Quotes

Audio

Read

Books


Write

Sign In

We will fetch book names as per the search key...

ପ୍ରତ୍ୟାବର୍ତ୍ତନ (Pratyabarttana) (Odia)

By ରଞ୍ଜନ କୁମାର ବ୍ରହ୍ମା (Ranjan Kumar Brahma)


GENRE

Poetry

PAGES

146

ISBN

978-93-91116-26-2

PUBLISHER

StoryMirror

PAPERBACK ₹200
Rs. 200
ADD TO CART

About The Book


କବି ରଞ୍ଜନ କୁମାର ବ୍ରହ୍ମାଙ୍କ ପ୍ରଥମ କବିତା ସଙ୍କଳନ ପ୍ରତ୍ୟାବର୍ତ୍ତନ ଗୋଟିଏ ଅନନ୍ୟ ସୃଷ୍ଟି । ବୋଧହୁଏ, ଗୋଟିଏ ଆଦର୍ଶ ଓ ମହନୀୟଗୁଣ ବହନ କରୁଥିବା ପ୍ରାର୍ଥନାରୁ କବିତା ପୁସ୍ତକଟି ଆରମ୍ଭ ହେବା ସାହିତ୍ୟ ଜଗତରେ ଏ ପର୍ଯ୍ୟନ୍ତ ବିରଳ । କବିଙ୍କ ସୃଷ୍ଟିରେ ପ୍ରକୃତି ବର୍ଣ୍ଣନା, ସ୍ବଦେଶ ପ୍ରୀତି , ସଂହତି, ସାଂସ୍କୃତିକ ଚେତନା, ଅକାଟ୍ୟଯୁକ୍ତି, ଜୀବନବୋଧ , ଆଧ୍ୟାତ୍ମିକତା ନିଃସର୍ଗ ଦୃଷ୍ଟିର ମଞ୍ଜୁଳ ପରିପ୍ରକାଶ ଘଟିଥିବା ଦେଖିବାକୁ ମିଳେ । କବିତାଗୁଡିକ ନୂଆରୀତିରେ ଅଗ୍ରଗତି କରି ସଙ୍କଳନର ଶୋଭା ବର୍ଦ୍ଧନ କରୁଛି । ସଂକଳନର ନାମ ସହ ଭିତରେ ରହିଥିବା ସମସ୍ତ କବିତା ବେଶ୍ ମାନ ବହନ କରନ୍ତି । ବାସ୍ତବବାଦୀ କବିଙ୍କ ପ୍ରତ୍ୟାର୍ବର୍ତ୍ତନ ସତରେ ଆମକୁ ନିଜସହ ପରିଚିତ କରାଇବା ସଙ୍ଗେ ସଙ୍ଗେ ସମାଜ ପାଇଁ ଆମଉପରେ ଉତ୍ତରଦାୟିତ୍ୱ ସମର୍ପଣ କରୁଛି ।


About The Author


କବି ରଞ୍ଜନ କୁମାର ବ୍ରହ୍ମା ବୃତ୍ତିରେ ଜଣେ ଶିକ୍ଷକ ହେଲେ ମଧ୍ୟ ଆଜିର ଯୁଗରେ ଯୁବଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ଓ ପ୍ରେରଣାର ଉତ୍ସ ଅଟନ୍ତି । ଜଣେ ଆଦର୍ଶ ଶିକ୍ଷକ, ଶ୍ରେଷ୍ଠ ବିଚାରକ, ସୁସଂଯୋଜକ, ଉପସ୍ଥାପକ, ପରୋପକାରୀ, ସମାଜସେବୀ ତଥା ନିର୍ଭୀକ ମଣିଷଟିଏ । ସମୟର ସଦୁପଯୋଗ, ସତ୍ୟ ସହିତ ତଥ୍ୟର ସମନ୍ୱୟ , ଅକାଟ୍ୟ ଯୁକ୍ତି, ସଂହତି ଓ ଦେଶପ୍ରୀତି ତାଙ୍କ ସୃଷ୍ଟିଗୁଡିକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଥାଏ । ବିଜ୍ଞାନ ଓ ବିକାଶର ଯୁଗରେ ଜନ୍ମ ନେଇଥିବା କବି ପ୍ରତ୍ୟାବର୍ତ୍ତନର ସ୍ୱପ୍ନ ଦେଖନ୍ତି ।

ସୃଷ୍ଟିରେ ଭଗବାନ ଯେଉଁସବୁ ଉପାଦାନମାନ ମାନବଜାତି ତଥା ସମଗ୍ର ଜୀବଜଗତ ପାଇଁ ସଜାଇ ଯାଇଛନ୍ତି, ସେଗୁଡିକର ଆବଶ୍ୟକତାକୁ ଉପଲବ୍ଧି କରିବା, ଭଲପାଇବା, ଯତ୍ନନେବା ପାଇଁ କବି ସଦା ଆହ୍ବାନ ଦିଅନ୍ତି ।




You may also like

Ratings & Reviews

Be the first to add a review!
Select rating
 Added to cart