We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹580 | |
| Amazon | Price not available | |
| Flipkart | Price not available |
ପରିପୂର୍ଣ୍ଣା ବହିରେ ସ୍ଥାନିତ ହୋଇଛି ସମୁଦାୟ ତେଇଶିଟି ଗଳ୍ପ । ଆମ ସମାଜରେ ବେଳେବେଳେ ଏମିତି ଘଟଣା ସବୁ ଘଟିଥାଏ ଯାହା ସାଧାରଣ ଲୋକଙ୍କୁ ସ୍ତମ୍ଭୀଭୂତ କରିଦିଏ, କେବେ ଆଶା କରିନଥିବା ଦିଗରୁ ଦୁର୍ଘଟଣାଟି ଘଟିଯାଏ, ପାଦ ତଳୁ ଭୂମି ଖସି ଯାଏ, ଆଉ ପୁଣି କେବେ କାହାର ଅଯାଚିତ ଦୟାରେ ମଣିଷ ନୂଆ ଜୀବନ ପାଏ । କେବେ ସେଇ ମଣିଷ ଈଶ୍ବର ହୋଇ ଠିଆ ହୁଏ ତ କେବେ ଦାନବ ହୋଇ । ସେଇମିତି କିଛି ଚରିତ୍ର ଏବଂ ଘଟଣାକୁ ନେଇ ଉପସ୍ଥିତ ହୋଇଛି ପରିପୂର୍ଣ୍ଣା । ପରିପୂର୍ଣ୍ଣା ବହିଟିରେ ସ୍ଥାନିତ ସମସ୍ତ ଗଳ୍ପ ଗୁଡିକ ଆମ ସମାଜର ସାମ୍ପ୍ରତିକ ସମୟର ବିଭିନ୍ନ ଘଟଣାବଳୀ ଉପରେ ଆଧାରିତ । ଗଳ୍ପ ଗୁଡିକ ମୁଖ୍ୟତଃ ନାରୀ ସମସ୍ୟା, ସମାଜର ଅନ୍ୟାନ୍ୟ ଦୁର୍ବଳ ବର୍ଗର ବ୍ୟକ୍ତି ବିଶେଷ ଯଥା ତୃତୀୟ ଲିଙ୍ଗ, ନିଜର ବୟସ୍କ ଅଭିଭାବକଙ୍କ ପ୍ରତି ସନ୍ତାନ କର୍ତ୍ତୃକ ଅବହେଳା, ଜାତି ଗତ, ଧର୍ମ ଗତ ଅସହିଷ୍ଣୁତା, ଶିଶୁ ଆଉ ଯୁବ ପିଢି ଉପରେ ମାଦକ ଦ୍ରବ୍ୟର କୁପ୍ରଭାବ, ଅନ୍ଧବିଶ୍ୱାସ, ଆଧୁନିକ ଯୁଗରେ ସୋସିଆଲ୍ ମିଡିଆର ଦୁରୁପଯୋଗ ଇତ୍ୟାଦି ସମାଜର ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରି ସାମାଜିକ ସଚେତନତା ସୃଷ୍ଟି କରିବା ଲେଖିକାଙ୍କର ମୁଖ୍ୟ ଉଦ୍ଦେଶ୍ୟ । " ମୋ ଗଳ୍ପ ଗୁଡିକୁ ପଢି ଯଦି ଜଣେ ବି କେହି ସେଥିରେ ଅନୁପ୍ରାଣିତ ହୋଇ ଭୁଲ୍ ବାଟ ଛାଡି ନିଜକୁ ସଂଶୋଧନ କରି ଆଉଥରେ ନୂଆ କରି ଜୀବନ ଆରମ୍ଭ କରିବ ତେବେ ମୋ ଲେଖନୀ ସାର୍ଥକ ହୋଇଛି ବୋଲି ଭାବିବି । " - ବୋଲି କୁହନ୍ତି ଲେଖିକା ।
“ନୀଳ ଗଗନର ପଥିକ " ତାଙ୍କର ଅନନ୍ୟ କୃତି । ଏହା ଏକ ରସାଳ ଓ ବର୍ଣ୍ଣନାଧର୍ମୀ ଗଳ୍ପ ସମ୍ଭାର , ଯାହାର ପଠନ ଉପନ୍ୟାସର ପରିକଳ୍ପନା ମନ ମଧ୍ୟରେ ଗଢ଼ି ତୋଳି ଥାଏ । ଏଥିରେ ଗ୍ରାମ୍ୟ ଚିତ୍ର ସୁସ୍ପଷ୍ଟ ଓ ମନୋରମ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ଭାସ୍ଵର । ଏଥିରେ ମଧ୍ୟ ଚରିତ୍ର ଚିତ୍ରଣରେ ନିଖୁଣତା ଓ କଥନ ଭଙ୍ଗୀରେ ନିଆରାପଣ ସଂଗୁପ୍ତ ହୋଇ ପାରିଛି । ଗଳ୍ପ ଗୁଡ଼ିକରେ ଠାଏଁ ଠାଏଁ ଗୀତିମୟତା ଉଛୁଳି ଉଠିଛି । ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପାରିଛି । ଏହା ନିଶ୍ଚିତ ଭାବେ ସୁଖ ପାଠ୍ୟ ହେବ । ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ । ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରନ୍ତୁ, ଏହା ହିଁ ମଙ୍ଗଳମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ଏଥିରେ ସନ୍ନିହିତ କାହାଣୀ ସବୁ ନିହାତି ସାଧାରଣ ଘରୋଇ ସମସ୍ୟା ଓ ତାର ବିଚିତ୍ର ନିରାକରଣ ଉପରେ ଆଧାରିତ । କାହାଣୀର ନାୟକ ମହାପାତ୍ରବାବୁ ଆଜିକା ଦିନରେ ସମସ୍ତ ପୁରୁଷଙ୍କ ପ୍ରତିନିଧିତ୍ୱ କରନ୍ତି ସମାଜ ଓ ପରିବାରରେ ସେମାନଙ୍କ ପରିସ୍ଥିତିକୁ ନେଇ । "ଗାଳ୍ପିକା ଜଣେ ଭାରତୀୟ ଗୃହିଣୀ . ସାହିତ୍ୟ ରଚନା, ସଙ୍ଗୀତ, ନୃତ୍ୟ, ଡ୍ରାମା (ରଚନା ଓ ନିର୍ଦ୍ଦେଶନା), ସିଲେଇ, ବଗିଚା, ପତ୍ରିକା ସଂପାଦନା, ସମାଜସେବା, ମଞ୍ଚ ପରିଚାଳନା, ପ୍ରବାସରେ ବିଭିନ୍ନ ଓଡିଆ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନା କରିବା ନିଜକୁ ସେ ସମ୍ପୃକ୍ତ କରି ରଖିଛନ୍ତି . "