Quotes

Audio

Read

Books


Write

Sign In

We will fetch book names as per the search key...

ଉଷାର ଆଲୋକ (Ushar Alok)

By ପ୍ରଣତି ପଣ୍ଡା (Pranati Panda)


GENRE

Poetry

PAGES

172

ISBN

9789392661594

PUBLISHER

StoryMirror

PAPERBACK ₹225
Rs. 225
ADD TO CART


About the Book: 


"ଉଷାର ଆଲୋକ" ସଙ୍କଳନ କବୟତ୍ରୀଙ୍କ ଜୀବନର ଏକ ଅନନ୍ୟ କୃତି । କବୟତ୍ରୀଙ୍କ କବିତା ଲେଖିବାର ଭାବଧାରା ଉଷାର ଆଲୋକରେ ଶୁଭ ବ୍ରାହ୍ମ ମୁହୂର୍ତ୍ତରେ ପ୍ରାରମ୍ଭ ହେଇ ଧୀରେ ଧୀରେ ଅଗ୍ରଗାମୀ ହୋଇଛି । ଇଶ୍ୱରଙ୍କ ଆଶୀର୍ବାଦରୁ ସଙ୍କଳନରେ ଥିବା କବିତା ଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନର ସୂକ୍ଷ୍ମାତିସୂକ୍ଷ୍ମ ଭାବଧାରାର ପରିପ୍ରକାଶ ହୋଇଛି, ଯାହାକି ପାଠକଙ୍କ ହୃଦୟରେ ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଭାବାବେଗ ସୃଷ୍ଟି କରିବା ପାଇଁ ବାଧ୍ୟ କରିପାରିବ ନିଶ୍ଚିତ ଭାବରେ । କବୟତ୍ରୀ ଶ୍ରୀମତୀ ପ୍ରଣତି ପଣ୍ଡା ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରାନ୍ତୁ, ଏହାହିଁ ମଙ୍ଗଳମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।


About the Author:


କବୟିତ୍ରୀ ଶ୍ରୀମତୀ ପ୍ରଣତି ପଣ୍ଡା ଏକାଧାରରେ ଜଣେ କବି, ସୁଗୃହିଣୀ, ମାନବ ଓ ଜୀବପ୍ରେମୀ, ପରୋପକାରିଣୀ, ଉଦାରବାଦୀ, ଧାର୍ମିକା ମହିଳା ଅଟନ୍ତି । ସ୍ୱର୍ଗୀୟ ବାଞ୍ଛାନିଧି ମହାପାତ୍ର ଓ ବିଶିଷ୍ଟ କବୟତ୍ରୀ ସ୍ୱର୍ଗୀୟା ଶକୁନ୍ତଳା ମହାପାତ୍ରଙ୍କ କନିଷ୍ଠା କନ୍ୟା ରୂପେ ସେ କଟକରେ ଜନ୍ମ ଗ୍ରହଣ କରିଥିଲେ । କବୟତ୍ରୀ ପ୍ରଣତି ପଣ୍ଡା ତେଣୁ କାବ୍ୟିକ ପରିବେଶ ଭିତରେ ତାଙ୍କର ଉନ୍ମେଷ ଓ ବିକାଶ ସାଧିତ ହୋଇଛି । ବାସ୍ତବରେ ତାଙ୍କ‌ ଜୀବନକୁ ସେ କାବ୍ୟମୟ କରି ଗଢ଼ି ତୋଳିଛନ୍ତି ଯାହା ତାଙ୍କ କବିତାଗୁଡିକୁ ଅନୁଶୀଳନ ଓ ଅଧ୍ୟୟନ କଲେ ସ୍ପଷ୍ଟ ଅନୁମିତ ହୁଏ । ତାଙ୍କର କବିତା ଗୁଡ଼ିକ ସମୟକ୍ରମେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ପାଠକ ମହଲରେ ଲୋକଆଦୃତ ହୋଇପାରିଛି । ଓଡ଼ିଶାର ଶିକ୍ଷାମନ୍ତ୍ରୀ ସମେତ ଅନେକ ସାହିତ୍ୟିକ ଅନୁଷ୍ଠାନ ତରଫରୁ "ପ୍ରତିଭା ସମ୍ମାନ"ରେ ସମ୍ମାନିତା ହେବା ସହ ଷ୍ଟୋରୀମିରର୍ ତରଫରୁ ମଧ୍ୟ ତାଙ୍କର ଅନୁପମ ସୃଜନୀ ପାଇଁ ସମ୍ମାନିତ କରାଯାଇଛି ।





You may also like

Ratings & Reviews

Be the first to add a review!
Select rating
 Added to cart