We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹30 | |
| Amazon | Price not available | |
| Flipkart | Price not available |
ବହି ବିଷୟରେ( About the Book)
ଷ୍ଟୋରିମିରର ପ୍ରାୟୋଜିତ "କବିତା କାନନ" ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମେ ପ୍ରତିଦିନ ଗୋଟିଏ କବିତା ଲେଖିବା, ମୋ ପାଇଁ ସମୟ ହୁଏନି। ପଲ୍ଲବିନୀ ମାଡ଼ାମ ଙ୍କ ଠାରୁ, ଲେଖିବାକୁ ଗୋଟେ ଗୋଟେ ପ୍ରେରଣା ପାଇ ଲେଖିବି ବୋଲି ଭାବେ,ପୁଣି ଲେଖିପାରେନି। ମୋ ମନରୁ କବିତା ଲେଖି ପଠାଏ। ଏମିତି ଯାହା ହେଉ ନିର୍ଦ୍ଧାରିତ ସମୟରେ, ୫୦ ଟି କବିତା ଲେଖିଥିଲି।
ମୋଟାମୋଟି ଭାବେ ମୋର କବିତା ଗୁଡ଼ିକ, ଆଧ୍ୟାତ୍ମ୍ୟ, ଦର୍ଶନ, କିଛିଟା ପ୍ରେମିଳ ଆଉ ମଜାଳିଆ ଧରଣର। ସବୁ ଗୁଡ଼ିକ ପ୍ରାୟ ଏଇ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଛି। କେତେ ପୁଣି ଛପା ହୋଇଛି, ବହିରେ।। କବିତା ଗୁଡ଼ିକୁ ପଢ଼ିବା ବା ବୁଝିବାରେ ସେତେ କଷ୍ଟ ହବନି। ସହଜରେ ବୁଝି ହବ। ତେଣୁ ଆଶା କରେ ସମସ୍ତେ ପଢ଼ନ୍ତୁ। ମୋ ନନା ବୋଉଙ୍କ ଆଶୀର୍ବାଦରୁ କିଛି ଲେଖି ପାରିଛି ବୋଲି ଖୁସି ଲାଗୁଛି।
ଲେଖକଙ୍କ ବିଷୟରେ( About the Author)
ମୋ ନିଜ ବିଷୟ ରେ କଣ ଲେଖିବି ଯେ,! ଶିକ୍ଷକ ପରିବାରରୁ ଆସିଛି। ପୁଣି ପିଲାବେଳୁ ଏଇ ଭୁବନେଶ୍ୱରରେ। ପ୍ରାଇମେରୀଠାରୁ ପିଜି ସବୁ ଏଇଠି। ପ୍ରକୃତିକୁ ଚିହ୍ନି ନ ଥିଲି। ବିଜ୍ଞାନର ଛାତ୍ର, ଶେଷ ପର୍ଯ୍ୟନ୍ତ। ଗବେଷଣା ଅଧିକାରୀ ଭାବରେ ରାଜ୍ୟ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନରେ ଢେର ଦିନ ଚାକିରି କରିଛି। ଏବେ ଭୁବନେଶ୍ୱର ଠାରୁ ବହୁତ୍ ଦୂରରେ ସରକାରୀ ଚାକିରିରେ ଅବସ୍ଥାପିତ। ବିଜ୍ଞାନର ଛାତ୍ର ହେଲେ ବି ସାହିତ୍ୟ କୁ ଭଲ ପାଉଥିଲି। ବହୁତ୍ ବହି ପଢ଼ିଥିଲି ପିଲାବେଳେ। ପରବର୍ତ୍ତୀ ଅବସ୍ଥାରେ ହୁଏତ, ସେସବୁ ଉଦ୍ଗୀରଣ ହୋଇଛି କେଉଁ ଶୁଭ ମୁହୂର୍ତ୍ତରେ।
ବିଜ୍ଞାନରେ ସାହିତ୍ୟ କୁ ଖୋଜିବା ବା ସାହିତ୍ୟରେ ବିଜ୍ଞାନ କୁ ଖୋଜିବା ପାଇଁ ମୋର ଯେଉଁ ମାନସିକତା ସାହାଯ୍ୟ କରିଛି। ପ୍ରଥମରୁ ତ କହିଛି, ଶିକ୍ଷକଙ୍କ ପୁଅ। ତେଣୁ ପଢ଼ାପଢ଼ିରେ ରୁଚି। ଆଉ ଶୃଙ୍ଖଳରେ ବନ୍ଧା ଜୀବନ। ସେଇ ସବୁ କଟକଣା ପିଲାବେଳର, ମୋ ନନାଙ୍କର୍, ଭିତରେ ଭିତରେ ମୋତେ ତିଆରି କରୁଥିଲା, କିଛି ଲେଖିବାକୁ। ଆଜି ପାଇଁ ଏତିକି ଲେଖିଲି।