Quotes

Audio

Read

Books


Write

Sign In

We will fetch book names as per the search key...

ଆମ ସୈନିକଙ୍କ ପାଇଁ ଗୋଟିଏ ସଲାମ (ସ୍ଵତନ୍ତ୍ର ସଂକଳନ ) (eBook)

★★★★★
Read the E-book in StoryMirror App. Click here to download : Android / iOS
Author | StoryMirror Team Publisher | StoryMirror Infotech Pvt. Ltd. ISBN | E-BOOK Pages | 35
E-BOOK
₹20





“ ଜୟ ଯବାନ । ଜୟ କିଷାନ ॥ “

      ଆମେ ଜାଣୁ ଆପଣ ସମସ୍ତେ ଏହି କ୍ଷୁଦ୍ର ସ୍ଲୋଗାନଟା ବିଷୟରେ ଆଗରୁ ପରିଚିତ । ଯାହାର ଅର୍ଥ ମଧ୍ୟ ଆପଣ ମାନଙ୍କୁ ଜ୍ଞାତ । କିନ୍ତୁ ଆଜି କ’ଣ ଆମେ ତା’ ପ୍ରତି ଗଭୀର ଅନୁରକ୍ତ ? ଉତ୍ତର ଆସିବ - ନା ! କାହିଁକି ନା ଆମ ଭିତରେ ସେଇ ଦେଶ ପ୍ରେମୀ ମଣିଷଟା ଆଜି ଶୋଇ ପଡିଛି ନିଘୋଡ ନିଦରେ । ଆପଣା ଆପଣାର ସ୍ଵାର୍ଥ ସାଧନରେ ଆମେ ସମସ୍ତେ ମସଗୁଲ । ଆଉ ସେଇ ବ୍ୟସ୍ତ ଜୀବନ ଭିତରେ ଦେଶ ପାଇଁ ବା ସମୟ କାହିଁ ? ସମୟ ଥିଲେ ବା କିଏ ଭାବୁଛି ଯେ ଦେଶ ପାଇଁ ...କାହିଁକି ନା ଆମେ ସ୍ଵାଧୀନ ଭାରତର ମଣିଷ ! କିନ୍ତୁ କେବେ ଭାବିଛନ୍ତି ଆପଣ ଆଜି ଯେଉଁ ଦମ୍ଭର ସହିତ ନିଜକୁ ସ୍ଵାଧୀନ ଭାବରେ ଘୋଷଣା କରୁଛନ୍ତି ସେଇଟା କାହାର ବଳିଦାନର ଫଳ ,କାହାର ନିଗିଡା ଲୁହ ଆଉ ଲହୁର ଅନୁଦାନ ! ଥରେ କେବେ ଭାବିଛନ୍ତି ନିଜ ଘର ସଂସାର ,ପରିବାର ଭୁଲି ଆମକୁ ସୁରକ୍ଷା ପ୍ରଦାନ କରୁଥିବା ସେଇ ବୀର ଯବାନ ମାନଙ୍କର ଜୀବନ କାହାଣୀ ବିଷୟରେ । ଥରେ ଭାବି ଦେଖନ୍ତୁ, ଆପେଆପେ ବାହାରି ପଡିବ ପଟିରୁ “ ହେ ବୀର ଯବାନ ତୁମକୁ ମୋର ସାଲାମ । ‘’

        ଏହି ସଂକଳନରେ ସ୍ଥାନିତ ଗଳ୍ପ ଓ କବିତା ଷ୍ଟୋରିମିରର ଆନୁକୂଲ୍ୟରେ ଆୟୋଜିତ ଲିଟକନ ପ୍ରତିଯୋଗିତା “ ଆମ ସୈନିକମାନଙ୍କ ପାଇଁ ଗୋଟେ ସଲାମ “ରେ ଚୟନ କରାଯାଇଅଛି । ଯାହା ସେଇ ବୀର ସୈନିକ ମାନଙ୍କର ବୀରତ୍ଵ ,ଦେଶପ୍ରେମ ,ତ୍ୟାଗର ପରିଚାୟକ । ଯେଉଁଠି ଫୁଟି ଉଠିଛି ତାଙ୍କ ଲୁହ ଲହୁର ନିଚ୍ଛକ ପ୍ରତିଛବି ।

ତେଣୁ ଏହି ସଂକଳନ ସେଇ ବୀର ମାନଙ୍କର ସମ୍ମାନରେ ଉତ୍ସର୍ଗ କରୁଅଛୁ ।

ଷ୍ଟୋରିମିରର ପରିବାର











Be the first to add review and rating.


 Added to cart