We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹5 | |
| Amazon | Price not available | |
| Flipkart | Price not available |
କବିତା ସଙ୍କଳନଟି ଏମିତି କିଛି କବିତାରେ ପରିପୃଷ୍ଠ ଯେଉଁ କବିତା ଗୁଡିକ ଏଥିରେ ସନ୍ନିବେଶିତ ସବୁ ଗୁଡିକ ହୃଦୟକୁ ରେଖାଙ୍କିତ କରିବା ପାଇଁ ଉଦ୍ଦିଷ୍ଟ।
ମୋ କାବ୍ୟନାୟିକା ପ୍ରୀତି ଏମିତି ଏକ ସମୟରେ ତାଙ୍କ ପ୍ରେମିକଙ୍କ ଜୀବନରେ ପ୍ରବେଶ କରିଥିଲେ ସେତେବେଳେ ଦୁହିଁଙ୍କ ସାମାଜିକ ପୃଷ୍ଠଭୂମି ତଥା ବୟସର ତାରତମ୍ୟ ଅଧିକ ଥିଲା । ଜଣେ ଆଉ ଜଣଙ୍କୁ କେବେ ବି ଦେଖି ନାହାନ୍ତି। ନିରବ ଅବ୍ୟକ୍ତ ତ ନୁହେଁ କିନ୍ତୁ ସେ ଥିଲା ଅନାବିଳ ଭଲ ପାଇବା। ଦୈହିକ କ୍ରିୟା କଳାପ ଠାରୁ ବହୁ ଦୂର ଅତିମାନସ ସ୍ତରର ମିଳନ ଭିତରେ ସୀମିତ ଥିଲା ଦିହିଙ୍କ ପ୍ରେମ ,ବିରହ, ପ୍ରତାରଣା, ଅନ୍ୱେଷଣ ତାକୁ ଭିତ୍ତିଭୂମି କରି କବିତାଗୁଡିକୁ ଲେଖାଯାଇଛି ।
ପ୍ରୀତି ଜାଣେ ତୁମ ଆଉ ମୋ ରାସ୍ତା ଅଲଗା କିନ୍ତୁ ତୁମ ସହ କାଟିଥିବା ଯେଉଁ କିଛି ସମୟ ଯଥେଷ୍ଠ ମୋ ପାଇଁ କାଟି ଦେବାକୁ ସାରା ଜୀବନ । ଆଜି ବି ବହୁଥିବା ପବନ ଯେତେବେଳେ ଛୁଇଁ ଯାଏ ମତେ ମୁଁ ପାଇ ଯାଏ ତୁମ ପ୍ରୀତିସ୍ପର୍ଶ ।
ଦୂରେ ଅନେକ ଦୂରେ ଜଣେ ମୁଖପିନ୍ଧା ଚରିତ୍ର ହୋଇ ତୁମେ ସମସ୍ୟାଠାରୁ ଦୌଡ଼ି ଚାଲିଯିବା ପ୍ରକୃତିରେ ଅଭ୍ୟସ୍ତ ହେଲେ ମୁଁ କିନ୍ତୁ ଟିକିଏ ଅଲଗା ହାରି ବି ହାରକୁ ହରାଇବ ଓ ହାର ମନାଇବା ପିଲା ଦିନୁ ଶିଖି ଆସିଥିବା ଓ ଜିତି ଆସିଥିବା ଜୀବନ ଶୈଳୀ ମୋର । ମୋ ଅନ୍ୱେଷିତା ପ୍ରୀତିଲଗ୍ନା ପାଇଁ ମୋ ଅନ୍ୱେଷଣ ଏବେ ବି ଜାରି ଅଛି ଏବଂ ରହିଥିବ ଏ କାହାଣୀର ଶେଷ ଅଧ୍ୟୟ ପର୍ଯ୍ୟନ୍ତ । ଯେତେପାରୁଛ ଦୌଡ଼ ମୋ ଠାରୁ ଦୂରକୁ ମୁଁ ବି ଚାଲିଛି ତୁମ ପଛେ ପଛେ ପ୍ରୀତି ।