We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹900 | |
| Amazon | Price not available | |
| Flipkart | Price not available |
Bhijamatira Basna
ନିତିଦିନିଆ ଦୁନିଆର ନାନାଦି ଅନୁଭବକୁ ପୁଞ୍ଜି କରି କବି ଶରତ କୁମାର ଦାସ ତୋଳିଛନ୍ତି ତାଙ୍କର ପ୍ରଥମ କବିତା କୋଣାର୍କ "ଭିଜାମାଟିର ବାସ୍ନା " । ଜୀବନର ନିଚ୍ଛକ ବାସ୍ତବତା ,ସାମାଜିକ ମୂଲ୍ୟବୋଧ,ପ୍ରକୃତି ପ୍ରେମ ଓ ଦେଶାତ୍ମବୋଧର ଅମୃତମୟ ଅନୁଚିନ୍ତା ସହିତ ପ୍ରୀତି ପ୍ରଣୟର ମଧୁର ବାସ୍ନାରେ ଉକ୍ତ ସଙ୍କଳନରେ ସ୍ଥାନିତ ପ୍ରତିଟି କବିତା ବାସ୍ନାୟିତ । ଭାଷା ସରଳ ,ସାବଲୀଳ ଓ ସୁବୋଧ୍ୟ । ନିଜସ୍ବ ଦୀପ୍ତିରେ ଦେଦୀପ୍ୟମାନ ଏହାର ଅନ୍ତଃସ୍ବର ।ସଂକଳନଟି ଗୁଣଜ୍ଞ ପାଠକ-ପାଠିକାଙ୍କ ଜ୍ଞାନଦୀପ୍ତ ହୃଦୟରେ ନୀଡଟିଏ ରଚନା କରିବାର ଆଶା ରଖେ ।
ପରିପୂର୍ଣ୍ଣା (Paripurna)
ପରିପୂର୍ଣ୍ଣା ବହିରେ ସ୍ଥାନିତ ହୋଇଛି ସମୁଦାୟ ତେଇଶିଟି ଗଳ୍ପ । ଆମ ସମାଜରେ ବେଳେବେଳେ ଏମିତି ଘଟଣା ସବୁ ଘଟିଥାଏ ଯାହା ସାଧାରଣ ଲୋକଙ୍କୁ ସ୍ତମ୍ଭୀଭୂତ କରିଦିଏ, କେବେ ଆଶା କରିନଥିବା ଦିଗରୁ ଦୁର୍ଘଟଣାଟି ଘଟିଯାଏ, ପାଦ ତଳୁ ଭୂମି ଖସି ଯାଏ, ଆଉ ପୁଣି କେବେ କାହାର ଅଯାଚିତ ଦୟାରେ ମଣିଷ ନୂଆ ଜୀବନ ପାଏ । କେବେ ସେଇ ମଣିଷ ଈଶ୍ବର ହୋଇ ଠିଆ ହୁଏ ତ କେବେ ଦାନବ ହୋଇ । ସେଇମିତି କିଛି ଚରିତ୍ର ଏବଂ ଘଟଣାକୁ ନେଇ ଉପସ୍ଥିତ ହୋଇଛି ପରିପୂର୍ଣ୍ଣା । ପରିପୂର୍ଣ୍ଣା ବହିଟିରେ ସ୍ଥାନିତ ସମସ୍ତ ଗଳ୍ପ ଗୁଡିକ ଆମ ସମାଜର ସାମ୍ପ୍ରତିକ ସମୟର ବିଭିନ୍ନ ଘଟଣାବଳୀ ଉପରେ ଆଧାରିତ ।
Nirbachita Upanyasa Sangraha (ନିର୍ବାଚିତ ଉପନ୍ୟାସ ସଂଗ୍ରହ)
ବିଭୂତି ବିମୁଗ୍ଧ ଉପନ୍ୟାସ ପାଠକମାନଙ୍କ ଚାହିଦାକୁ ଆଖି ଆଗରେ ରଖି ଷ୍ଟୋରୀମିରର୍ ଇନଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ତାଙ୍କର ନିର୍ବାଚିତ ପଚିଶ ଖଣ୍ଡ ଉପନ୍ୟାସକୁ ଦଶ ଭାଗରେ ପ୍ରକାଶ କରିବା ପାଇଁ ଲେଖକଙ୍କ ସହ ଚୁକ୍ତିବଦ୍ଧ ହୋଇଛୁ l ଏହି ନିର୍ବାଚିତ ଉପନ୍ୟାସ ସଂଗ୍ରହର ମୁଦ୍ରିତ ଏବଂ ଇ-ବୁକ୍ ସଂସ୍କରଣ ଆଗ୍ରହୀ ପାଠକମାନଙ୍କ ପାଇଁ ଉପଲବ୍ଧ ହେବ l