We will fetch book names as per the search key...
| Seller | Price | |
|---|---|---|
| StoryMirror Best price | — | |
| Amazon | Price not available | |
| Flipkart | Price not available |
About the Book :
ଜୀବନର ମାନେ ହିଁ ବଞ୍ଚିବା । ସେଇ ବଞ୍ଚିବା ଭିତରେ କେତେବେଳେ ଅସଂଖ୍ୟ ପ୍ରତିକୂଳ ପରିସ୍ଥିତିମାନଙ୍କ ସମ୍ମୁଖରେ ନିଜକୁ ଛିଡ଼ା କରେଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ହୁଏ, ଅବା ସେମାନଙ୍କ ସହ ଶାନ୍ତିର ସନ୍ଧି କରି ପ୍ରତ୍ୟାବର୍ତ୍ତନର ସୁଯୋଗରହିତ ଜୀବନର ସେଇ ଲମ୍ବା ରାସ୍ତାରେ ଅନବରତ ଆଗକୁ ବଢିଚାଲିବାକୁ ହୁଏ । ଯେଉଁ ରାସ୍ତାରେ ଚାଲିବା ସମୟରେ ସଂପର୍କ ରୂପକ ଅନେକ ଗଛର ଛାଇରେ ମଣିଷଟିଏ ବିଶ୍ରାମ ନିଏ, ନଈରୁ ପାଣି ପିଏ; ଆଉ ସେମାନଙ୍କୁ ତା'ର ଏ ଚଲାପଥର ସାଥୀ ମନେକରି ସେମାନଙ୍କ ସହ ଭାବ ବାନ୍ଧେ । କିନ୍ତୁ ପଥ ସରୁସରୁ ଦେଖେ ସେ ବାନ୍ଧିଥିବା ବନ୍ଧନ ସବୁ ଡୋରି ଛିଣ୍ଡେଇ କିଏ କୁଆଡ଼େ ନିଜ ନିଜ ପଥରେ ବହୁତ ପଛରେ ପଡ଼ିଗଲେଣି । ସେ ଅନେଇ ରହେ ସେମାନଙ୍କ ବାଟ ସେ ନଈ ତୁଠରେ ଯେଉଁଠି କି ଦିନେ ସମସ୍ତଙ୍କୁ ଯିବାକୁ ହୁଏ ! ହେଲେ ସେମାନେ ତଥାପି ରହିଯାଆନ୍ତି ପଛରେ । ଶେଷରେ ସେ ସେମାନଙ୍କ ସହ ବିତେଇଥିବା ସ୍ମୃତି ସବୁକୁ ସମ୍ବଳ କରି ନିଜ ସମଗ୍ର ଜୀବନ ବିତେଇ ଦିଏ, ହଜି ଯାଏ ପୃଥିବୀରୁ ।
ଯଦିଓ ମଣିଷ ଜାଣେ ଏ ସଂସାରରେ ସମସ୍ତେ ନିଜ ନିଜ ପଥରେ ଏକା ହିଁ ଚାଲିବାକୁ ହେବ । ତଥାପି ଏ ମଣିଷ ସଂପର୍କର ଛାଇ ଟିକେ ଖୋଜେ, ତୃଷ୍ଣାତୁର ହୋଇ ନଈ ତୁଠଟିଏ ଖୋଜେ, ତା' ଦୁଃଖ-ସୁଖ, ହାନି-ଲାଭରେ ନିଜକୁ ସହଭାଗୀ କରି ତା' ପାଇଁ ସ୍ବପ୍ନ ଦେଖେ । ସତରେ ସଂପର୍କଟିଏ ଅଛି ବୋଲି ତ ଜୀବନ କେତେ ସହଜ ହୋଇଯାଏ, ଜୀବନର ଲମ୍ବା ରାସ୍ତା ଚାଲିବା କେତେ ସରସ ହୋଇଯାଏ । ତେଣୁ ସିନା ମଣିଷ ସବୁ ଜାଣି ସଂପର୍କଟିଏ ଗଢ଼େ; ତା' ପାଇଁ ହସେ, କାନ୍ଦେ, ସ୍ବପ୍ନ ଦେଖେ ।
ସେଇ ଅଲିଭା ସଂପର୍କମାନଙ୍କର ସ୍ମୃତିଚାରଣ କରିବା ପାଇଁ ଷ୍ଟୋରିମିରର୍ #ସମ୍ପର୍କର ନଦୀ ତୀରେ ଶୀର୍ଷକ ଏକ ପ୍ରତିଯୋଗିତା ଆୟୋଜନ କରିଥିଲା । ଏହି ଇ-ପୁସ୍ତକରେ ସ୍ଥାନିତ ସମସ୍ତ କବିତା ଓ କାହାଣୀ ଏହି ପ୍ରତିଯୋଗିତାରେ ଦାଖଲ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ସମୁଦାୟ ୨୦ଟି କବିତା ଓ କାହାଣୀକୁ ନେଇ ଏହାର କଳେବର ପରିକଳ୍ପିତ । ଆଶା ପାଠକମାନେ ଏହାର ରସାସ୍ଵାଦନ କରିବେ ।
- ସମ୍ପାଦକ