We will fetch book names as per the search key...
Seller | Price | |
---|---|---|
StoryMirror Best price | ₹10 | |
Amazon | Price not available | |
Flipkart | Price not available |
ମୁଁ ରୋଜା ପଣ୍ଡା । ଛୋଟ ବେଳୁ ମୋର ଲେଖାଲେଖି ପ୍ରତି ବୋହୁତ ଆଗ୍ରହ ଥିଲା । କଲେଜ ମ୍ୟାଗାଜିନରେ ମୋର ବହୁତ ଲେଖା ବାହାରିଛି । ମୋର ସବୁଠୁ ବଡ ପ୍ରେରଣା ହେଉଛନ୍ତି ମୋ ସ୍ଵାମୀ ଡ଼ଃ ସୋମ୍ୟରଞ୍ଜନ ତ୍ରିପାଠୀ .ତାଙ୍କ ପ୍ରେରଣା ବଳରେ ମୁଁ ବହୁତ ଗଳ୍ପ ଓ କବିତା ଲେଖି ବହୁତ ସ୍ଥାନରୁ ପୁରସ୍କାର ମଧ୍ୟ ପାଇଛି । ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ତାଙ୍କ ନାମିତ ଏକ କବିତା ବହି ମୁଁ ରଚନା କରିଥିଲି । ଯାହାର ନାମ ଥିଲା "ସୌମ୍ୟା" । ତାଙ୍କରି ପ୍ରେରଣା ବଳରେ ମୁଁ ଷ୍ଟୋରିମିରର୍ ରେ ଲେଖା ଦେଇ ସାପ୍ତାହିକ ପ୍ରତିଯୋଗିତାରେ ସ୍ଥାନ ପାଇଥିଲି । ମୋର ଦୁଇଗୋଟି ବହି ମଧ୍ୟ ଉନ୍ମୋଚନ ହେଇଚି । ପ୍ରଥମଟି “ସୌମ୍ୟା” ଏବଂ ଦ୍ୱିତୀୟଟି “ଅମରନାଥ ଯାତ୍ରା”। ସାହିତ୍ୟ ଦର୍ପଣ ପତ୍ରିକାରେ ମୋର ପ୍ରକାଶିତ ଗଳ୍ପ ଶାଶ୍ୱତ ପ୍ରେମ, ଅନ୍ତିମ ସୂର୍ଯ୍ୟାସ୍ତ,କବିତା ଜାଗ୍ରତ ଜୀବନ । ବିଭିନ୍ନ ଖବର କାଗଜରେ (ସମ୍ବାଦ କଳିକା,ସମ୍ବାଦ,ପ୍ରଗତିବାଦୀ,ସୂର୍ୟପ୍ରଭା, ସମ୍ଭାଷଣ ଓ ଅନ୍ୟାନ୍ୟ) ମୋର କବିତା ପ୍ରକାଶିତ ହୋଇଛି ଯାହା ଚିଲିକା,ଆତ୍ମାହୁତି, ତୁମ ପ୍ରତୀକ୍ଷା ରେ,ଆଲୁଅ,ମୋ ପରିଚୟ ଓ ଅନେକ । ଆହ୍ୱାନ ପତ୍ରିକାରେ ମଧ୍ୟ ପ୍ରତି ମାସ ମୋର କବିତା ପ୍ରକାଶିତ ହେଉଛି ଯାହା ପରିସ୍ଥିତି ସହିତ ଆମେ,ବିବେକର କଥା,ମିଠା ମୋ କଥା,ସୌମ୍ୟ ତୁମପାଇଁ,ପ୍ରତୀକ୍ଷା,ସମ୍ଭାଷଣ, ଭିନ୍ନତା ଓ ଆହୁରି କିଛି । ଷ୍ଟୋରୀମିରର ଦ୍ୱାରା ଅନୁଷ୍ଠିତ "Author of the year Awards-2018 ପାଇଁ ମଧ୍ୟ ମୁଁ ଚୟନ ହେଇଚି । ଷ୍ଟୋରିମିରର୍ ଦ୍ୱାରା author of the week ମଧ୍ୟ ହେଇଚି । ଷ୍ଟୋରିମିରର୍ ର ସାପ୍ତାହିକ ପ୍ରତିଯୋଗିତା, ଲିଟକନ ପ୍ରତିଯୋଗିତା, ଓ କବି ଓ କବିତା,ଓଡିଶା ପ୍ରତିଯୋଗିତାରେ ମୁଁ ମନୋନୀତ ହୋଇଛି । ମୁଁ ପାଇଥିବା ପୁରସ୍କାର ଯାହା ପ୍ରତିଭା ସମ୍ମାନ ଶରଧା, ଶ୍ରୀ ମହାବୀର ସାରସତ୍ଵ ସମ୍ମାନ, ଏମ କେ କରୁଣା ଲିଟେରସି ସମ୍ମାନ, ଜୁନିଅର ପୋଏଟ ସମ୍ମାନ,SCART କଳା ଓ ଗବେଷଣା ତରଫରୁ ମାନପତ୍ର,କୁନି ପ୍ରତିଭା ସମ୍ମାନ, ନୂଆ ସ୍ୱର ପ୍ରତିଭା ସମ୍ମାନ । ମୋର ସର୍ବ ମୋଟ ଦୁଇଟି ବହି, ଦୁଇଟି ଉପନ୍ୟାସ ,୨୮୫ ଟି କବିତା ଓ ୧୬୦ ଟି ଗଳ୍ପ ପ୍ରକାଶିତ ହୋଇଛି ବିଭିନ୍ନ ପତ୍ରିକା ଓ ଖବର କାଗଜରେ । ମୋର ଏଇ ସବୁ ସଫଳତା ପଛରେ ମୋର ସ୍ଵାମୀ ଡ଼ଃ ସୌମ୍ୟ ରଞ୍ଜନ ତ୍ରିପାଠିଙ୍କ ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ।କାରଣ ଯେତେବେଳେ ଛୋଟ ଛୋଟ କାରଣ ପାଇଁ ମୁଁ ଲେଖିବା ବନ୍ଦ କରିଦେଉଥିଲି ଠିକ ସେତିକିବେଳେ ମୋର ସ୍ଵାମୀ ମୋ ହାତରେ କଲମ ଆଉ କାଗଜ ଧରାଇଦେଇ ଆହୁରି ଅଧିକ ଲେଖିବା ପାଇଁ ପ୍ରେରଣା ଦେଉଥିଲେ । ମୁଁ ଆଜି ଯାହାବି କିଛି ହେଇଚି କେବଳ ତାଙ୍କ ପାଇଁ । ଆଗକୁ ତାଙ୍କ ପ୍ରେରଣାରେ ବୋହୁତ କିଛି ଲେଖିବାକୁ ପ୍ରୟାସ ଜାରି ରଖିବି । ମୋର ଇଂରାଜୀ ଏବଂ ହିନ୍ଦୀରେ ମଧ୍ୟ କେତୋଟି କବିତା ପ୍ରକାଶିତ ହେଇଚି ଯାହା i want, girl child, my mother, nature, lovely rose.ହିନ୍ଦୀ କବିତାରେ ଫର୍କ, ବିନ ବାରିଷ୍, ମେରି ମା, ମେରି କାହ୍ନଇୟା, ଇଂସାନ, ଅରମାନ, ଜିନ୍ଦେଗି କା ତମାଶା ।
ଏହି ଗଳ୍ପ ସଙ୍କଳନ ସମ୍ୟକ୍ ଚେତନା ଏକ ଚେତନା ଧର୍ମୀ ଗଳ୍ପ ସଙ୍କଳନ । ଯେଉଁ ଠାରେ ଭରି ରହିଛି ସମାଜରେ ପରିଦୃଷ୍ଟ ସଚେତନତା ବିହୀନ ମଣିଷ ପ୍ରତି ଆହ୍ଵାନ । ମୋର ଆଶା ଓ ବିଶ୍ବାସ ଆପଣ ମାନଙ୍କ ଶ୍ରଦ୍ଧା ଭାଜନ ହେବ ।
ରୋଜା ପଣ୍ଡା