Quotes

Audio

Read

Books


Write

Sign In

We will fetch book names as per the search key...

ଜୀବନ ହସମୟ (eBook)

By Dr Kulangar


GENRE

Humour

PAGES

96

ISBN

E-BOOK

PUBLISHER

StoryMirror

E-BOOK ₹5
Rs. 5
Best Price Comparison
Seller Price
StoryMirror Best price ₹5
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


ଜୀବନ ହସମୟ ବହିଟି ସମ୍ପର୍କରେ

ଟିକେ ନିରେଖି ଦେଖିଲେ ଜାଣିହେବ କି ଆମେ ସମସ୍ତେ ଗୋଟେ ଗୋଟେ କାର୍ଟୁନ୍! ଆମର ଚାଳିଚଳଣି, ଗତିବିଧି, କାମଦାମ ସବୁକିଛି ଆନନ୍ଦଦାୟକ । ବାସ୍ ଏହାକୁ ନିରେଖି ଦେଖିବାକୁ କିନ୍ତୁ ଗୋଟିଏ ହାସ୍ୟକାରର ଦୃଷ୍ଟି ଦରକାର । ଯେଉଁଦିନ ଆପଣ ନିଜ ଭିତରର କାର୍ଟୁନ୍ଟିର ଦର୍ଶନଲାବ କରିବେ ସେଦିନ ଆପଣ ଶହେ ଶତକଡା ମଣିଷ ପାଲଟିଯିବେ । ତେବେ ପ୍ରଶ୍ନ ହେଲା ଏବେ କଣ ଆପଣ ମଣିଷ ହୋଇ ନାହାନ୍ତି? ଏ କଥା ଯାହାକୁ ପଚାରିବେ ସିଏ ହସିବ । କେହି ବି ସିଧା କହିବନି କି ହଁ ଆପଣ କି ତୁ କି ତମେ ଜଣେ ମଣିଷ! ଅତଏବ ଆମ ସମାଜରେ ମଣିଷ ତୁଳନାରେ କାର୍ଟୁନଙ୍କ ସଂଖ୍ୟା ଅଧିକ । ସେମିତି କିଛି ଲୋକପ୍ରିୟ କାର୍ଟୁନମାନଙ୍କର ଜୀବନ ନାନା ଘଟଣା ଦୁର୍ଘଟଣାକୁ ବର୍ଣ୍ଣନା କରାଯାଇଛି ଏହି ବହିଟିରେ ସ୍ଥାନିତ କବିତାଗୁଡିକରେ । ମୁଁ ନିଜକୁ ମଧ୍ୟ ଏଥିରୁ ବାଦ୍ ଦେଇ ନାହିଁ । କାରଣ ଆମେ ପରକଥା ଶୁଣିବାରେ ଆଗ୍ରହ ରଖୁ । ତେଣୁ ମୁଁ ଆପଣଙ୍କର ଇଚ୍ଛାକୁ ସମ୍ମାନ ଦେଇ, ମନକଥା ବୁଝି ମଝିରେ ମଝିରେ ନିଜକଥା ଟିକେ ଲେଖି ଦେଇଛି । ପ୍ରେମ ନାମରେ ଚାଲୁଥିବା ପ୍ରହଶନ ମଣିଷର ଯାବତୀୟ ଲୋଭ ବେଲଜ୍ଜାପଣକୁ ଏଇ ବହିରେ ମୁଁ ଟିକେ ରାନ୍ଧିକି ଦେଇଛି । ନେତାଏ ନଥିଲେ ତ କାର୍ଟୁନ୍ ନଥାନ୍ତା, ତେଣୁ ତାଙ୍କର ସିରିଜ୍ ଏଥିରେ ରହିଛି । ମଣିଷ ତ ଭଗବାନଙ୍କୁ ଗଢିଚି । ତେଣୁ ଦେବାଦେବୀଙ୍କ ଜରିଆରେ ମଧ୍ୟ କିଛି ହାସ୍ୟ ସୃଷ୍ଟି କରିବାର ଉଦ୍ୟମ ହୋଇଛି ।

ଆମ ମାନଙ୍କର ସମ୍ପର୍କ ମଧ୍ୟ ବଡ ବିଚିତ୍ର । ଆଗରେ ମୁଚୁକୁନ୍ଦ, ପଛରେ କାନ୍ଦକାନ୍ଦ ନଚେତ କୀଳା ଖୁନ୍ଦ । ଏମିତି ସବୁ ନିତିଦିନିଆ ଜୀବନର ହସହସ ଶବ୍ଦଛବି ହେଉଛି ଏ ବହି । ସମସ୍ତେ ସମସ୍ତଙ୍କର, କେହି କାହାର ନୁହନ୍ତି । ଯେଉଁ ସମ୍ପର୍କ ଇସ୍ପାତ ପରି ମଜଭୁତ ହେଉଛି, ସିଏ ଦିନ କେତେରେ କଳଙ୍କି ଖାଇ ଭାଙ୍ଗିଯାଉଛି । ଫେସ୍ବୁକ୍ର ଫ୍ରେଣ୍ଡ୍ ଓ ପାରିବାରିକ ସମ୍ପର୍କ ଭିତରେ ଫରକ କମି ଆସିଲାଣି । ଏବେ ସମସ୍ତେ ଦୂରରେ । ତେଣୁ ହଜାର ହଜାର ନିଜ ଲୋକଙ୍କ ମେଳରେ ଆମେ ଅତ୍ୟନ୍ତ ଏକୁଟିଆ । ଚାଡିଆଡେ ଅସୁବିଧା! ସବୁକିଛି ବଦଳେଇ ଦେବା ଆମ ଦ୍ୱାରା ସମ୍ବବ ନୁହେଁ । ତେବେ ଏତେ ଟେନ୍ସନ ନେବା କାହିଁକି? ବନ୍ଧୁ ଟିକେ ହସନ୍ତୁ ଏବଂ ମୋ ସହ ସମସ୍ୱରରେ କୁହନ୍ତୁ-ଜୀବନ ହସମୟ!

ଏହି କବିତା ଗୁଡିକ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ନବୀନ ଦାସଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ଦୈନିକ “ନିର୍ଭୟ”ରେ ମୁଁ ଲେଖୁଥିବା ରବିବାରୀୟ ସ୍ତମ୍ଭ ଜୀବନ ହସମୟରେ ପ୍ରକାଶିତ । ମୋ ବିଷୟରେ ମୁଁ ବେଶୀ କିଛି କହୁନାଇଁ । କାରଣ ସମସ୍ତଙ୍କୁ ବ୍ୟଙ୍ଗ କରୁଥିବାରୁ, ଧରାଧରି ଏବଂ ତେଲ ମରାମରି କରୁନତିବାରୁ ମୋତେ କୈାଣସି ନାମଜାଦିଆ ପୁରସ୍କାର ଫୁରସ୍କାର ମିଳିନି କି ମିଳିବାର ନାହିଁ । ତେଣୁ ଯଦି ମୋ କବିତା ଆପଣକୁ ଆନନ୍ଦ ଦେଲା ବୋଲି କୈାଣସିମତେ ଟିକେ ଖବର ଦେବେ ତାହା ଜାଣି ମୋର ଛାତି କୁଣ୍ଢେମୋଟ ହେବ!

ପ୍ରେମାଧୀନ

   ଡଃ.କୁଳାଙ୍ଗାର



You may also like

Ratings & Reviews

Be the first to add a review!
Select rating
 Added to cart