We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹200 | |
| Amazon | Price not available | |
| Flipkart | Price not available |
About Book:
“ମନପାରା” ତାଙ୍କର ଅନନ୍ୟ କୃତି । ଏଥିରେ ଆଧ୍ୟାତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଯେପରି ଧର୍ମ, ଦର୍ଶନ ଓ ହେତୁ ଉପଦେଶ ପ୍ରକାଶ ପାଇଛି, ସେହିପରି ଆଧ୍ୟାତ୍ମିକ ଓ ଐତିହାସିକ ପୀଠଭୂମିର ମାହାତ୍ମ୍ୟ ମଧ୍ୟ ପ୍ରକାଶ ପାଇଛି । କବିତାଗୁଡ଼ିକରେ ଗୀତିମୟତା ଉଛୁଳି ଉଠିଛି, ଏଥିରେ ପାଠକୀୟ ଆବେଦନ ରକ୍ଷା ହୋଇପରିଛି, ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ ।
About the Author:
ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ । ସେ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ, ଅନୁଷ୍ଠାନପ୍ରାଣା ଓ ସଂସ୍କୃତିପ୍ରେମୀ, ସମୟାନୁବର୍ତ୍ତି ଓ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ, ପିତୃମାତୃ ପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ । ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ୧୯୬୮ ମସିହା ଜାନୁଆରୀ ୩୧ ତାରିଖରେ ଏକ ବ୍ରାହ୍ମ ମୁହୂର୍ତ୍ତରେ ତାଙ୍କର ଜନ୍ମ । ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ । ଏହି ଅନନ୍ୟ ପ୍ରତିଭା ନିକଟରେ ରହିଛି ଅନେକ ଗୁଣ । ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି । ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ । ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ୱତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ ।“ ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ”, “ଫୁସିଆ ମାଆ”, “ବାଣୀବିହାରରେ ପ୍ରେମର ନବଦିଗନ୍ତ”, “Capsule Course of English Grammar”, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି । ମାନବବାଦର ସେ ପ୍ରବକ୍ତା ।