Quotes

Audio

Read

Books


Write

Sign In

We will fetch book names as per the search key...

ରାଗରାବଳୀ (eBook)

By Ram Prasad Bishoi


GENRE

Tragedy

PAGES

68

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
ADD TO CART


ଫୁଲ ତମେ ହସୁଛ ଆଜି ଫଗୁଣ ଆସିଛି ବୋଲି ତୁମ ଜୀବନେ ହସ ଢେର ହସ । ତୁମ ସୌରଭ ଓ ରଂଗ ରହିବ କିଛି ସମୟ ଯେତେବେଳେ ହେବ ବୃନ୍ତଚ୍ୟୁତ । ମୋ ଭଲ ପାଇବାକୁ ତୁମେ ଭାବୁଛ ବୋଧେ ମୋ ଦୁର୍ବଳତା ଆଊ ତୁମ ପ୍ରତାରଣା ତୁମ ଶକ୍ତି । କିନ୍ତୁ ମନେରଖ ତୁମ ପ୍ରତାରଣା ଯେ ମତେ ସମର୍ଥ କରି ତୋଲିଛି ଭଲ ପାଇବାର ଗଭୀରତାକୁ ମାପିବକୁ ଆଊ ମତେ ଦେଇଛି ମୋ ପରିଚୟ । ସତ ତୁମ ଲାଗି ମୁଁ ଆଜି ସକ୍ଷମ ହୋଇ ପାରିଛି ମୋ ଲୁହ କୁ ବିବର୍ତୀତ କରିବାରେ ଏକ ନିଷ୍ଠାପର ସେବକ , ଯିଏ ମୋ ବିନାଅନୁମତି ରେ ଆଖିରୁ ବହିବାକୁ ବି ସାହସ କରି ପାରେ ନି । ତମେ ମୁଖ୍ୟ ଦ୍ୱାର ବନ୍ଦ କରି ଝରକା ଭିତରୁ ସାରା ଆକାଶ କୁ ବନ୍ଦୀ କରିବାକୁ ଚେଷ୍ଟା କରୁଛ ଆଊ ମୁଁ ସେମିତି ଛିଡା ହେଇଛି ତୁମ ମୁଖ୍ୟ ଦ୍ୱାରେ କେବେ ଭାଙ୍ଗିବା ତୁମ ନିଦ ,କେବେ ପାହିବ ଏ ଅମାରାତି କେବେ ଜଳିବ ମୋ ଅନ୍ଧାର ଜୀବନେ ଆଲୋକ । ମୋ ଆତ୍ମା ସେଦିନ ମୁକ୍ତ ହେବ ଯେଉଁ ଦିନ ତୁମେ ଆସି ଢଳି ପଡ଼ିବ ମୋ ଉନ୍ମୁକ୍ତ ପ୍ରଶସ୍ତ ଛାତିରେ ଆଊ କହିବ ହେ ଜୟଦେବ ତୁମେ ମୋର ରାଗରସ ଓ ପ୍ରିୟ କାକଟସ ଭଳି କଣ୍ଟା କୁ ଧରି ମୋ ବିଚ୍ଛେଦ କୁ କାଟି ଦେଲ ମୋ ବିରହ କଣ୍ଟା ଦ୍ୱାରା ହୋଇଛ କ୍ଷତ ।ଏଇ ଦେଖ ମୋ ପ୍ଳାବିତ ପ୍ରତି ଅଶ୍ରୁ ବିନ୍ଦୁ ଧୋଇ ଦେଉଛି ତୁମ ଅତୀତ । ମୁଁ ପାଲଟି ଯାଇଛି ତୁମ ପରିଣିତା ,କାୟା, ମନ, ଵାକ୍ୟେ, ହୃଦୟେ ପୂର୍ଣ ସମର୍ପିତା ,ପୂର୍ଣ ସମର୍ପିତା । ଲେଖିଦିଅ ତୁମ ଅବିରାମ ଆବେଗ କୁ ନେଇ ଅଭିନବ କବିତା ସଂକଳନ",____ ରାଗ ରାବଳୀ "" ।

ଯେତେବେଳେ, କାହାଣୀର ମୁଖ୍ୟନାୟିକା ବନିଯାଅ ତୁମେ ପ୍ରୀତିଲଗ୍ନା ରୋମଞ୍ଚ ଭରି ଯାଏ ଜୀବନରେ, କୁହୁ କୁହୁ ତାନ କୋଇଲିର ଭରିଯାଏ ରୌଦ୍ର ଗ୍ରୀଷ୍ମର ଅପହାର୍ଣ୍ଣରେ ଜଳୁଥିବା ମାଟି ଓ ଝରୁଥିବା ତୁମ ଆଖି କହେ ତୁମେ ଫେରିବ ଦିନେ ଗୋଟିଏ ଶୀତୁଆ କୁହୁଡି ସକାଳେ , ସେଦିନ କହିଵ ତୁମେ ପ୍ରୀତିଲଗ୍ନା ସଦା ବନ୍ଦ ଥିବା ଓଠ ତୁମ ସବୁ କଥା ବାଡ଼ବନ୍ଧ ଯେତେ ସବୁ ଡେଇଁ ଶୁଣିବି ମୁଁ ଏକାଗ୍ରତ ସହ ତା ପରେ କାଟିବି ପୂର୍ଣ୍ଣଛେଦ କାବ୍ୟମଞ୍ଜରୀର ଶେଷପୃଷ୍ଠାରେଚୋରାଇନେଇ ସେଇ ପ୍ରତୀକ୍ଷାରତ୍ତ ଆଖିରୁ ଦୁଇବୁନ୍ଦା ମାତ୍ର ଲୁହ-----!



You may also like

Ratings & Reviews

Be the first to add a review!
Select rating
 Added to cart