Quotes

Audio

Read

Books


Write

Sign In

We will fetch book names as per the search key...

ତଥାପି ଜୀବନ (Tathapi Jeeban)

By ବାମନ ଚନ୍ଦ୍ର ଦୀକ୍ଷିତ (Baman Chandra Dixit)


GENRE

Poetry

PAGES

170

ISBN

ebook

PUBLISHER

StoryMirror

E-BOOK ₹120
Rs. 120
Best Price Comparison
Seller Price
StoryMirror Best price ₹120
Amazon Price not available
Flipkart Price not available
Prices on other marketplaces are indicative and may change.

About the Book:


'ତଥାପି ଜୀବନ' କବିତା ସଂକଳନ କବିଙ୍କ କର୍ମମୁଖର ଜୀବନର କିଛି ଅନୁଭବ, ଅନୁଭୂତିର କାବ୍ୟ ରୂପ ମାତ୍ର । ଏହାର ପ୍ରତିଟି କବିତାକୁ ନିରେଖି ଦେଖିଲେ ପାଠକେ ତା' ଭିତରେ କବିଙ୍କ ପ୍ରତିବିମ୍ବ, କିଛି ଲୁହ, କିଛି କୋହ, କିଛି ମୋହ, କିଛି ସ୍ନେହର ସମାହାରକୁ ହୃଦବୋଧ କରିପାରିବେ । ସାମଗ୍ରିକ ଭାବେ କହିବାକୁ ଗଲେ ଏ ସବୁର ସମାହାର ଯେ କବିଙ୍କ କବିତା ଗୁଚ୍ଛ 'ତଥାପି ଜୀବନ' - ଏହା ନିର୍ଦ୍ୱନ୍ଦରେ କୁହାଯାଇପାରେ । ଆମ ବିଶ୍ୱାସ ଏହା ନିଶ୍ଚୟ ସମସ୍ତ ସହୃଦୟ ପାଠକଙ୍କ ଗହଣରେ ଜନାଦୃତି ଲାଭ କରିବ ।


About the Author:



ଶ୍ରୀଯୁକ୍ତ ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଜନ୍ମଭୂମି ଓଡ଼ିଶା ହେଲେହେଁ ତାଙ୍କର ଅନେକ ସମୟ ବିତିଛି ଓଡ଼ିଶା ବାହାରେ । ୧୯୮୬ ମସିହାରୁ ଏଯାଏଁ ସେ ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ହିନ୍ଦୀଭାଷି ରାଜ୍ୟରେ ନିଜର କର୍ମମୟ ଜୀବନ ଅତିବାହିତ କରିଆସିଛନ୍ତି । କିନ୍ତୁ ତାଙ୍କ ହୃଦୟରେ ଥିବା ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପ୍ରେମ କେବେ ମଉଳି ଯାଇନାହିଁ; ବରଂ ତାଙ୍କୁ ଆନ୍ଦୋଳିତ କରୁଥିବା ପ୍ରବାସର ପ୍ରତିଟି ମୁହୂର୍ତ୍ତକୁ କଲମ ମୁନରେ ସେ ଉତ୍ତାରି ଦେଇଛନ୍ତି । ଶବ୍ଦରେ ଶବ୍ଦ ଛନ୍ଦି ସେ ରଚି ଚାଲିଛନ୍ତି କେତେ ପ୍ରତିକୃତି, କେତେ କାହାଣୀ ପୁଣି କେତେ ଯେ କବିତା ।


କବି ଦୀକ୍ଷିତ ହିନ୍ଦୀ ଭାଷାଭାଷି ରାଜ୍ୟରେ ଅନେକ ସମୟ ଅତିବାହିତ କରିଥିବାରୁ ହିନ୍ଦୀ ଭାଷାରେ ମଧ୍ୟ ତାଙ୍କ ଅନେକ କବିତା ସୃଷ୍ଟି ହୋଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ତାଙ୍କୁ ଅନେକ ସୁଖ୍ୟାତି ଆଣିଦେଇଛି । ଏହା ସହ "ମେରେ ଅହସାସୋଂ କା.." ଶୀର୍ଷକ ଏକ କାବ୍ୟ ସଂଗ୍ରହ ମଧ୍ୟ ପ୍ରକାଶିତ ହୋଇ ବିଶେଷ ଆଦୃତି ଲାଭ କରିଛି । ସେ ମାତ୍ର ବାର ବର୍ଷ ବୟସରୁ ଭଜନ, ଜଣାଣ, ଲଘୁକଥା ଓ କବିତା ଲିଖନରେ ମନୋନିବେଶ କରିଥିଲେ । ସେଥି ମଧ୍ୟରୁ ଅନେକ ଭଜନ, ଜଣାଣ ଆଜି ତାଙ୍କ ଜନ୍ମମାଟିରେ ଭଜନ ସନ୍ଧ୍ୟାରେ ଗୁଞ୍ଜରିତ ହେବାର ସୌଭାଗ୍ୟ ଅର୍ଜନ କରିଛି । ସେ ଅଧୁନା ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେର ବିଳାସପୁର ମଣ୍ଡଳରେ ମୁଖ୍ୟ ନିୟନ୍ତ୍ରକ ଭାବେ କାର୍ଯ୍ୟରତ ।




You may also like

Ratings & Reviews

Be the first to add a review!
Select rating
 Added to cart