Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା - ଫେବୃୟାରୀ ୨୦୧୯ (eMagazine)

★★★★★
After purchase of e-magazines, you can read them in your profile page.
Author | Storymirror Team Publisher | StoryMirror Infotech Pvt. Ltd. ISBN | E-MAGAZINE Pages | 212
E-MAGAZINE
₹0


ଆକାଂକ୍ଷା ଆଶା ଆଉ ଉଦ୍ଦୀପନାର ସ୍ଵର ,ଏକ ନିଆରା ସୃଜନର ଗଙ୍ଗୋତ୍ରୀ । ଯେଉଁଥିରେ ଲିପିବଦ୍ଦ ବଳିଷ୍ଠ କବି ଓ ଲେଖକ ମାନଙ୍କର ବଳିଷ୍ଠ ଲେଖନୀର ଆତ୍ମଲିପି ।


ସମ୍ପାଦକୀୟ


: ମାମା ! ତୁମେ ଅଲି ଭାଇକୁ ବିଧର୍ମୀ କାହିଁକି କୁହ ?

: କାରଣ ସେ ମୁସଲମାନ୍ l

: ମୁସଲମାନ୍ ମାନେ କ’ଣ ?

: ଯେମିତି ଆମର ଧର୍ମ ହିନ୍ଦୁ,l ସେମିତି ମୁସଲମାନମାନେ ଇସଲାମ୍ ନାମକ ଆଉ ଗୋଟିଏ ଧର୍ମ ଅନୁସରଣ କରନ୍ତି l

: ମାମା ! ତେବେ ବିଧର୍ମୀ ମାନେ କ’ଣ ? ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅର ପ୍ରଶ୍ନ ଶୁଣି କିଛି ସମୟ ରହିଗଲି ମୁଁ l କ’ଣ ଉତ୍ତର ଦେବି ? ଜାଣିପାରୁନଥିଲି ମୁଁ l 

           : ଯାହାର ଧର୍ମ ନାହିଁ l ଅନେକ ଭାବି ଚିନ୍ତି ଉତ୍ତର ଦେଲି ମୁଁ l

           : କିନ୍ତୁ ତମେ ଏବେ କହିଲ ନା, ଅଲି ଭାଇ ଇସଲାମ୍ ଧର୍ମର l ତେବେ ତାଙ୍କର ଧର୍ମ କେମିତି ନାହିଁ ? ସେ ବିଧର୍ମୀ କେମିତି ହେଲେ ? ବିଧର୍ମୀ ବଦଳରେ ସିଏ ଅନ୍ୟ ଧର୍ମର କହିବାଟା ଠିକ୍ ହେବ ନା ?

ମୋ ପୁଅର ବ୍ୟାଖ୍ୟା ମୋତେ ଚୁପ୍ କରେଇଦେବା ପାଇଁ ଯଥେଷ୍ଟ ଥିଲା l

ଧର୍ମକୁ ନେଇ ଆମେ ଅନେକ ତର୍ଜମା କରୁ l ଅନ୍ୟ ଧର୍ମାବଲମ୍ବୀଙ୍କୁ ବିଧର୍ମୀ କହିବା ପୂର୍ବରୁ ଥରେ କେହି କେବେ ଚିନ୍ତା କରିଛି କି, ଆମେ ଯେମିତି ସେମାନଙ୍କୁ ବିଧର୍ମୀ କହୁଛୁ, ସେମାନେ ବି ଆମକୁ ବିଧର୍ମୀ କହୁଥିବେ l ଧର୍ମକୁ ନେଇ ଏସବୁ ଭ୍ରାନ୍ତ ଧାରଣାର ଅବସାନ ହେବା ଉଚିତ ନୁହେଁ କି ? ଆମ ସମସ୍ତଙ୍କର ଧର୍ମ ପ୍ରେମ ହେବା ଉଚିତ୍ ନୁହେଁ କି ? ଆଗକୁ ଭାଲେଣ୍ଟାଇନସ୍ ଡେ ଆସୁଛି l ଏହି ଦିନ ଧର୍ମ ଧର୍ମ ଭିତରେ ବିଭାଜନର ଅବସାନ ଘଟେଇ ପ୍ରେମର ଧର୍ମକୁ ଆପଣେଇ ନେବା l ସମସ୍ତଙ୍କୁ ଏତିକି ଅନୁରୋଧ l


ରଶ୍ମି ରେଖା ତ୍ରିପାଠୀ

ସମ୍ପାଦିକା



Be the first to add review and rating.


 Added to cart