Quotes

Audio

Read

Books


Write

Sign In

We will fetch book names as per the search key...

ସପ୍ତଫେଣି (eBook)

By Subal Mohapatra


GENRE

Inspirational

PAGES

73

ISBN

E-BOOK

PUBLISHER

StoryMirror

E-BOOK ₹10
Rs. 10
Best Price Comparison
Seller Price
StoryMirror Best price ₹10
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


ପ୍ରଥମେ ମୁଁ ଷ୍ଟୋରୀମିରର ଟିମକୁ ଧନ୍ୟବାଦ ଦେବା ପାଇଁ ଚାହେଁ ଏପରି ଗୋଟେ ଆଶ୍ଚର୍ଯ୍ୟଜନକ ବିଚାର ଆଣିଥିବାରୁ । ଆଜିର ଇଣ୍ଟର୍ନେଟ ବହୁଳ ଯୁଗରେ ଏହା ପାଠକମାନଙ୍କ ପାଇଁ ଏକ ଭଲ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏହି ଗଳ୍ପଗୁଛ "ସପ୍ତଫେଣି" ଆଠୋଟି ଅଣୁଗଳ୍ପ ଆଉ ବାରଟି ଗଳ୍ପର ସମାହାର । ସପ୍ତଫେଣି ଶବ୍ଦଟିକୁ ଶୁଣୁଶୁଣୁ ଆମ ମନକୁ ଆସେ, ଏକ କଣ୍ଟା ଜାତୀୟ ଗଛ, ଯାହା ହଜାର ହଜାର କଣ୍ଟାରେ ଭରପୁର । ଆମ ଜୀବନଟି ମଧ୍ୟ ସେହିପରି, ହଜାର ହଜାର ସମସ୍ୟାରେ ଭରପୁର । କିନ୍ତୁ ଯେପରି ସପ୍ତଫେଣିର ଫୁଲ ଦେଖିବାକୁ ସୁନ୍ଦର ଆଉ ମନକୁ ସନ୍ତୋଷ ଦିଏ ସେହିପରି ଜୀବନରେ କିଛି ସମସ୍ୟା ଥିଲେ ମଧ୍ୟ ତା'ର ସମାଧାନ ବଞ୍ଚିବାକୁ ପ୍ରେରଣା ଯୋଗାଏ । ପାଠକମାନେ ଏହି ଗଳ୍ପ ଗୁଚ୍ଛରେ ଏହିପରି କିଛି ସମସ୍ୟା, ତା'ର ସମାଧାନ, ଦୈନଦିନ ଜୀବନରେ ଘଟୁଥିବା ଘଟଣା ଆଉ ଆମେ ବଞ୍ଚୁଥିବା ପାରିପାର୍ଶ୍ଵିକ ଅବସ୍ଥାକୁ ନେଇ ଗଳ୍ପମାନ ପାଇବେ । ସବୁ ଗଳ୍ପରେ ଅଲଗା ଅଲଗା ସ୍ୱାଦ ଅଛି । କିଛି ଗଳ୍ପ ସମାନ ସମୟରେ ପାଠକଙ୍କୁ କାନ୍ଦିବାର, ରାଗିବାର ଆଉ ହସାଇବାର କ୍ଷମତା ରଖେ । ଆପଣମାନଙ୍କ ଭଲପାଇବା ପାଇ ମୁଁ ପୁଣି ଆଉ କିଛି ଭିନ୍ନ ସ୍ଵାଦରୁ ଗଳ୍ପଗୁଚ୍ଛକୁ ନେଇ ଆପଣଙ୍କ ପାଖକୁ ଆସିବି ।

"ସପ୍ତଫେଣି" ବହିଟି ସମୁଦାୟ ୨୦ଟି ଗଳ୍ପର ସମାହାର । କିଛି ଗଳ୍ପ ଓ କିଛି କିଛି ଅଣୁ ଗଳ୍ପ ଅଛି । ଏଠାରେ ମୁଁ ଜୀବନର ସବୁ ମଞ୍ଚ, ପରିପାର୍ଶ୍ଵିକ ଅବସ୍ଥା, କିଛି ନିତିଦିନିଆ ଘଟଣା ଆପଣମାନଙ୍କୁ ଗଳ୍ପ ଭାବରେ ଭେଟିଦେଇଛି । ସବୁ ଗଳ୍ପ ଭିତରେ କିଛିକିଛି ସନ୍ଦେଶ ରହିଛି । ଆଶାକରେ ଆପଣମାନଙ୍କୁ ସପ୍ତଫେଣି ଗଳ୍ପଗୁଚ୍ଛଟି ବହୁତ ଆମୋଦ ଦେବ । ଆପଣ ଗଳ୍ପ ଭିତରେ ନିଜକୁ ଦେଖିପାରିବେ । 

ଧନ୍ୟବାଦର ସହ ଆପଣଙ୍କ

ସୁବଳ 



You may also like

Ratings & Reviews

Be the first to add a review!
Select rating
 Added to cart