Quotes

Audio

Read

Books


Write

Sign In

We will fetch book names as per the search key...

କାତିକେଲା (Katikela)

By ଶୁଭ ନାରାୟଣ ସ୍ଵାଇଁ (Shubha Narayana Swain)


GENRE

Classics

PAGES

116

ISBN

978-93-91116-17-0

PUBLISHER

StoryMirror

PAPERBACK ₹170
Rs. 170
ADD TO CART



About The Book


କବିତାରେ ଗାଁ ମାଟି, ଜହ୍ନ ରାତି ଏବଂ ଜୀବନ ଓ ଜୀବିକାର କଥା କହୁଥିବା ଶୁଭ ନାରାୟଣ ସ୍ଵାଇଁ ଉପନ୍ୟାସରେ କୁହନ୍ତି ନିଜେ ଭେଟିଥିବା କିଛି ଘଟଣା ବହୁଳ ଜୀବନର କଥା । ତାଙ୍କ ଉପନ୍ୟାସରେ ଯେତିକି ପଢି ହୁଏ ଗୋଟିଏ ନାରୀ ମନର ଅବ୍ୟକ୍ତ ଦୁଃଖ ଓ ଯନ୍ତ୍ରଣାକୁ, ଠିକ୍ ସେତିକି ପଢିହୁଏ କୁଆଁରୀ କଥାକୁ । ତାଙ୍କ ଉପନ୍ୟାସରେ ଯେତିକି ପଢିହୁଏ ବିସ୍ଥାପିତ ମଣିଷର ଆଖିର ଲୁହକୁ, ଠିକ୍ ସେତିକି ପଢିହୁଏ ବିସ୍ଥାପିତ ପାଲଟି ପାରିନଥିବା ଅଥଚ ବିସ୍ଥାପିତ ପାଲଟିବାକୁ ଚାହୁଁଥିବା ମଣିଷର ଛାତି ତଳର କୋହକୁ । ତାଙ୍କ କାହାଣୀ ଗପ ପରି ନୁହେଁ ସତ ପରି ମନେ ହୁଏ । ଏ ସମ୍ପର୍କରେ ତାଙ୍କୁ ପଚାରିଲେ, ସେ କୁହନ୍ତି ସତ ପରି ଲାଗୁଥିବା ସବୁକଥା ସତ ନୁହେଁ କି ମିଛ ପରି ଲାଗୁଥିବା ସବୁ କଥା ମିଛ ନୁହଁ । ତାଆ ମାନେ ତାଆ ଭିତରେ କିଛି ଗୋଟିଏ ସସପେନସ୍ ଅଛି ନିଶ୍ଚୟ ।

କାତିକେଲା କାହାଣୀଟି ବି ଠିକ୍ ସେହିପରି । ଅଚାନକ୍ ଆରମ୍ଭ ହୋଇଛି କାହାଣୀଟି । ଆରମ୍ଭରେ ରୋମାନ୍ସ, ତାଆ ପରେ ସସପେନସ୍, ତାଆ ପରେ କାତିକେଲା ଗାଁ, ଆସ୍ ପଣ୍ଡ ବ୍ଳାଷ୍ଟ ଏବଂ ଅନ୍ଧାର ରାତିରେ ଭୟ । ଏବଂ ତାଆ ପରେ... ପଢିଲେ ଜାଣିବେ । ଆଶା କରୁଛି, ଅନେକ ମାଇଲ୍ ଖୁଣ୍ଟ ଅତିକ୍ରମି ସାରିଥିବା କବି ଓ ଔପନ୍ୟାସିକ ଶୁଭ ନାରାୟଣ ସ୍ଵାଇଁଙ୍କ ଏ ଉପନ୍ୟାସଟି ପାଠକମାନଙ୍କ ହୃଦୟକୁ କିଣିନେବ ତଥା ପାଠକୀୟ ଆଦରଲାଭ କରିବ ।


About The Author


ଶୁଭ ନାରାୟଣ ସ୍ୱାଇଁ, ଓଡ଼ିଆ କବିତା ଓ ଉପନ୍ୟାସର ଅନ୍ୟତମ ନିଦା ପ୍ରତିଶ୍ରୁତି । ସମୟକୁ ଆପଣା ଆଖିରେ ଦେଖିବା ଓ ଦେଖାଇବାର ପ୍ରଚେଷ୍ଟା ତାଙ୍କ କବିତା ଓ ଉପନ୍ୟାସରେ ସ୍ପଷ୍ଟ ।


ଛଅଟି କବିତା ସଙ୍କଳନ, ଦୁଇଟି ଅନୁବାଦ, ଗୋଟିଏ ଆଲୋଚନା ଓ ଗୋଟିଏ ଉପନ୍ୟାସ ତାଙ୍କର ଆଗରୁ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି ।ପୁସ୍ତକ ହିସାବରେ 'କାତିକେଲା' ତାଙ୍କର ଏକାଦଶତମ ପୁସ୍ତକ ଓ ଉପନ୍ୟାସ ହିସାବରେ ଏହା ତାଙ୍କର ଦ୍ଵିତୀୟ ଉପନ୍ୟାସ । ଏ ଉପନ୍ୟାସରେ ଅଛି ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାକୁ ହଲେଇ ଦେଲା ଭଳି ରହସ୍ୟ ଓ ଚାଞ୍ଚଲ୍ୟକର ତଥ୍ୟ ।









You may also like

Ratings & Reviews

5.0

Average based on 1 review.

Write a Review
5 star
1
4 star
0
3 star
0
2 star
0
1 star
0
Share your thoughts
Select rating
 Added to cart