Quotes

Audio

Read

Books


Write

Sign In

We will fetch book names as per the search key...

ନିଦ ଚୋରି କରେ ନୀଳ ନୟନା

By DILIP KUMAR SAHOO


GENRE

Poetry

PAGES

100

ISBN

ebook

PUBLISHER

StoryMirror

E-BOOK ₹50
Rs. 50
Best Price Comparison
Seller Price
StoryMirror Best price ₹50
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the book:

କବିତା ଲେଖିବା ,ପିଲା ବେଳରୁ ମୋର ନଶା ଥିଲା । ଦୂରଦର୍ଶନରେ ଜଣେ କାର୍ଯକ୍ରମ ପ୍ରସ୍ତୁତକର୍ତ୍ତା ଭାବରେ ଯୋଗ ଦେବାପରେ ଗୀତିକବତିା ଲେଖିବା ପାଇଁ ମୋତେ ମିଳିଥିଲା ପର୍ଯ୍ୟାପ୍ତ ସୁଯୋଗ ।ଆଉ ଦୂରଦର୍ଶନରୁ ଅବସର ନେବାପରେ କବତିା ଲେଖିବା ଧାରାକୁ ଜାରିରଖିବା ଓ ଅବସର ଜୀବନର ସମୟକୁ ସୁବିନିଯୋଗ କରିବାରେ ଉତ୍ସାହତି କରିଆସୁଛନ୍ତି ଷ୍ଟୋରିମିରର୍ ପରିବାର ।


ଆଗରୁ ମାସକୁ ଚାରିପାଞ୍ଚଟି କବତିା ଲେଖୁଥିଲି । ଏବେ ଲେଖୁଛି ତିରିଶି ରୁ ଅଧିକ । ଏହା ସମ୍ଭବ ହାଇଛି ଷ୍ଟୋରିମିରର୍ ଯୋଗୁ । ଏବେ ମୋ କବିତା ଗୁଡ଼ିକୁ ନେଇ ଷ୍ଟୋରିମିରର୍ ଏକ ଇ ବୁକ୍ ପ୍ରସ୍ତୁତ କରିଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ।


About the author :

ସାହିତ୍ୟ ଓ ସୃଜନୀ ର ବିସ୍ତୀର୍ଣ୍ଣ ପଥରେ ଦିଲ୍ଲୀପ କୁମାର ସାହୁ ଜଣେ ନିରଳସ ପାନ୍ଥ । କେବେ କ୍ୟାମେରା ର ଲେନ୍ସ ରେ ସେ କଏଦ କରିଛନ୍ତି ଜୀବନକୁ, ତ ଆଉ କେବେ ଶବ୍ଦର ନାଡି ଧରି ମାରିଛନ୍ତି ଆବେଗର ବେଗ । ଦୂରଦର୍ଶନର ପର୍ଦାରେ ସୃଜନୀର ତୁଳିଧରି ସେ ଆଙ୍କିଛନ୍ତି ଆମ ସଂସ୍କୃତି , ପରମ୍ପରା ଆଉ ଜୀବନର ବିବିଧ ଚିତ୍ର ସବୁ । ମାଟି କୁ ମାଆ ଓ ଗାଆଁ କୁ ସ୍ବର୍ଗ ମଣନ୍ତି ସେ ।ତେଣୁ ଆଜିବି ସହରର ଚିକମିକ୍ କୋଠାରେ ସେ ଖୋଜନ୍ତି ଗାଆଁ ମାଟିଘର ବାସ୍ନା ।

                        

              କଟକ ଜିଲ୍ଲା ଚୌଦାର ନିକଟବର୍ତ୍ତୀ ଶଙ୍କରପୁର ଗ୍ରାମର ଶ୍ରୀ ନାରାୟଣ ସାହୁ ଏବଂଶ୍ରୀମତୀ ଗୋଲାପରାଣୀ ସାହୁଙ୍କ ପ୍ରଥମ ସନ୍ତାନ ଭାବରେ ୧୯୬୦ ମସିହା ଜୁଲାଇ ମାସଆଠ ତାରିଖରେ ତାଙ୍କର ଜନ୍ମ । ବଣ ପାହାଡ ପରିବେଷ୍ଟିତ ତାଙ୍କ ଗ୍ରାମର ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କୁ କବି ଓ କଳାକାର ହେବା ପାଇଁ ପ୍ରେରଣା ଦେଇଛି ।

      

         ତାଙ୍କର ଚାରିଗୋଟି କବିତା ପୁସ୍ତକ ଓ ଗୋଟିଏ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା ଆଈ ଓ ଟିଭି,  ଗଛଟିଏ ଗୀତଟିଏ, ତାନି ଖାଏ ପଖାଳ ଓ ରାଜଧାନୀଆ ବାବୁ ଏବଂ ଅସମୟର ସ୍ବର। ତାଙ୍କର ପ୍ରଥମ ପୁସ୍ତକ "ଆଈ ଓ ଟଭି" ଭୁବନେଶ୍ୱର ପୁସ୍ତକ ମେଳାରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ପୁରଷ୍କାର ଲାଭ କରିଥିଲା ।

      ୨୦୨୦ ମସିହା ଜୁଲାଇ ୩୧ ତାରିଖରେ ସେ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ ରୁ ଅବସର ନେଇ ଏବେ ନିଜ ଗାଁ ଶଙ୍କରପୁର ରେ ଅବସ୍ଥାପନ କରୁଛନ୍ତି । ଗାଁ ତାଙ୍କୁ ଭଲଲାଗେ ବୋଲି ଗାଁ ରେ ରହି ଜାରି ରଖିଛନ୍ତି ସାରସ୍ୱତ ସାଧନା । ସେ ସାଧନା କୁ ତ୍ବରାନ୍ବିତ କରିବାରେ ସହାୟକ ହେଉଛି ଷ୍ଟୋରି ମିରର୍ ବୋଲି ସେ ମତ ରଖନ୍ତି।



You may also like

Ratings & Reviews

Be the first to add a review!
Select rating
 Added to cart