Quotes

Audio

Read

Books


Write

Sign In

We will fetch book names as per the search key...

ଶ୍ରୀଝର (Shrijhara)

★★★★★
Author | ଡଃ ଝରଣା ଶତପଥୀ (Jharana Shathpathy) Publisher | StoryMirror Infotech Pvt. Ltd. ISBN | 9789394603028 Pages | 170
PAPERBACK
₹299


About the Book :



"ଶ୍ରୀଝର" ଗଳ୍ପ ସଂକଳନ ବହିଟି ଡକ୍ଟର ଝରଣା ଶତପଥୀଙ୍କ ଦ୍ୱାରା ରଚନା କରାଯାଇଥିବା ୩୯ଟି ଗଳ୍ପର ଏକ ସମାହାର । ଲେଖିକା ବିଭିନ୍ନ ଦୃଷ୍ଟିକୋଣରୁ ବିଷୟବସ୍ତୁକୁ ସାଉଁଟି ବୋଧଗମ୍ୟ ହେଲା ଭଳି ନିଜସ୍ୱ ଚିନ୍ତାଧାରାର ଉପସ୍ଥାପନ   କରିଛନ୍ତି ।


ଏହି ସଂକଳନରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନସିକ, ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ମଧୁର ପ୍ରେମ କାହାଣୀ, ବିଭିନ୍ନ ଅନୁଭୂତି ଓ ଉପଦେଶ ମୂଳକ ଗଳ୍ପ ସହ ଭ୍ରମଣ ଐତିହାସିକ ଓ ସଚେତନତା ସୃଷ୍ଟି କଲାଭଳି ବିଭିନ୍ନ ଗଳ୍ପ ସଂପର୍କରେ ଯେଉଁ ଗଭୀର ଅନୁଶୀଳନର ବାର୍ତ୍ତା ପ୍ରଦାନ କରିଛନ୍ତି, ଏହା ଜନମାନସକୁ ଅବଶ୍ୟ ଆଦୃତ କରିବ - ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।



About the Author :


ଡକ୍ଟର ଝରଣା ଶତପଥୀ ଏକାଧାରରେ ଜଣେ କବୟିତ୍ରୀ ଏବଂ ଗଳ୍ପ ରଚୟିତ୍ରୀ ମଧ୍ୟ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ (ଜଗନ୍ନାଥ ସଂସ୍କୃତି ଦ୍ୱାରା ଜଡ଼ିତ ଥିବା ପୁରୀର ବିଭିନ୍ନ ମଠର ସାମାଜିକ ଓ ସାଂସ୍କୃତିକ ପରମ୍ପରା) ଉପରେ ପିଏଚ୍.ଡ଼ି ଡିଗ୍ରୀ ପ୍ରାପ୍ତ କରି ଏକ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ କିଛି ବର୍ଷ କାର୍ଯ୍ୟରତ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା; ପ୍ରଚାର ଓ ପ୍ରସାର ନିମିତ୍ତ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ରହିଛି । ଛୋଟବେଳୁ ଲେଖାଲେଖି ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ।


ବାପା ସ୍ୱର୍ଗତଃ ବାଞ୍ଛାନିଧି ଶତପଥୀ; ଯିଏ ଜଣେ ସୁନାମଧନ୍ୟ ଲେଖକ, ତାଙ୍କର ଆଶୀର୍ବାଦ ଏବଂ ବଡ଼ ଭାଇ ବିଶିଷ୍ଟ କବି ପ୍ରଶାନ୍ତ ଶତପଥୀଙ୍କ ପ୍ରେରଣା ପାଇ ଗାଳ୍ପିକା ବହୁତ ଗଳ୍ପ ଓ କବିତା ଲେଖିବାରେ ସମର୍ଥ ହୋଇପାରିଛନ୍ତି । ଷ୍ଟୋରିମିରର୍ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେ ମଧ୍ୟ ବହୁ ପୁରସ୍କୃତ ହୋଇଛନ୍ତି ।


ଷ୍ଟୋରିମିରର୍ ଦ୍ୱାରା ୨୦୧୯ ନଭେମ୍ବର ମାସର ପ୍ରଥମ ସପ୍ତାହରେ ତାଙ୍କ ସ୍ୱରଚିତ ଗଳ୍ପ 'ମୁଠାଏ ମାଟିର ମୋହ' ପାଇଁ 'Author of The Week' ବିବେଚିତ ହୋଇଛନ୍ତି । ଷ୍ଟୋରିମିରର୍ ତରଫରୁ 'ସାରସ୍ୱତ ଗଳ୍ପ ସମ୍ମାନ -୨୦୨୦' ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି ।







Be the first to add review and rating.


 Added to cart