Quotes

Audio

Read

Books


Write

Sign In

We will fetch book names as per the search key...

ସୁମନ ମାୟାଧର (Suman Mayadhara) : ଏକ ସଂଘର୍ଷ କାହାଣୀ | ଓଡିଆ ଉପନ୍ୟାସ (Odia Novel)

★★★★★
Author | ରବିନାରାୟଣ ସେନାପତି (Rabinarayana Senapati) Publisher | StoryMirror Infotech Pvt. Ltd. ISBN | 9788119445974 Pages | 162
PAPERBACK
₹230
E-BOOK
₹115



About the Book:


୨୦୧୪ ଏପ୍ରିଲ ୧୫, ନାଲ୍ସା ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତୃତୀୟ ଲିଙ୍ଗର ମାନ୍ୟତା ସପକ୍ଷରେ ଐତିହାସିକ ରାୟ ଦିଅନ୍ତି । ଆମ ଦୁଇ ପ୍ରାପ୍ତବୟସ୍କ ପୁଅ ତର୍କ ଆରମ୍ଭ କଲେ ଏ ରାୟ ସପକ୍ଷରେ । ଯଦିଓ ଆମେ ମାଆ ବାପା ରାୟ ବିରୋଧରେ ନଥିଲୁ, ଏ ତର୍କ ସହ ସହଜ ହୋଇ ପାରୁନଥିଲୁ, ଉଭୟ ଡାକ୍ତର ହୋଇଥିବା ସତ୍ତ୍ୱେ । ସମଲିଙ୍ଗୀ, ଟ୍ରାନ୍ସଜେଣ୍ଡର ଓ ଇତ୍ୟାଦି ସତେ ଅବା ଘରେ ଏକାସାଥେ ବସି କଥା ହେବାର ବିଷୟ ନୁହେଁ । ଅନ୍ୟ ଏକ ଭାବନା ଆସୁଥିଲା, ତୃତୀୟଲିଙ୍ଗୀଙ୍କ ସଂଖ୍ୟା ବହୁତ କମ, ରାୟ ଯେହେତୁ ସପକ୍ଷରେ ଯାଇଛି ସରକାର ଯାହା କରିବା କଥା କରିବେ ଆମର ଏତେ ଆଲୋଚନାର କି ଆବଶ୍ୟକତା ଅଛି?


ଏ ଭାବନା ଥିଲା ତ୍ରୁଟିଯୁକ୍ତ ।


ଦୈବାତ୍ ଦିନେ ଦେଖେ କଳିଙ୍ଗ ଟିଭିର “ଭିନ୍ନମଣିଷ, ଭିନ୍ନ କଥା”, ଦେଖିଚାଲେ । କେତେ ଦୁଃଖ, କେତେ ଅତ୍ୟାଚାର ଓ କେତେ ବାଛନ୍ଦ ମଧ୍ୟରେ ଅନେକ କିନ୍ନର ଭଉଣୀ ଖୁବ୍ ସଫଳ । ଆଖିରେ ଲୁହ ଆସିଯାଏ । ଯେତେ ସଫଳ ହେଲେ ମଧ୍ୟ ଏ ସମାଜ କଣ ଫେରେଇ ପାରିବ ଯାହା ସେମାନେ ହରାଇଛନ୍ତି ସେମାନଙ୍କ କଅଁଳ ବୟସରେ । ସମାଜର ଏକ ସଦସ୍ୟ ହିସାବରେ ମୁଁ ତଥା ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ଦାୟୀ ।


ଗାଳ୍ପିକଟି ମନରେ ଉଙ୍କିମାରେ ଏକ ଚରିତ୍ର “ସୁମନ” । ମୋର ସମଗ୍ର ସତ୍ତାକୁ ଆୟତ୍ତ କରି ସୁମନ ମୋତେ ବାଧ୍ୟ କରେ ତା ଆତ୍ମକାହାଣୀ ଲେଖିବାକୁ । ମୋ କାହାଣୀର ପ୍ରତ୍ୟେକ ମୋଡରେ ଆଲୋକ ପ୍ରଜ୍ୱଳିତ । ମୁଁ ନିଜେ ଆଲୋକ ବର୍ତ୍ତି‌କା । ଚିତାକର୍ଷକ ଓ ସଫଳ ଏ କାହାଣୀ ।


ମନେହୁଏ ଏଣିକି ଏମିତି ଘଟିବ । ସମାଜର ମୂଖ୍ୟ ସ୍ରୋତରେ ସମସ୍ତଙ୍କର ରହିବ ସମାନ ଅଧିକାର ଓ ଯୋଗଦାନ । ନିଃସନ୍ଦେହରେ ଗଳ୍ପଟି ଆସିଛି ଖୁବ୍ ଗଭୀରତାରୁ ।


ସମସ୍ତଙ୍କୁ ନିମନ୍ତ୍ରଣ, ପଢନ୍ତୁ, “ସୁମନ ମାୟାଧର” ।


About the Author:


ଲେଖକ ରବିନାରାୟଣ ସେନାପତି ଯାଜପୁର ଜିଲ୍ଲାର ତୁଳତୀ ଗ୍ରାମର ଅଧିବାସୀ। ବୃତ୍ତିରେ ଜଣେ ପ୍ରସୂତି ବିଶେଷଜ୍ଞ, ସମ୍ପ୍ରତି ଉପଖଣ୍ଡ ଚିକିତ୍ସାଳୟ ଆନନ୍ଦପୁରରେ କାର୍ଯ୍ୟରତ। ବ୍ୟସ୍ତ ଵହୁଳ ବୃତ୍ତି ମଧ୍ୟରେ କିନ୍ତୁ ଲେଖନୀ ତାଙ୍କର ଚଳଚଞ୍ଚଳ ଓ ଏହା ତାଙ୍କର ଷଷ୍ଠ ପୁସ୍ତକ। ଅନ୍ୟ ସମସ୍ତ କ୍ଷୁଦ୍ରଗଳ୍ପ ସଂକଳନ ହୋଇଥିବା ବେଳେ ଏହା ତାଙ୍କର ପ୍ରଥମ ଉପନ୍ୟାସ। ଉଭୟ ଇଂରାଜୀ ଓ ଓଡ଼ିଆରେ ସେ ନିଜକୁ ସମ୍ପୂର୍ଣ୍ଣ ପରିପ୍ରକାଶ କରିବାର ସାମର୍ଥ୍ୟ ରଖିଛନ୍ତି। ମନେହୁଏ ଏ ଉପନ୍ୟାସ ଜଣେ କିନ୍ନର ଭଗ୍ନୀ ସୁମନ ପ୍ରଧାନଙ୍କ ଆତ୍ମ କାହାଣୀ ଛଳରେ ଲେଖିବା ବେଳେ ସେ ବିଶ୍ୱସ୍ତ ଭାବେ ସୁମନ ସହ ଏକାତ୍ମ ହୋଇଯାଇଛନ୍ତି। କିନ୍ନର ଜୀବନର ଅବ୍ୟକ୍ତ କୋହ ମଧ୍ୟରେ ସେ ଏକ ସଫଳତାର ମାର୍ଗରେ ପଥିକ ଓ ସଫଳ। 









Be the first to add review and rating.


 Added to cart