Quotes

Audio

Read

Books


Write

Sign In

We will fetch book names as per the search key...

ବିଜୟିନୀ ( Bijayinee)

★★★★★
Author | ବି. ନିରୁପମା (B. Nirupama) Publisher | StoryMirror Infotech Pvt. Ltd. ISBN | 978-93-91116-05-7 Pages | 132
PAPERBACK
₹190

About Book:

 ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ସୁସ୍ପଷ୍ଟ ମୂଲ୍ୟବୋଧ ଭିତ୍ତିକ ବିଷୟବସ୍ତୁ ଆଧାରିତ ଷାଠିଏଟି କବିତାକୁ ନେଇ ପ୍ରସ୍ତୁତ ହୋଇଛି ବି. ନିରୁପମାଙ୍କ ଅଷ୍ଟମ ପୁସ୍ତକ 'ବିଜୟିନୀ' । ପ୍ରତିଟି କବିତାରେ ସତ୍ୟ-ଶିବ-ସୁନ୍ଦରତାର ପୁନଃ ପ୍ରତିଷ୍ଠା କଳ୍ପନା କରୁଛନ୍ତି କବି । ପ୍ରଥମ କବିତାରେ ଶିଶୁଟିଏ ଜନକଲ୍ୟାଣରେ ବ୍ରତୀ ହେବାକୁ ଶପଥ ନେବା ଠାରୁ ଆରମ୍ଭ ହୋଇଥିବା ବିଚାର ପରବର୍ତ୍ତୀ ରଚନାଗୁଡ଼ିକରେ ଆହୁରି ସୁସ୍ପଷ୍ଟ ହୋଇଛି । ଏକାଧିକ କବିତାରେ ଭେଦଭାବ ଭୁଲି ଦେଶବାସୀଙ୍କୁ ଏକତାର ମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ ଦେବା ସହ ଶିର ଉନ୍ନତ କରି ସ୍ୱାଭିମାନ ସହ ବଞ୍ଚିବାକୁ ଉତ୍ସାହିତ କରିଛନ୍ତି ସେ । ଆମ ବିଶ୍ବାସ ଏହା ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିବ । ଷ୍ଟୋରିମିରର୍ ପ୍ରାୟୋଜିତ “୫୨ ସପ୍ତାହ ଲିଖନ ପ୍ରତିଯୋଗିତା (ଦ୍ୱିତୀୟ ସଂସ୍କରଣ)”ର ବିଜେତା ଭାବରେ ବି. ନିରୁପମାଙ୍କ ଏହି ପୁସ୍ତକଟି ଷ୍ଟୋରିମିରର୍ ଦ୍ୱାରା ପ୍ରକାଶିତ ହୋଇଅଛି । 



About the Author:

ମୌଳିକ କାହାଣୀ ଆଉ ମନଛୁଆଁ କବିତା ବି. ନିରୁପମାଙ୍କ ସୃଷ୍ଟିସମ୍ଭାରର ଏକ ବଳିଷ୍ଠ ଦିଗ । ସାଧାରଣତଃ ସଂକ୍ଷିପ୍ତ, ସୁଖପାଠ୍ୟ, ମୂଲ୍ୟବୋଧ ଭିତ୍ତିକ ରଚନା ନିମନ୍ତେ ସେ ପରିଚିତା । ସରଳ, ସାବଲୀଳ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ତାଙ୍କ କବିତାଗୁଡିକୁ ହୃଦୟଗ୍ରାହୀ କରାଇଥାଏ । ବାଲ୍ୟକାଳରୁ ଆକର୍ଷଣୀୟ ଆଶୁ କବିତା ରଚନାର କଳା ଦୃଶ୍ୟମାନ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ତାଙ୍କର ଏହି ଦକ୍ଷତା ପ୍ରଶସ୍ତ ଓ ଗଭୀର ହୋଇ ପାରିଛି । କବିତା ସହ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା ଆଦି କ୍ଷେତ୍ରରେ ନିରୁପମା ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।


ସାହିତ୍ୟିକାଙ୍କ ରଚନାଗୁଡ଼ିକ ବିଭିନ୍ନ ସମୟରେ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶ ପାଇବା ପରେ, ସଂକଳନ ଆକାରରେ ପ୍ରକାଶିତ ହୋଇଛି। ପୁସ୍ତକ ମଧ୍ୟରେ ଶିଶୁ-କିଶୋର ସାହିତ୍ୟ ସଂକଳନ - ଆଶା (୨୦୦୮), ଶିଶୁ କବିତା ସଂକଳନ - ମାଣିକଟିଏ (୨୦୧୦), କିଶୋର ଗଳ୍ପ ସଂକଳନ - ବାରଟି କାହାଣୀ (୨୦୧୦), କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ - ସାବାସ ମିଲକା (୨୦୧୬), ଗୀତିକବିତାର ସମାହାର - କବିତାମାଳା (୨୦୧୮), ଭାବପୂର୍ଣ ଶତାଧିକ ଜଣାଣ ସମୂହ - ଭକ୍ତି ନୈବେଦ୍ୟ (୨୦୧୯) ଏବଂ ଶ୍ରୀଗୁରୁଙ୍କ ଚରଣ କମଳରେ ଅର୍ପିତ ୧୦୮ଟି ଭକ୍ତିପୂତ ବନ୍ଦନା - ଭକ୍ତି ଅର୍ଘ୍ୟ (୨୦୨୦) ଉଲ୍ଲେଖଯୋଗ୍ୟ । ଆତ୍ମପ୍ରଚାର ବିମୁଖ ଏହି ସାହିତ୍ୟ ସାଧିକା ନିଜ ଅନବଦ୍ୟ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହେଉଛନ୍ତି। ଲେଖିକା ଷ୍ଟୋରିମିରର୍ ପ୍ରାୟୋଜିତ “ବାଉନ ସପ୍ତାହ ଲିଖନ ପ୍ରତିଯୋଗିତା (ଦ୍ୱିତୀୟ ସଂସ୍କରଣ)”ର ବିଜେତା ଏବଂ “ବର୍ଷର ଶ୍ରେଷ୍ଠ ଲେଖକ-୨୦୨୦”ର ପ୍ରଥମ ଉପବିଜେତା (ସମ୍ପାଦକଙ୍କ ପସନ୍ଦ) ଅଟନ୍ତି ।



Be the first to add review and rating.


 Added to cart