Quotes

Audio

Read

Books


Write

Sign In

We will fetch book names as per the search key...

କଳିକା (Kalika)

By ସୁଚିସ୍ମିତା ଶତପଥୀ (Suchismita Shatapathy)


GENRE

Self help

PAGES

110

ISBN

ebook

PUBLISHER

StoryMirror

E-BOOK ₹99 PAPERBACK ₹199
Rs. 99
ADD TO CART



About The Book :


ସୁଚିସ୍ମିତା ଶତପଥୀଙ୍କ ଲିଖିତ ୨୩ଟି ନିର୍ବାଚିତ ରୋମାଞ୍ଚକର ଗଳ୍ପକୁ ନେଇ 'କଳିକା' ଶୀର୍ଷକ ଏହି ଗଳ୍ପ ସଂକଳନର ପରିକଳ୍ପନା । ଏହା ତାଙ୍କ ଗଳ୍ପ ମାନସର ପ୍ରଥମ ପରିପ୍ରକାଶ । ସୁଖରେ ବିହ୍ୱଳିତ ନହେବା, ଦୁଃଖରେ ବିଚଳିତ ନହେବା ହିଁ ସଫଳ ଜୀବନ ଯାତ୍ରାର ଲକ୍ଷଣ, ଯାହାକି ସୁଚିସ୍ମିତା ଶତପଥୀଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତୀୟମାନ । ଦୁଃଖକୁ ନିଜର କରି ସୁଖକୁ ସ୍ୱାଗତ କଲେ ସୁଖ ଦୁଃଖରେ ସମୋଚିତ୍ତ ରହି ଜୀବନ ବିତାଇଲେ ହିଁ ମଣିଷ ଯେ ମଣିଷ ପରି ବଞ୍ଚିପାରିବ, ଏହା ଅନ୍ୟଥା ନୁହେଁ। ଗାଳ୍ପିକାଙ୍କ ଜୀବନବାଦୀ ଦୃଷ୍ଟିକୋଣ ହିଁ ତାଙ୍କ ଗଳ୍ପର ମୁଖ୍ୟ ବଳୟ ଓ ଗଳ୍ପ ସଂକଳନର ଅନ୍ତଃସ୍ରୋତ ଏହା ନିର୍ଦ୍ଵନ୍ଦ୍ୱରେ କୁହାଯାଇପାରେ । ଆମର ଆଶା ଓ ବିଶ୍ୱାସ ଏହି ଗଳ୍ପ ସଂକଳନଟି ସୁଧୀ ବିଜ୍ଞ ପାଠକ ବର୍ଗଙ୍କ ସ୍ୱୀକୃତି ଓ ଆଦୃତି ଲାଭ କରିବ।


About The Author :


ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ପିତା ରାଜକିଶୋର ଶତପଥୀ ଓ ମାତା କନକଲତା ଶତପଥୀଙ୍କର କନ୍ୟା ରୂପେ ସୁଚିସ୍ମିତା ଶତପଥୀ କୋଳମଣ୍ଡନ କରିଥିଲେ । ଜଣେ ପାଠିକା ଭାବେ ସାହିତ୍ୟ ପ୍ରତି ଅନୁରାଗ ହିଁ ତାଙ୍କୁ ଲେଖାଲେଖିରେ ଆଗ୍ରହ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା । ଜୀବନ ଜଞ୍ଜାଳ ଓ ସରକାରୀ ଚାକିରୀର ବ୍ୟସ୍ତତା ଭିତରେ ମଧ୍ୟ ଲେଖାଲେଖିକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଯଦିଓ ପେଷାରେ ସେ ଜଣେ ପ୍ରତିଷ୍ଠିତ ଇଂଜିନିୟର ଭାବେ ବାରିପଦା ସଦର ବ୍ଲକରେ କନିଷ୍ଠ ଯନ୍ତ୍ରୀ ରୂପେ ଅବସ୍ଥାପିତ, ତଥାପି ତାଙ୍କ ନିଶା ହେଉଛି ସାହିତ୍ୟ ସାଧନା । 












You may also like

Ratings & Reviews

Be the first to add a review!
Select rating
 Added to cart