Log In

Type key we will fetch book names

Anya Eka Sachhin (ଅନ୍ୟ ଏକ ସଚ୍ଚିନ୍)

★★★★★

AUTHOR :
Pramod Kumar Jena
PUBLISHER :
StoryMirror Infotech Pvt. Ltd.
ISBN :
9789387269750
PAGES :
50
PAPERBACK
₹120



ବରେଣ ସାହିତ୍ୟ ସାଧକ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକଙ୍କ ଭାଷାରେ ଲେଖକ ଶ୍ରୀ ଜେନା ଅନ୍ୟ ଏକ ସଚ୍ଚିନ୍ ଉପନ୍ୟାସରେ କ୍ରିକେଟ୍ ଖେଳକୁ ଅବଲମ୍ବନ କରି ଏକ ସୁଖପାଠ୍ୟ ଉପନ୍ୟାସ ଲେଖିଛନ୍ତି l କାହାଣୀ ବିନ୍ୟାସର ଚମତ୍କାରିତା ଯୋଗୁଁ ପାଠକ ଏ ଉପନ୍ୟାସ ପଢିଲା ବେଳେ ମଝିରେ ମଝିରେ ଝୁଣ୍ଟିବାର ସମ୍ଭାବନା କମ୍ l ଭାଷା ସରଳ, ଶୈଳୀ ସାବଲୀଳ l


ଓଡିଶା ଭାଷା ସାହିତ୍ୟ ଆକାଶରେ ଶ୍ରୀ ପ୍ରମୋଦ କୁମାର ଜେନା ଏକ ସମ୍ଭାବନାମୟ ଜ୍ୟୋତିଷ୍କ l ମୌଳିକ ରଚନା ତଥା ସାବଲୀଳତା ତାଙ୍କ ରଚନାର ବୈଶିଷ୍ଟ୍ୟ l ସାହିତ୍ୟ ସାଧନା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ଜେନାଙ୍କର ଅଦ୍ୟାବଧି ଦୁଇଟି ଉପନ୍ୟାସ, ଗୋଟିଏ ଅଣୁ କବିତା ସଙ୍କଳନ ଓ ଗୋଟିଏ ଗଳ୍ପ ସଙ୍କଳନ ପ୍ରକାଶ ପାଇ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିସାରିଲାଣି l ଏତଦବ୍ୟତୀତ ଷ୍ଟୋରୀମିରରେ ତାଙ୍କର ଇ-ବୁକ୍ ସିଂହାସନ ବତିଶି ପ୍ରକାଶ ପାଇ ପାଠକମାନଙ୍କର ଚିତ୍ତ ଆକର୍ଷଣ କରିବାରେ ସଫଳ ହୋଇପାରିଛି l ଓଡିଶାର ସ୍ୱନାମଧନ୍ୟ ପତ୍ର ପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ଲେଖା ସବୁ ପ୍ରକାଶ ପାଇଁ ଯଥେଷ୍ଟ ପାଠକୀୟ ଶ୍ରଦ୍ଧା ହାସଲ କରିଛି . 









ADD TO CART
 Added to cart