Quotes

Audio

Read

Books


Write

Sign In

We will fetch book names as per the search key...

ଜହ୍ନ ଯେବେ ହସେ (Jahna Jebe Hase)

By ଜୟଶ୍ରୀ ମହାରଣା (Jayashree Maharana)


GENRE

Poetry

PAGES

124

ISBN

9788119445929

PUBLISHER

StoryMirror

PAPERBACK ₹199 E-BOOK ₹99
Rs. 199
Best Price Comparison
Seller Price
StoryMirror Best price ₹199
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART




About the Book:


ପ୍ରେମ,ପ୍ରତାରଣା,ପ୍ରତୀକ୍ଷାର ଭାବରେ ସମାହିତ ସୃଜନିକା । ବିରହିଣୀ ପ୍ରାଣ କେବେ ପ୍ରତୀକ୍ଷା ତ କେବେ ପ୍ରେମର ଫଲ୍ଗୁରେ ଭରେ ଦେହେ ଶିହରଣ । ବର୍ଷାଭିଜା ଫଗୁଣ ଖୋଜେ ସାଥିଟିଏ ହାତ ଧରି ଭିଜିବାକୁ। ଯୌବନର ବେଳାତଟେ ଅଭିମାନୀ ପ୍ରେମିକାର ଏକାକୀପଣକୁ ପ୍ରେମିକ ଆସିବା ସମ୍ବାଦ ମନେ ଭରେ ସମ୍ମୋହନ। ସଂକଳନରେ ସମାହିତ ସମସ୍ତ କବିତା ପ୍ରତ୍ୟେକ ପ୍ରେମୀ ହୃଦୟର କଥା। ତୋଳିଥିବା ବାଲିଘର ଉଜୁଡ଼େ ନତୁବା ଗଢ଼େ ବିଳାସପୂର୍ଣ୍ଣ ଅଟ୍ଟାଳିକା। ପ୍ରେମର ଅଦୃଶ୍ୟ ବିରହ ପ୍ରଣୟ ଭାବନାକୁ ଗଚ୍ଛିତ କରାଯାଇଛି ସୃଜନିକାରେ।

ମୋ ଭାଷାରେ ପ୍ରେମ..........

ପ୍ରେମ ପୁଷ୍ପ ହୃଦେ ଆଣେ ସ୍ୱର୍ଗୀୟ ଭାବନା

ଗଢୁ ଗଢୁ ଦିଏ ସୁଖ ନତୁବା ଯାତନା।


About the Author:


ବାଣପୁର ନିବାସୀ ପିତା ସ୍ୱର୍ଗତ ମେଘନାଦ ମହାରଣା ଓ ମାତା ସୁରମା ମହାରଣାଙ୍କ ତୃତୀୟ ସନ୍ତାନ କବୀ ଶ୍ରୀମତୀ ଜୟଶ୍ରୀ ମହାରଣା। ସାଧାରଣ ପରିବାରରେ ଜନ୍ମ ହୋଇ ବୁଝିଛି ଦୁନିଆକୁ ସଂଘର୍ଷର ଭାଷାରେ। ବିଶୃଙ୍ଖଳିତ ଯୁବପିଢିକୁ ବାଟ ଦେଖାଇବାର ପଣ ମନକୁ କରିଛି ଦୃଢ଼ । ପେଶାରେ ଶିକ୍ଷୟିତ୍ରୀ ହେଲେ ବି କଳା, ସାହିତ୍ୟ କ୍ଷେତ୍ରରେ ରହିଛି ଅହେତୁକ ଦୁର୍ବଳତା । ୨୦୧୭ ମସିହାରୁ ଲେଖନୀ ଚଳଚଞ୍ଚଳ। ସମାଜକୁ ଶବ୍ଦର ବାର୍ତ୍ତା ମାଧ୍ୟମରେ ସୁଧାରିବାର ପ୍ରୟାସ ଜାରି ରହିଛି । ସ୍ୱାମୀ ଅନୁପ କୁମାର ଦଳବେହେରାଙ୍କ ପ୍ରେରଣା ସହିତ ବାପା-ମା ଙ୍କ ଭଲପାଇବା ଓ ପାଠକ ମାନଙ୍କର ଅଭିମତ ମୋତେ ଉତ୍ସାହ ଯୋଗାଇଛି ଆଗକୁ ବଢ଼ିବାକୁ। ସର୍ବୋପରି ଈଶ୍ୱରଙ୍କ ଆଶୀର୍ବାଦ ହିଁ ମୋ ସାହିତ୍ୟ ପଥର ଶୋଭା।










You may also like

Ratings & Reviews

Be the first to add a review!
Select rating
 Added to cart