Quotes

Audio

Read

Books


Write

Sign In

We will fetch book names as per the search key...

ଅଗ୍ନିକୁଣ୍ଡେ ଅବଳା ( Agnikunde Abala)

★★★★★
Author | ଅରୁଣ କୁମାର ମିତ୍ର (Arun Kumar Mitra) Publisher | StoryMirror Infotech Pvt. Ltd. ISBN | 978-93-91116-23-1 Pages | 182
PAPERBACK
₹240

About Book:


"ଅଗ୍ନି କୁଣ୍ଡେ ଅବଳା" କବି ଅରୁଣ ମିତ୍ରଙ୍କ ଚତୁର୍ଥ କାବ୍ୟ ଗ୍ରନ୍ଥ । ଏହି କାବ୍ୟ ଗ୍ରନ୍ଥରେ ପ୍ରାଚୀନ କାଳରୁ ଆଜି ଯାଏଁ ସମାଜରେ ନାରୀର ସ୍ଥିତିକୁ ନେଇ ବେଶ କିଛି କବିତା ଉପସ୍ଥାପନ କରାହେଇଛି। ତା'ଛଡ଼ା ଆହୁରି ବିଭିନ୍ନ ବିଷୟରେ କିଛି କବିତା ଲେଖି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରୟାସ କରାଯାଇଛି । ପାଠକ ଗ୍ରହଣ କଲେ ମୋ ତୃପ୍ତି, ସେହି ତୃପ୍ତି ହିଁ ମୋର ପାଥେୟ ଓ ପ୍ରସାଦ ବୋଲି କବି ଶ୍ରୀଯୁକ୍ତ ମିତ୍ର ଗଭୀର ଆସ୍ଥା ପ୍ରକଟ କରନ୍ତି । ଆମର ବିଶ୍ୱାସ ଉକ୍ତ କାବ୍ୟ ଗ୍ରନ୍ଥଟି ସଶ୍ରଦ୍ଧ ପାଠକମହଳରେ ଗଭୀର ଶ୍ରଦ୍ଧା ଭାଜନ ହେବ ।


About the Author:


କବି ଅରୁଣ କୁମାର ମିତ୍ର ଜଣେ ଅନନ୍ୟ ପ୍ରତିଭା । ନିଜ ଜନ୍ମଭୂମି ବଙ୍ଗ ପ୍ରଦେଶ ହେଲେ ସୁଦ୍ଧା ଉତ୍କଳ ଜନନୀ ତାଙ୍କ ଧାତ୍ରୀ । ତେବେ ନିଜ ବିଷୟରେ କବି ଯାହା କୁହନ୍ତି - 'ମୁଁ ସ୍ବପ୍ନରେ କେବେ ଭାବି ନଥିଲି ମୁଁ କବିତା ରଚନା କରିବି ପୁଣି ଓଡ଼ିଆ ଭାଷାରେ, ଯେଉଁଥିରେ ମୋର ବିନ୍ଦୁ ମାତ୍ର ଜ୍ଞାନ ନଥିଲା । ବିଦ୍ଯା ମୋର ଯତ୍ ସାମାନ୍ୟ ତାହା ପୁଣି ବଙ୍ଗଳା ଭାଷାରେ । ବର୍ଣ୍ଣବୋଧ ପଢି ଅଭିଧାନ ଦେଖି ଚାଳିଶ ବର୍ଷ ବୟସରେ ଓଡ଼ିଆ ଶିଖି ତିନୋଟି କ୍ଷୁଦ୍ର କାବ୍ୟ ଗ୍ରନ୍ଥ ଲେଖିଛି । ଏହା ମୋର ଚତୁର୍ଥ କାବ୍ୟ ଗ୍ରନ୍ଥ । ମୋର ଜନ୍ମ ଶୈଶବ ପାଠଶାଠ ଏକ ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ମହଲ ସ୍ଥିତ ପଶ୍ଚିମ ବଙ୍ଗର ଏକ ଅଖ୍ୟାତ ପଲ୍ଲୀରେ । ଅଜଣାକୁ ଜାଣିବା ଅସମ୍ଭବକୁ ସମ୍ଭବ କରିବା ଏକ ପ୍ରଚେଷ୍ଟା ସବୁବେଳେ ମୋ ଅନ୍ତରେ ବିଦ୍ୟମାନ । ଜୀବିକାର ସନ୍ଧାନରେ ଉତ୍କଳ ଜନନୀର ପଣତ ତଳେ ଆଶ୍ରୟ ପାଇବା ମୋର ପରମ ସୌଭାଗ୍ୟ, ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାର ପ୍ରତି ଶ୍ରଦ୍ଧା ମୋତେ ଓଡ଼ିଆ କବିତା ରଚନା କରିବାରେ ଉଦ୍ଭୁଦ୍ଧ କରିଛି । ଯାହା ମୋ ପାଇଁ କଳ୍ପନାତୀତ ।'





Be the first to add review and rating.


 Added to cart