We will fetch book names as per the search key...
Seller | Price | |
---|---|---|
StoryMirror Best price | ₹200 | |
Amazon | Price not available | |
Flipkart | Price not available |
About the Book:
ପ୍ରତି ଘରେ ଘରେ ଘଟୁଥିବା ଦୈନନ୍ଦିନ ଘଟଣା ଭିତରେ ଲୁଚି ରହିଥିବା ଯନ୍ତ୍ରଣା ଓ ଉପଶମତାକୁ ଖୋଜୁ ଖୋଜୁ ଲେଖକ ହଠାତ୍ ଆବିଷ୍କାର କରନ୍ତି "ନାଲିମାଟି" କୁ..
ବର୍ଷା ପାଣି ଭିଜା ନାଲିମାଟିର ବାସ୍ନା, ଯୌତୁକ ଜଞ୍ଜାଳ, ପକେଟ୍ ଖାତାର ଅଙ୍କା ବଙ୍କା ଅକ୍ଷର ଭିତରେ ଲେପି ଯାଇଥବା ସ୍ନେହର ମହକ, ଟାଇ ଓ ବନ୍ଦ ଲଫାପା ଭିତରେ ଲୁଚି ରହିଥିବା ଯନ୍ତ୍ରଣା ଏବଂ ବାଲେଶ୍ଵର ଷ୍ଟେସନ ପ୍ଲାଟଫର୍ମ ଉପରେ ସୁଖର ସମ୍ଭାର ଛାଡ଼ି ଦିଲ୍ଲୀ ଚାଲି ଯାଇଥିବା ରାଜଧାନୀ ଏକ୍ସପ୍ରେସ, ଉପହାର ଭିତରେ ବାପାଙ୍କ ଲହୁ ଲୁହର ଉଷୁମ ସ୍ପର୍ଶ ସବୁ ଆହୁରି ମସୃଣ କରେ ନାଲିମାଟିର ପରିପୃଷ୍ଠକୁ।
ପ୍ରତି ଗଳ୍ପରେ ଚରିତ୍ର ମାନେ ମନ ଖୋଲି କଥା କହନ୍ତି। ଜୀବନର ମାର୍ମିକ ବେଦନା ସବୁ ଉଦ୍ଭାସିତ ହେଇ ଉଠିଛି ପ୍ରତିଟି କୁହା ଅକୁହା କଥା ଭିତରେ...ସମସ୍ତଙ୍କ ହୃଦୟକୁ ଛୁଇଁବା ପରି ଗଳ୍ପ ସଙ୍କଳନ "ନାଲିମାଟି"
About the Author:
ନିତ୍ୟାନନ୍ଦ ନନ୍ଦି: ୧୯୬୮ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ବାଲେଶ୍ୱର ଜିଲ୍ଲା, ଦୁନ୍ଦକୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ବିଶାଖାପାଟଣାସ୍ଥିତ ଭାରତ ସରକାରଙ୍କ ଏକ ଉପକ୍ରମରେ କାର୍ଯ୍ୟରତ। କାର୍ଯ୍ୟବ୍ୟସ୍ତ ଜୀବନ ଭିତରୁ ସମୟ ଟିକିଏ ବାହାର କରି ସେ ସାହିତ୍ୟ ସାଧନା କରନ୍ତି । ସାହିତ୍ୟ ପରି ବିଶାଳ ସମୁଦ୍ରର ବେଳା ଭୂଇଁରେ ଏବେ ବି ଘୁରି ବୁଲନ୍ତି ସେ। ଲକ୍ଷ ଲକ୍ଷ ପାଦ ଚିହ୍ନକୁ ଅନୁସରଣ କରି ଅନବରତ ଆଗେଇ ଚାଲନ୍ତି ଆଗକୁ।
ଆଖ ପାଖରେ ଘଟୁଥିବା ଛୋଟ ଛୋଟ ଘଟଣାରୁ ସେ ପ୍ରେରଣା ପାଆନ୍ତି । ସମାଜରେ କିଛି ଭୁଲ ଘଟୁଥିଲେ ଆନ୍ଦୋଳିତ ହୋଇଉଠନ୍ତି ସେ। ମିଠା ମିଠା କିଛି ମୁହୂର୍ତ୍ତକୁ ନେଇ ଗଢ଼ି ଉଠୁଥିବା ସମ୍ପର୍କ ସବୁ ତାଙ୍କୁ ଅଭିଭୂତ କରେ। ତାଙ୍କ ହୃଦୟର କୋଣ ପ୍ରତିକୋଣକୁ ଛୁଇଁ ଯାଏ ଦରଦ ଭରା କାହାଣୀ ସବୁ। କାଗଜ କଲମ ଧରି ସମ୍ପର୍କର ଚିତ୍ର ଆଙ୍କନ୍ତି ସେ ତାଙ୍କ ଗଳ୍ପ ମାଧ୍ୟମରେ। ତାଙ୍କ ଗଳ୍ପ ସବୁ ପ୍ରତିଲିପି, ଫେସବୁକ୍ ଓ ଷ୍ଟୋରିମିରର ଦ୍ଵାରା ପ୍ରକାଶିତ ହୋଇଥାଏ। ଓଡ଼ିଆ ପାଠକ ଗହଣରେ ବେଶ୍ ପରିଚିତ ସେ। ଷ୍ଟୋରିମିରର ଦ୍ଵାରା ପ୍ରକାଶିତ ହେବାକୁ ଯାଉଥିବା "ନାଲିମାଟି" ତାଙ୍କ ଦ୍ଵାରା ଲିଖିତ ପ୍ରଥମ ଗଳ୍ପ ସଂକଳନ।