Quotes

Audio

Read

Books


Write

Sign In

We will fetch book names as per the search key...

ଆକାଶ କୁସୁମ

★★★★★
Read the E-book in StoryMirror App. Click here to download : Android / iOS
Author | Bharatabandhu Biswal Publisher | StoryMirror Infotech Pvt. Ltd. ISBN | ebook Pages | 100
E-BOOK
₹50

About the author

କବି ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ଜନ୍ମ 02-11-1958

ଉପର ବରୁଆଁ ,କବୀରପୁର, ଯାଜପୁର

ପିତା-ସ୍ୱର୍ଗତ ନୃସିଂହ ଚରଣ ବିଶ୍ୱାଳ

ମାତା- ସ୍ୱର୍ଗତ ଉମାରାଣୀ ଦେବୀ

 ଅଧ୍ୟୟନ ସମୟରୁ ମାତୃଭୂମି, ମାତୃଭାଷା ଏବଂ ମାନବୀୟ ମୂଲ୍ୟବୋଧ ପ୍ରତି ଗଭୀର ମମତ୍ୱବୋଧ ଓ ଅତୁଟ ସ°ପ୍ରୀତିରେ ବିଶ୍ୱାସ ରଖି ଆସିଥିବା କବିଙ୍କ ଶତାଧିକ କବିତା,ଗଳ୍ପ ରାଜ୍ୟର ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଅଛି । ତାଙ୍କ ସୃଷ୍ଟିର ବର୍ଣିଳ ଦିଗବଳୟ ମଧ୍ୟରେ ସୁନ୍ଦର ଭକ୍ତି ଭାବନା,ଗଭୀର ଜୀବନ ଦର୍ଶନ ଏବଂ ମାନବୀୟ ଆବେଦନର ଅନ୍ତସ୍ୱର ଖୁବ୍ ସୁସ୍ପଷ୍ଟ ଏବଂ ଜୀବନ୍ମୟ । ଅନୁଶୀଳନ, ଅଧ୍ୟବସାୟ ଏବଂ ସଚେତ ସଙ୍ଗତ ଉତ୍ତରପ୍ରତ୍ୟୟରେ କବିଙ୍କ କାବ୍ୟ ପ୍ରତିଭା ଖୁବ୍ ମାର୍ମିକ,ପ୍ରାଞ୍ଜଳ ଏବଂ ଦୀପ୍ତି ମନ୍ତ ।

  କବି ନିଜର କାର୍ଯ୍ୟକାଳ ମଧ୍ୟରେ ଉତ୍ସର୍ଗୀକୃତ ଏବଂ ଉଚ୍ଚକୋଟୀର ସେବା ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରୈ।ପପଦକ ଓ ସନନ୍ଦପ୍ରାପ୍ତ ହୋଇଥିବା ସହିତ ଷ୍ଟୋରୀମିରର ପ୍ରତିଷ୍ଠାନ ସମ୍ପାଦନା ମଣ୍ଡଳୀଙ୍କ ଦ୍ୱାରା ମର୍ଯ୍ୟାଦାଜନକ ସମ୍ମାନ ବର୍ଷ 2021ର ଶ୍ରେଷ୍ଠ ଲେଖକ ଭାବେ ମଧ୍ୟ ସନନ୍ଦ ପ୍ରାପ୍ତ ହୋଇଛନ୍ତି ।

  ଷ୍ଟୋରୀମିରର ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍କୃଷ୍ଟ ସର୍ଜନ ପ୍ରତିଭାର ବିକାଶ କାମନା କରୁଅଛି ।


About the book

ପୁସ୍ତକ ସମ୍ପର୍କରେ କିଛି କଥା

   -----

ଅଭିନବ ସାରସ୍ୱତ ସମ୍ଭାବନାକୁ ସାକାର ସ୍ୱରୂପ ଦେବା ଉଦ୍ଦେଶ୍ୟରେ ଭାରତର ଅଗ୍ରଣୀ ପ୍ରକାଶନ ସ°ସ୍ଥା ଷ୍ଟୋରୀମିରଙ୍କ ଦ୍ବାରା ଆୟୋଜିତ ହୋଇଥିବା 31 Days 31 Prompts (season-3) ପ୍ରତିଯୋଗୀତାରେ winner ବିବେଚିତ ହୋଇ ମୋର 31 ଗୋଟି କବିତା e-book ରୂପେ ପ୍ରକାଶ ପାଇବା ଅତ୍ୟନ୍ତ ଆନନ୍ଦର ବିଷୟ ।

 "ଆକାଶ କୁସୁମ " କବିତା ଅର୍ଘଟିର ସ°ଗୁପ୍ତ, ପ୍ରାଞ୍ଜଳ ଏବଂ ସମୁଜ୍ଜ୍ୱଳ ଅନ୍ତସ୍ୱର ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରିପାରିଲେ ଶ୍ରମ ସାର୍ଥକ ହେଲା ବୋଲି ମନେ କରିବି ।

ଷ୍ଟୋରୀମିରରର ସ°ସ୍ଥାପକ ଶ୍ରୀଯୁକ୍ତ ବିଭୁଦତ୍ତ ରାଉତ ଏବଂ ଏହି ମଞ୍ଚ ସହିତ ସ°ପୃକ୍ତ ବନ୍ଧୁମାନଙ୍କ ପ୍ରୋତ୍ସାହନ ଓ ନିଷ୍ଠାପର ପ୍ରଚେଷ୍ଟା ଫଳରେ "ଆକାଶ କୁସୁମ" ସ୍ୱପ୍ନ ସାକାର ହୋଇଥିବାରୁ ହୃଦୟରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।


ଶ୍ରୀ ଭରତବନ୍ଧୁ ବିଶ୍ୱାଳ








Be the first to add review and rating.


 Added to cart