We will fetch book names as per the search key...
| Seller | Price | |
|---|---|---|
| StoryMirror Best price | — | |
| Amazon | Price not available | |
| Flipkart | Price not available |
About the Book:
ଟେଡି ଶୈଶବର ପ୍ରିୟ ସାଥି। 'ଟେଡି' ଗଳ୍ପ ସଂକଳନଟିର ଅଧିକାଂଶ ଗଳ୍ପ କଅଁଳ ସରଳ ନିଷ୍ପାପ ପିଲା ମନ ତଳର ସ୍ଵାକ୍ଷର ବହନ କରେ।ଏହି' ଗଳ୍ପ ସଂକଳନଟିର ଅଧିକାଂଶ ଗଳ୍ପ ଶିଶୁ ମନସ୍ତତ୍ତ୍ୱ ଉପରେ ପର୍ଯ୍ୟବେସିତ। କୋମଳ ପ୍ରାଣର ଗୋପନ କଥାରେ ରୁଦ୍ଧିମନ୍ତ ଏହାର ପ୍ରତ୍ୟେକଟି ଗଳ୍ପ। ଏହା ସମସ୍ତ ପାଠକଙ୍କ ହୃଦୟ ସ୍ପର୍ଶ କରିବ ବୋଲି ମୋର ଆଶା ଓ ଦୃଢ଼ ବିଶ୍ବାସ।
ଏହି ଗଳ୍ପ ସଂକଳନଟି ବାହାରିବା ପଛରେ ଅଛନ୍ତି ମୋର ପ୍ରିୟ ପାଠକ ପାଠିକାଙ୍କ ସଦିଚ୍ଛା, ମିଷ୍ଟର ଦୁର୍ଗା ପ୍ରସାଦ ସ୍ବାଇଁଙ୍କ ପ୍ରୋତ୍ସାହନ ,ଦୁଇ ପୁଅ ଥିଟା ଓ ଆଲ୍ ଫା ଙ୍କ ଉଦ୍ୟମ, ବିଭୁଦତ୍ତ ସାର୍ ଙ୍କ ସହିତ ଷ୍ଟୋରିମିରର ପରିବାରର ସମସ୍ତ ସଦସ୍ୟଙ୍କ ଅକୁଣ୍ଠ ସହଯୋଗ। ସମସ୍ତଙ୍କୁ ହୃଦୟ ଭର୍ତ୍ତି କୃତଜ୍ଞତା ଜ୍ଞାପନ କରୁଛି।
About the Author:
ଜଗତସିଂହପୁର ଜିଲ୍ଲା, ବାଲିକୁଦା ବ୍ଲକର ସାରଣା ଗ୍ରାମରେ ଜନ୍ମିତ ସତ୍ୟବତୀ ସ୍ୱାଇଁ ସମସାମୟିକ ଜଣେ ସୁପରିଚିତ ଗାଳ୍ପିକା । ଜୀବନ,ଜୀଇଁବା ଓ ଜଗତର କଥା କୁହନ୍ତି ତାଙ୍କର ପ୍ରତିଟି ଗଳ୍ପ। ଏଯାବତ ତାଙ୍କର
ଚାରିଟି ଗଳ୍ପ ସଂକଳନ ଯଥାକ୍ରମେ; ହୃଦୟ ହଜିଛି, ନିଶା, ସ୍ପର୍ଶ ଓ ଦୃଶ୍ୟ ପ୍ରକାଶିତ ହୋଇ ବହୁ ସଂଖ୍ୟାରେ ପାଠକୀୟ ଆଦୃତି ଲାଭ କରିଛି। ଉକ୍ତ ଗଳ୍ପ ସଂକଳନ 'ଟେଡି ' ସମସ୍ତଙ୍କ ସ୍ନେହ ଆଦର ଲାଭ କରିବ ଏହାହିଁ ମୋର ବିଶ୍ୱାସ।