Quotes

Audio

Read

Books


Write

Sign In

We will fetch book names as per the search key...

ମୋ ଓଡିଶା

★★★★★
Read the E-book in StoryMirror App. Click here to download : Android / iOS
Author | Krushnapriya Mohapatra Publisher | StoryMirror Infotech Pvt. Ltd. ISBN | ebook Pages | 114
E-BOOK
₹19

About the book-   "ମୋ ଓଡିଶା" ବିଷୟରେ କିଛି ବ୍ୟକ୍ତ କରିବାକୁ ଚାହୁଁଛି । ଏହି ପୁସ୍ତକରେ ପ୍ରକାଶିତ କବିତା ଗୁଡ଼ିକ ମୋ ଦ୍ୱାରା ଲିଖିତ । ଶ୍ରୀ ଜଗନ୍ନାଥଙ୍କ ଭଜନ,ଶିଶୁ କବିତା, ଆଧୁନିକ କବିତା, ଏମିତି ଅନେକ ପ୍ରକାର କବିତା ଏଥିରେ ସନ୍ନିବେଶିତ। ଯେହେତୁ ମୁଁ ଗୃହିଣୀ ଏବଂ ସଂଯୁକ୍ତ ପରିବାର ମଧ୍ୟରେ ଅନେକ କର୍ମ ଯଞ୍ଜାଳକୁ ସାମନା କରି ଅନେକ ସୁବିଧା ଅସୁବିଧା ସମୟରେ ଏ କବିତା ଗୁଡ଼ିକ ଲେଖିଛି, ତେଣୁ ଏଥିରେ କିଛି ତ୍ରୁଟି ଯଦି ଥାଏ ତେବେ ଉଦାର ହୃଦୟରେ ଆପଣ ମାନଙ୍କ ଠାରୁ କ୍ଷମା ଯାଚନା କରୁଛି ।

     ମୋଦ୍ୱାରା ଲେଖାଯାଇଥିବା ଏହି କବିତାକୁ ଇ - ବୁକ୍ କରିଥିବାରୁ ମୁଁ ଷ୍ଟୋରୀ ମିରର୍ ସମସ୍ତ ଟିମ୍ ମେମ୍ବର୍ ଓ ଵିଭୁଦତ୍ତ ରାଉତ ସାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।

About the author- ମୁଁ କୃଷ୍ଣପ୍ରିୟା ମହାପାତ୍ର । ୧୯୬୮ମସିହା ଜ୍ୟେଷ୍ଠ ମାସ (ଜୁନ୧୮ତାରିଖ) ପବିତ୍ର ଶ୍ରୀକ୍ଷେତ୍ରରେ ମୋର ଜନ୍ମ। ବାପାଙ୍କ ନାମ ଶ୍ରୀଯୁକ୍ତ ଲିଙ୍ଗରାଜ ମହାପାତ୍ର,ମା' ଙ୍କ ନାମ ଶ୍ରୀମତୀ ଚନ୍ଦ୍ରମଣି ମହାପାତ୍ର । ସୌଭାଗ୍ୟବଶତଃ ପ୍ରଭୁଙ୍କ ଦୟାରୁ ମୁଁ ସେଇ ଶ୍ରୀକ୍ଷେତ୍ର ପୁରୀରେ ବିବାହ କରିଛି । ସ୍ୱାମୀଙ୍କ ନାମ ଦୁର୍ଗା ପ୍ରସାଦ ମହାପାତ୍ର। ପିଲାବେଳୁ ମୋତେ ବହି ପଢିବାକୁ ବହୁତ ଭଲ ଲାଗେ । ବହିଟିଏ ପାଇଲେ ମୁଁ ଭୋକ ଶୋଷ ଭୁଲିଯାଇ ତାକୁ ଶେଷ ପର୍ଯ୍ୟନ୍ତ ପଢିଥାଏ । କବିତାଠାରୁ ଗଳ୍ପ ବେଶି ପଢିବାକୁ ଭଲ ପାଏ । ମୁଁ ଲେଖିବା ଆରମ୍ଭକଲି ବହୁତ ଡେରିରେ । ମୋତେ ଲେଖିବା ପାଇଁ ମୋ ବାପା, ମା ଓ ମୋ ପରିବାର ସଦସ୍ୟ, ବିଶେଷ କରି ମୋ ଝିଅ,ପୁଅ ଉତ୍ସାହିତ କରନ୍ତି । ଏବେବି ଅନେକ କିଛି ଜ୍ଞାନ ଆହରଣ କରିବା ନିମନ୍ତେ ଚେଷ୍ଟା ଜାରି ରଖିଛି ।

     ଏହି ଇ - ବୁକ୍ ରେ ପ୍ରକାଶିତ କବିତା ଗୁଡ଼ିକ ଲେଖିବା ଆରମ୍ଭ କଲି ଯେତେବେଳେ ଷ୍ଟୋରୀ ମିରର୍ ପ୍ରତିଯୋଗିତାରେ ଭାଗ ନେଲି । ଷ୍ଟୋରୀ ମିରର୍ ପାଇଁ ମୁଁ ମୋ ଭିତରେ ଥିବା ସୃଜନ ଦକ୍ଷତାକୁ ଚିହ୍ନିଲି କହିଲେ ଅତ୍ୟୁକ୍ତି ହେବନାହିଁ । ଷ୍ଟୋରୀମିରର୍ ଦ୍ୱାରା ମୁଁ ଅନେକ ଥର କବିତା ଓ ଗଳ୍ପ ପାଇଁ ପୁରସ୍କୃତ ହୋଇଛି, ତା ସହିତ ଲିଟେରାରୀ କୋଲନେଲ୍ ଭାବରେ ମୋତେ ପ୍ରମାଣପତ୍ର ମଧ୍ୟ ମିଳିଛି ।





Be the first to add review and rating.


 Added to cart