Quotes New

Audio

Forum

Read

Books


Write

Sign In

We will fetch book names as per the search key...

ଅନେକ ଫୁଲର ମାଳା (Anek Phular Mala)

★★★★★

AUTHOR :
ବିନୋଦିନୀ ଦାଶ (Binodini Dash)
PUBLISHER :
StoryMirror Infotech Pvt. Ltd.
ISBN :
978-93-91116-89-7
PAGES :
146
PAPERBACK
₹200


About Book:

“ଅନେକ ଫୁଲର ମାଳା” ତାଙ୍କର ଦ୍ୱିତୀୟ ପ୍ରକାଶିତ କବିତା ସଂକଳନ । ଏହି ଛନ୍ଦୋଯୁକ୍ତ କବିତା ସଂକଳନଟିରେ ଅତି ସରଳ, ମଧୁର ଭାଷାରେ ଆମ ସମାଜର ରୀତିନୀତି, ଚାଲିଚଳନ, ସଂସ୍କାର, ପରମ୍ପରା ଓ ଆଧ୍ୟାତ୍ମିକତାକୁ ନେଇ ତାଙ୍କର ମନୋଭାବ ପରିପ୍ରକାଶ କରିଥିବା ଦୃଶ୍ୟମାନ ହୁଏ । ଏଥିପାଇଁ ସେ ତାଙ୍କର ପୁସ୍ତକଟିର ନାମକରଣ “ଅନେକ ଫୁଲର ମାଳା” ରଖିଛନ୍ତି । ଖୁବ୍ ସୁନ୍ଦର, ସରଳ ବୋଧଗମ୍ୟ ହେଲା ପରି ଭାଷାଗୁଡିଏ ଛନ୍ଦି ତାଙ୍କ କବିତାକୁ କରିଛନ୍ତି ବାଙମୟ । ଏହା ନିଶ୍ଚୟ ପାଠକମାନଙ୍କ ମନଛୁଆଁ ହୋଇପାରିବ ବୋଲି ବିଶ୍ୱାସ ।


About the Author:

ଶ୍ରୀମତୀ ବିନୋଦିନୀ ଦାଶଙ୍କର ଜନ୍ମ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଝାଟିଆ ଶାସନ ଗ୍ରାମରେ । ବୃତ୍ତିରେ ଜଣେ ସରକାରୀ ପ୍ରାଥମିକ ଶିକ୍ଷୟତ୍ରୀ । ସେ ତା-୦୫/୦୩/୧୯୬୬ ରିଖ, ଫାଲ୍ଗୁନ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମଘା ନକ୍ଷତ୍ରରେ ମାତା ଲାବଣ୍ୟବତୀ ଓ ପିତା ସ୍ୱର୍ଗତଃ ଉପେନ୍ଦ୍ର ଦାଶଙ୍କର କନିଷ୍ଠା କନ୍ୟା ରୂପେ ତାଙ୍କର କୋଳମଣ୍ଡନ କରିଥିଲେ । ଶ୍ୱଶୁରାଳୟ ରସୁଲପୁର ବ୍ଲକର କୁରୁଆଁ ଗ୍ରାମରେ । ଶାଶୁ ମାଳତୀ ଦାଶ ଓ ସ୍ୱର୍ଗତଃ ଦାଶରଥି ଦାଶଙ୍କର ସେ ମଧ୍ୟମ ପୁତ୍ରବଧୂ । ତାଙ୍କ ସ୍ୱାମୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାଶ ସୁନାମଧନ୍ୟ ଶିକ୍ଷକ ଭାବରେ ଅବସର ନେଇଛନ୍ତି । କବୟିତ୍ରୀ ତାଙ୍କ କୈଶୋର ଅବସ୍ଥାରୁ ଲେଖନୀ ଚାଳନା କରି ଅଦ୍ୟାବଧି ବହୁ ଭଜନ, ଜଣାଣ ଲେଖି ୨୦୨୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ 'ଭକ୍ତି ନୈବେଦ୍ୟ'ରେ ସ୍ଥାନିତ କରିଛନ୍ତି ।






ADD TO CART
 Added to cart