We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹75 | |
| Amazon | Price not available | |
| Flipkart | Price not available |
About The Book :
ଏକବିଂଶ ଶତାବ୍ଦୀର ଆଧୁନିକ ସମାଜର ଚାଲିଚଳନ, ବିଶେଷ କରି ପ୍ରତ୍ଯେକ ଜୀବନର ଅନ୍ତର୍ଶବ୍ଦଗୁଞ୍ଜନକୁ (ଯନ୍ତ୍ରଣା, କ୍ରୋଧ, କ୍ଷମା, ପ୍ରେମ, ସ୍ନେହ, ଆବେଗ, ସଂସ୍କାର, ପନ୍ଥା) ଅନୁଭବର ଆଞ୍ଜୁଳାରେ କାବିତାଶ୍ରୀର ରୂପ ଦେଇ "ମୁଁ ଅନୁଭବୀ" ପୁସ୍ତକକୁ ରୂପାନ୍ତରିତ କରିଛନ୍ତି । ନିଶ୍ଚିତରୂପରେ ବିବିଧ କବିତା ବର୍ତ୍ତମାନ ସମାଜର ପାଠକପାଠିକାମାନଙ୍କ ମଧ୍ୟରେ ସ୍ଵ ଅନୁଭବକୁ ତୁଳନା କରିବା ସହ ଏହି କବିତା ଗୁଡ଼ିକୁ ପଢିବା ପାଇଁ ଆଗ୍ରହ ସୃଷ୍ଟି କରାଇବ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
About The Author :
ଡ. ପୂଜାରାଣୀ ଘୋଷ ଯିଏକି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସ୍ନାତକରେ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପାଣ୍ଡିଚେରୀ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ବ୍ୟାକରଣରେ ଏମ.ଏ, ଏମ୍.ଫିଲ୍ ଓ ପିଏଚ୍.ଡି କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ ବର୍ତ୍ତମାନ ଭଦ୍ରକ ଜିଲ୍ଲାର ଧାମ୍ନଗର ବ୍ଲକ ଅଧିନସ୍ଥ ମୁରଲୀଧର ଉଚ୍ଚ ବିଦ୍ୟାପୀଠରେ ସଂସ୍କୃତ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ।
୨୦୧୮ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଜୀବନ ପ୍ରାନ୍ତରେ ତୁମେ’ ପ୍ରକାଶିତ। ସେହିପରି ୨୦୨୨ ମସିହାରେ ପ୍ରକାଶିତ ଇଂ ନବକିଶୋର ମିଶ୍ରଙ୍କ 'ଆମ ଗୋସମ୍ପଦ' ପୁସ୍ତକଟିକୁ ହିନ୍ଦୀ ଭାଷାରେ 'ହମାରା ଗୋସମ୍ପଦ' ଭାବରେ ଅନୁବାଦ କରିଛନ୍ତି। ଏହାଛଡା ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷାରେ କବିତା ଲେଖନ୍ତି। ସଂସ୍କୃତ ଭାଷାରେ ଅନୁଚ୍ଛେଦ ଗୁଡିକ ପତ୍ରିକାରେ ପ୍ରକାଶିତ।