Quotes

Audio

Read

Books


Write

Sign In

We will fetch book names as per the search key...

କିଛି ସ୍ମୃତି କିଛି ଅନୁଭୂତି (Kichhi Smruti Kichhi Anubhuti)

By ସଦାନନ୍ଦ ସାହୁ


GENRE

Poetry

PAGES

84

ISBN

978-93-88698-41-2

PUBLISHER

StoryMirror

PAPERBACK ₹120
Rs. 120
Best Price Comparison
Seller Price
StoryMirror Best price ₹120
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART



About Book:

“କିଛି ସ୍ମୃତି କିଛି ଅନୁଭୂତି” କବିଙ୍କର ପ୍ରଥମ କବିତା ସଙ୍କଳନ ମାତ୍ର । ସୁଖ-ଦୁଃଖ ପ୍ରେମ-ବିରହ, ହସ-କାନ୍ଦ, ସାମାଜିକ ଅଭାବ କଷଣ, ସଂସ୍କୃତି ପରମ୍ପରା ପର୍ବପର୍ବାଣୀ ଓ ପ୍ରକୃତିର ସୁରମ୍ୟ ରୂପଚର୍ଯ୍ୟାକୁ ଅତି ନିଖୁଣ ଭାଵରେ ଉପସ୍ଥାପନା କରିଛନ୍ତି । ଭାବନାର ଅନ୍ତରାଳେ ଛପି ରହିଥିବା ଭଲ-ମନ୍ଦ, ସୁଖ-ଦୁଃଖ, ହସ-ଖୁସି ଆଉ ପ୍ରେମ-ପ୍ରଣୟ ଉପଲବ୍ଧିର ନିଚ୍ଛକ ଚିତ୍ର ଆଙ୍କିବାକୁ କବି ସଦାନନ୍ଦ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ଲେଖନୀର କୁହୁକ ସ୍ପର୍ଶରେ । ଏ ସବୁ ସାମାଜିକ ଭାବ ଉଦ୍ଦୀପକ ଭିନ୍ନତାର ଚିତ୍ରକୁ କବି ଶବ୍ଦ ରୂପକ ଅଳଙ୍କାରରେ ସଜାଇବାକୁ ଯାଇ କବିତା ସଙ୍କଳନର ସୁମଧୁର ନାମ “ କିଛି ସ୍ମୃତି କିଛି ଅନୁଭୂତି ” ରଖିଛନ୍ତି ମାତ୍ର । ଏହି ସୁରମ୍ୟ କବିତା ସଙ୍କଳନଟି କବିଙ୍କର ପ୍ରଥମ ଅବଦାନ । ଏହା କବିଙ୍କର ବଡ଼ ଉପଲବ୍ଧିର କୁହୁକ ଚିତ୍ର କହିଲେ ଅତ୍ୟୁକ୍ତି ହେଵ ନାହିଁ । ଉକ୍ତ କବିତା ସଙ୍କଳନଟି ଜନାଦୃତ ହୋଇ ପାଠକୀୟ ଆଦୃତି ଲାଭ କଲେ କବିଙ୍କ ଶ୍ରମ ସାର୍ଥକ ହେଵ ।


About the Author: 

କବି ସଦାନନ୍ଦ ସାହୁ ୧୯୭୬ ମସିହା ମଈ ମାସ ୩୧ ତାରିଖ ଦିନ ଜନ୍ମ ଲାଭ କରିଥିଲେ । କବିଙ୍କର ଜନ୍ମ ମାଟି କଟକ ଜିଲ୍ଲା ଅନ୍ତର୍ଗତ ଆଠ ଗଡ ଉପଖଣ୍ଡ ଧୁରୁଷିଆ ଗ୍ରାମରେ । ପିତା ଗିରିଧାରୀ ସାହୁ ମାତା ଦୁଃଖିନୀ ସାହୁଙ୍କର ସର୍ବ କନିଷ୍ଠ ପୁତ୍ର କବି ସଦାନନ୍ଦ କୋଳ ମଣ୍ଡନ କରିଥିଲେ । ପିଲାଟି ଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ପ୍ରକଟିତ ହୋଇଥିଲା । ସେଇ ଭଲ ପାଇବାକୁ ପାଥେୟ କରି କବି ଅଦ୍ୟାବଧି କବିତା ଲେଖିବା ଜାରି ରଖିଛନ୍ତି । ବିଭିନ୍ନ ପତ୍ର ପତ୍ରିକା ଓ ସାମାଜିକ ଗଣମାଧ୍ୟମରେ କବି ଅଧୁନା ସକ୍ରିୟ ଅଛନ୍ତି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ସାହିତ୍ୟ ସାଧନ ତଥା ଉଲ୍ଲେଖନୀୟ ଭୂମିକା ପାଇଁ ଅନେକ ପ୍ରଶଂସା ସାଉଁଟିବା ସହ ସାରସ୍ଵତ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ପେଶାରେ ଜଣେ କାରା କର୍ମଚାରୀ ହୋଇଥିଲେ ମଧ୍ୟ ନିଶାରେ ଜଣେ ସାହିତ୍ୟ ସାଧକ ଭାବରେ ଲେଖନୀର କୁହୁକ ସ୍ପର୍ଶରେ ଅନେକ ସୁମଧୁର କବିତାର ପାଣ୍ଡୁଲିପିକୁ ମହଜୁଦ ରଖିଛନ୍ତି ନିଜ ସୃଜନର ମହୁଫେଣାଟିଏ ତିଆରି କରି ।








You may also like

Ratings & Reviews

Be the first to add a review!
Select rating
 Added to cart