Quotes

Audio

Read

Books


Write

Sign In

We will fetch book names as per the search key...

ଅର୍ଘ୍ଯଥାଳି (Arghyathali)

★★★★★
Read the E-book in StoryMirror App. Click here to download : Android
Author | ବୁନୀ ତ୍ରିପାଠୀ ( Buni Tripathy) Publisher | StoryMirror Infotech Pvt. Ltd. ISBN | ebook Pages | 124 Genre | Self help
E-BOOK
₹99
PAPERBACK
₹199



About the Book:


"ଅର୍ଘ୍ୟଥାଳି" ବୁନୀ ତ୍ରିପାଠୀଙ୍କର ଦ୍ୱିତୀୟ ଗଳ୍ପ ସଂକଳନ। ଏହି ଗଳ୍ପ ସଙ୍କଳନରେ ତାଙ୍କ ଜୀବନର ଅନେକ ଅନୁଭବ ବିଭିନ୍ନ ଚରିତ୍ର ମାନଙ୍କ ମାଧ୍ୟମରେ ରୂପ ଲାଭ କରିଛି । ସମାଜର ନିତିଦିନିଆ ଜୀବନରେ ଘଟି ଯାଉଥିବା ଆଖପାଖର ଘଟଣାକୁ ନୂଆ ରୂପରେ ସେ ପାଠକ ମାନଙ୍କ ନିକଟରେ ପରସିଦେଇଛନ୍ତି ।  


About the Author:


ବୁନୀ ତ୍ରିପାଠୀଙ୍କ ଜନ୍ମ ଅଭିଭକ୍ତ କଟକ ଜିଲ୍ଲା ରଘୁନାଥପୁରର ସାଧୁସାହି ଗ୍ରାମରେ । ବାପା ୰ରମେଶ ଚନ୍ଦ୍ର ତ୍ରିପାଠୀ ସଙ୍ଗୀତ ଓ ଡ୍ରାମା ଡିଭିଜନ, କେନ୍ଦ୍ର ସରକାର ଙ୍କ ଅଧୀନରେ କାର୍ଯ୍ୟରତ ଥିଲେ । ବାପା ନିଜେ ଜଣେ ଖ୍ୟାତି ସମ୍ପନ୍ନ ଲେଖକ ଥିଲେ । ମାଆ ସଚଳା ତ୍ରିପାଠୀ । ଉଭୟ ବାପା ଓ ମାଆଙ୍କ ପ୍ରେରଣାରେ ବୁନୀ ଅଭିନୟ ତଥା ଲେଖା ଲେଖିରେ ଆଜି ପର୍ଯ୍ୟନ୍ତ ଆଗେଇ ଚାଲିଛନ୍ତି । ସେ ଏକାଧାରରେ ଜଣେ କବି, ଗାଳ୍ପିକ, କଥାକାର, ଗୀତିକାର, ଅଭିନେତ୍ରୀ ତଥା ପ୍ରଯୋଜିକା ।


ଆଜି ପର୍ଯ୍ୟନ୍ତ ସେ ଗୁଡାଏ ଧାରାବାହିକ ତଥା ଚଳଚିତ୍ରରେ ଅଭିନୟ କରି ଚାଲିଛନ୍ତି, "ଏଇତ ଦୁନିଆ", "ତିନି ତୁଣ୍ଡରେ ଛେଳି କୁକୁର", "ଲାଲ ମହଲ", ସାଧୁ ମେହେର ଙ୍କ ନିର୍ଦ୍ଦେଶିତ "କାଳୀ ବୋହୂ, "ଆହ୍ୱାନ", "ଉଆଁସୀ କନ୍ୟା", "ଶ୍ରୀଜଗନ୍ନାଥ" ଆଦି ଧାରାବାହିକ ତାଙ୍କ ନିଖୁଣ ଅଭିନୟର ପରିଚାୟକ । ସେହିପରି "ଚମ୍ପିୟାନ ଓ ଦୀପୁ", "The Dance Boy" ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ତାଙ୍କର କାବ୍ୟକୃତି ଓ ଗଳ୍ପ ରଚନା ପାଇଁ ସେ ସ୍ୱପ୍ନିଳ ସାହିତ୍ୟ ସଂସଦ, କୋଣାର୍କ ପୁସ୍ତକ ମେଳା, କୋଣାର୍କ ଚନ୍ଦ୍ର ଜ୍ୟୋସ୍ନାର ଆସର, ନିଶିଗନ୍ଧା, ସୁଲେଖା ଗୁଣ୍ଡିଚା ସାହିତ୍ୟ ସଂସଦ, ପୁରୀ ଆଦି ଦ୍ୱାରା ସମ୍ମାନିତ ହୋଇଛନ୍ତି । ଆଗରୁ ଗଳ୍ପ ସଂକଳନ "ଝରା ଶେଫାଳି" ପ୍ରକାଶିତ ହୋଇ ସାରିଛି ।















Be the first to add review and rating.


 Added to cart