We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹200 | |
| Amazon | Price not available | |
| Flipkart | Price not available |
About Book:
କବୀଟିଏ ସବୁବେଳେ ଭାବୁକ, ସମ୍ବେଦନଶୀଳ । ତା’ର ମନ ସବୁବେଳେ ଛୁଇଁ ଥାଏ ଜୀବନର ନବ ରସକୁ । ତା’ର ଚାରିପଟେ ଦେଖୁଥିବା ଚିତ୍ର ସବୁ ଖୁବ ଆଲୋଡିତ କରେ ତା’କୁ । ତା’ର ହସ, ଲୁହ, ରାଗ, ରୋଷ, ବିସ୍ମୟ, ଘୃଣା, ପ୍ରେମ ସବୁ ଶବ୍ଦ ହୋଇ ଝରି ପଡନ୍ତି ତା’ର ଲେଖନୀରୁ । ସେମିତି ଜୀବନର ଅନେକ ରଙ୍ଗ ନେଇ ଉଭା ହୋଇଛି କବିତା ସଙ୍କଳନ “ବର୍ଣ୍ଣାଳୀ”। କେତେବେଳେ ପ୍ରେମ, କେବେ ଦେଶଭକ୍ତିରେ ରସାଣିତ ହୋଇଛି ସେ ଲେଖନୀ ତ ଆଉ କେବେ ଜରାଗ୍ରସ୍ତ ବାପାର ଭଙ୍ଗାସ୍ୱପ୍ନରେ ଶୋକାକୁଳ ହୋଇଛି, କେବେ ପ୍ରକୃତିର ମାଧୁର୍ଯ୍ୟମୟ ରୂପ ଆକର୍ଷିତ କରିଛି ତା’କୁ ତ କେବେ ସୂର୍ଯ୍ୟାସ୍ତର ଚିନ୍ତନ ବିଚଳିତ କରିଛି । ସବୁ ଭାବନାକୁ ସେ ପ୍ରଜାପତିର ରଙ୍ଗଦେଇ ଚିତ୍ରାୟିତ କରିଛନ୍ତି ତାଙ୍କର ଲେଖନୀରେ । ଏମିତି ବିବିଧ ବର୍ଣ୍ଣର ଆଭାରେ ରଙ୍ଗାୟିତ ”ବର୍ଣ୍ଣାଳୀ “ ସାଧାରଣ ପାଠକଟିର ମନକୁ ଆକର୍ଷିତ କରିବ ନିଶ୍ଚୟ । କବିତା ସଂକଳନ ”ବର୍ଣ୍ଣାଳୀ”ଟି ତାଙ୍କୁ କବୀ ଭାବରେ ସ୍ୱୀକୃତି ଦେବ ବୋଲି ଆଶା କରନ୍ତି ସାହିତ୍ୟିକା ସୁଷମା ପରିଜା ।
About the Author:
ଶ୍ରୀମତୀ ସୁଷମା ପରିଜାଙ୍କର ଜନ୍ମ- ଉଣେଇଶହ ସତାବନ ମସିହା ଡିସେମ୍ବର ମାସରେ । ପୈତୃକ ବାସସ୍ଥାନ ଅବିଭକ୍ତ କଟକ ଜିଲ୍ଲାର ବାଙ୍କୀ ଡମପଡା ରେ ହୋଇଥିଲେ ମଧ୍ୟ ତାଙ୍କର ବାଲ୍ୟ, ଶୈଶବରୁ ବୈବାହିକ ଜୀବନ ଜିତିଛି କଟକ ସହରରେ । ସଇଁତିରିଶି ବର୍ଷର ବ୍ୟାଙ୍କ୍ ଚାକିରୀ ପରେ ଦୁଇ ହଜାର ସତର ମସିହାରୁ ଅବସରପ୍ରାପ୍ତ ହୋଇ ଅଧୁନା ସେ ଓଡିଆ ସାହିତ୍ୟରେ ସର୍ଜନମନସ୍କ । ତାଙ୍କର ଲେଖା କ୍ଷୁଦ୍ର ଗଳ୍ପ, କବିତା, ପ୍ରବନ୍ଧ ସବୁ ଦୈନିକ ସମ୍ବାଦପତ୍ର ଯଥା ସମାଜ, ପ୍ରଜାତନ୍ତ୍ର, ପ୍ରଗତିବାଦୀ, ସୂର୍ଯ୍ୟପ୍ରଭା, ଓଡିଶା ଭାସ୍କର ଇତ୍ୟାଦି ଏବଂ ପତ୍ରିକା ମଧ୍ୟରେ ଝଙ୍କାର, ଚନ୍ଦନଧାରା, ଅର୍ପିତା, ପ୍ରେରଣା, ମୀନାବଜାର, ପ୍ରଜାତନ୍ତ୍ର ସାପ୍ତାହିକୀ, ଯୁଗଶ୍ରୀ ଯୁଗନାରୀ, ନାରୀ ସୁରକ୍ଷା, ମୋନାଲିସା, ଶ୍ରୀମୟୀ ଇତ୍ୟାଦିରେ ପ୍ରକାଶିତ ହୋଇ ଅନେକ ପ୍ରଶଂସିତ । ତାଙ୍କର ଏଯାବତ୍ ପ୍ରକାଶିତ ପୁସ୍ତକ ମଧ୍ୟରେ "ପ୍ରତିବଦ୍ଧ", "ପରିପୂର୍ଣ୍ଣା", "କ୍ଳାନ୍ତ ଅପରାହ୍ନ" ନାମରେ ତିନୋଟି ଗଳ୍ପ ସଂକଳନ ଖୁବ ଆଦୃତି ଲାଭ କରିଛି । ତାଙ୍କର ଏକ ଭ୍ରମଣ କାହାଣୀ ମଧ୍ୟ "ମୋ କାନାଡ଼ା ଡାଏରୀ" ନାମରେ ଏଇ ନିକଟରେ ପ୍ରକାଶିତ ହୋଇ ସାରିଛି । କବିତା ସଙ୍କଳନ “ବର୍ଣ୍ଣାଳୀ“ ତାଙ୍କ ସୃଜନର ପଞ୍ଚମ କଳିକା ଏବେ ଆପଣମାନଙ୍କର ସମ୍ମୁଖରେ ।