add a review!
Select rating
 Added to cart