Quotes

Audio

Read

Books


Write

Sign In

We will fetch book names as per the search key...

କିଛି ଅକୁହା (Kichhi Akuha)

By StoryMirror Competition


GENRE

Poetry

PAGES

55

ISBN

eBook

PUBLISHER

StoryMirror

E-BOOK ₹0
Rs. 0
ADD TO CART


About the Book :


ଜୀବନ ଏକ ଲମ୍ବା ଯାତ୍ରା । ଏନ୍ତୁଡ଼ିଶାଳଠୁ ଆରମ୍ଭ କରି ମୃତ୍ୟୁର ଶେଷ ଚିତାରେ ଶୋଇବା ଯାଏଁ ମଣିଷ ହୃଦୟରେ ଅନେକ କିଛି ଅନୁଭୂତି ଆଉ ସ୍ମୃତି ସାଇତି ହୋଇ ରହିଥାଏ । ଜୀବନର ପ୍ରତିଟି ମୁହୂର୍ତ୍ତରେ ମଣିଷ ଦୁନିଆଠୁ କିଛି ନା କିଛି ଅନୁଭବ ଓ ଅନୁଭୂତି ଲାଭ କରେ । ସମୟ ପରିସ୍ଥିତି ଦେଖି କିଛି ସ୍ମୃତି ଆଉ ଅନୁଭୂତିକୁ ଅନ୍ୟ ଆଗରେ ବାଣ୍ଟେ, କିନ୍ତୁ ତଥାପି କିଛି ଅକୁହା ହୋଇ ରହିଯାଏ ଜୀବନର ଶେଷ ଯାଏଁ । ତେବେ କବି ଅବା ଗାଳ୍ପିକଟିଏ ପ୍ରକାରାନ୍ତରେ ନିଜ ହୃଦୟର କଥାକୁ ହିଁ କବିତା ଆଉ ଗଳ୍ପରେ ରୂପ ଦିଅନ୍ତି । ସେଥି ମଧ୍ୟରେ ଯଦିଓ କିଛି କଳ୍ପନା ମିଶି ରହେ ତଥାପି ତା' ଭିତରେ ଥାଏ ଏକ ପୂର୍ଣ୍ଣାଙ୍ଗ ଜୀବନର ପରିପ୍ରକାଶ ।


ଜୀବନର ସେଇ ଅକୁହା କଥା ସବୁକୁ ନିଜ କବିତା ଆଉ କାହାଣୀରେ ଶବ୍ଦ କରି ଖଞ୍ଜିବା, ପରିକଳ୍ପିତ ଚରିତ୍ରକୁ ରୂପଦେଇ ଚଳପ୍ରଚଳ କରେଇବା ପାଇଁ ଷ୍ଟୋରିମିରର୍ #କିଛି ଅକୁହା ଶୀର୍ଷକ ଏକ ପ୍ରତିଯୋଗିତା ଆୟୋଜନ କରିଥିଲା । ଏହି ଇ-ପୁସ୍ତକରେ ସ୍ଥାନିତ ସମସ୍ତ କବିତା ଓ କାହାଣୀ ଏହି ପ୍ରତିଯୋଗିତାରେ ଦାଖଲ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ସମୁଦାୟ ୨୦ଟି କବିତା ଓ କାହାଣୀକୁ ନେଇ ଏହାର କଳେବର ପରିକଳ୍ପିତ । ଆଶା ପାଠକମାନେ ଏହାର ରସାସ୍ଵାଦନ କରିବେ । 


- ସମ୍ପାଦକ 




You may also like

Ratings & Reviews

Be the first to add a review!
Select rating
 Added to cart