Quotes

Audio

Read

Books


Write

Sign In

We will fetch book names as per the search key...

ଓଡ଼ିଆ ଜନାଦୃତ କବିତା ଗୁଚ୍ଛ କମ୍ବୋ (Odia Popular Poetry Collection Combo )

★★★★★
Author | StoryMirror Authors Publisher | StoryMirror Infotech Pvt. Ltd. ISBN | Combo Pages | 300
COMBO
₹420


“ଉତ୍କଳ ଊର୍ମି ଅର୍କଶ୍ରୀ" ହୃଷୀକେଶ ଶତପଥୀଙ୍କର ଦ୍ଵତୀୟ କବିତା ସଂକଳନ । ଏଥିରେ ଓଡିଶା ମାଟିର ଐତିହ୍ୟ, ପ୍ରକୃତି ବର୍ଣ୍ଣନା, ପ୍ରେମ କବିତା, ମାତୃ ବନ୍ଦନା ଆଦି ସାରସ୍ୱତ ସୃଜନାତ୍ମକ କବିତା ସବୁ ସଂକଳନକୁ ସୁନ୍ଦର ତଥା ଲୋଭନୀୟ କରି ତୋଳିଛି । ଅଗଣିତ ପାଠକ ପାଠିକାଙ୍କର ଆଦୃତ ହେବ ବୋଲି କବି ଆଶା ରଖିଛନ୍ତି । ଷ୍ଟୋରିମିରର୍ ପରିବାରକୁ କବିଙ୍କର ହାର୍ଦ୍ଦିକ ସମ୍ମାନ ।


କିଛି ସ୍ମୃତି କିଛି ଅନୁଭୂତି” କବିଙ୍କର ପ୍ରଥମ କବିତା ସଙ୍କଳନ ମାତ୍ର । ସୁଖ-ଦୁଃଖ ପ୍ରେମ-ବିରହ, ହସ-କାନ୍ଦ, ସାମାଜିକ ଅଭାବ କଷଣ, ସଂସ୍କୃତି ପରମ୍ପରା ପର୍ବପର୍ବାଣୀ ଓ ପ୍ରକୃତିର ସୁରମ୍ୟ ରୂପଚର୍ଯ୍ୟାକୁ ଅତି ନିଖୁଣ ଭାଵରେ ଉପସ୍ଥାପନା କରିଛନ୍ତି । ଭାବନାର ଅନ୍ତରାଳେ ଛପି ରହିଥିବା ଭଲ-ମନ୍ଦ, ସୁଖ-ଦୁଃଖ, ହସ-ଖୁସି ଆଉ ପ୍ରେମ-ପ୍ରଣୟ ଉପଲବ୍ଧିର ନିଚ୍ଛକ ଚିତ୍ର ଆଙ୍କିବାକୁ କବି ସଦାନନ୍ଦ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ଲେଖନୀର କୁହୁକ ସ୍ପର୍ଶରେ । ଏ ସବୁ ସାମାଜିକ ଭାବ ଉଦ୍ଦୀପକ ଭିନ୍ନତାର ଚିତ୍ରକୁ କବି ଶବ୍ଦ ରୂପକ ଅଳଙ୍କାରରେ ସଜାଇବାକୁ ଯାଇ କବିତା ସଙ୍କଳନର ସୁମଧୁର ନାମ “ କିଛି ସ୍ମୃତି କିଛି ଅନୁଭୂତି ” ରଖିଛନ୍ତି ମାତ୍ର । ଏହି ସୁରମ୍ୟ କବିତା ସଙ୍କଳନଟି କବିଙ୍କର ପ୍ରଥମ ଅବଦାନ । ଏହା କବିଙ୍କର ବଡ଼ ଉପଲବ୍ଧିର କୁହୁକ ଚିତ୍ର କହିଲେ ଅତ୍ୟୁକ୍ତି ହେଵ ନାହିଁ । ଉକ୍ତ କବିତା ସଙ୍କଳନଟି ଜନାଦୃତ ହୋଇ ପାଠକୀୟ ଆଦୃତି ଲାଭ କଲେ କବିଙ୍କ ଶ୍ରମ ସାର୍ଥକ ହେଵ ।


ସଂସ୍କୃତି, ପରମ୍ପରା,ଐତିହ୍ୟ, ଦେଶପ୍ରେମ, ପ୍ରେମ ,ଜୀବନ ଦର୍ଶନ ଓ ସାମାଜିକ କୁପ୍ରଥା ଆଦିକୁ ନେଇ ବିଭିନ୍ନ ସମୟରେ ମୁଁ ଯେଉଁ କବିତା ସବୁ ଲେଖିଛି ସେଗୁଡିକ ,ଏହି କବିତା ସଂକଳନରେ ସ୍ଥାନ ପାଇଛନ୍ତି । ଅନାବନା ତୃଣ, ଲତା, ଗୁଳ୍ମରେ ପରିପୂର୍ଣ୍ଣ ଗୋଟିଏ କ୍ଷେତ୍ରକୁ ଟିକିଏ ଯତ୍ନ ଦେଇ ଯେପରି ଏକ ସୁନ୍ଦର ଉଦ୍ୟାନରେ ପରିଣତ କରି ଦିଆଯାଇପାରେ, ସେହିପରି ଏହି ଅନାବନା କବିତା ଗୁଡିକୁ ଏକ ଉଦ୍ୟାନ ପରି ସଜେଇ ଦିଆଯାଇଛି ଏହି ସଂକଳନରେ । ଭ୍ରମର ପରି ପ୍ରିୟ ପାଠକମାନେ ଏହି ଅନାବନା କବିତା ଉଦ୍ୟାନରେ ବୁଲି ବୁଲି ଭିନ୍ନ ଭିନ୍ନ କବିତା-ଫୁଲରୁ ରସ ଆସ୍ୱାଦନ କରିବେ ବୋଲି ଆଶା କରିବି




Be the first to add review and rating.


 Added to cart