We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹199 | |
| Amazon | Price not available | |
| Flipkart | Price not available |
About the Book:
"ପ୍ରେମ ପାରିଜାତ" ସଙ୍କଳନଟି ସମୁଦାୟ ୫୮ କବିତାର ସମାହାର । କିଛି ଆତ୍ମୋପଲବ୍ଧି ,ସୁନ୍ଦର ଜୀବନ ଦର୍ଶନକୁ ଉପଜୀବ୍ୟ କରି ଆମ ସଂସ୍କାର ସଂସ୍କୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ କବି ସ୍ୱକୀୟ କୃତି ମଧ୍ୟରେ ସରଳ ଶବ୍ଦ ସଂଯୋଜନା, ଭାବଗମ୍ଭୀର, ତାତ୍ତ୍ଵିକ ତଥା ଦିବ୍ୟ ମାଧୁର୍ଯ୍ୟର ପରିସ୍ଫୁଟନ କରିବାକୁ ଖୁବ୍ ସୁନ୍ଦର ପ୍ରୟାସ କରିଛନ୍ତି ।
ପୁସ୍ତକଟି ସାହିତ୍ୟପ୍ରେମୀ ସୁଧୀ ପାଠକପାଠିକାଙ୍କ ମାନଙ୍କ ହୃଦୟକୁ ଛୁଇଁପାରିବ ବୋଲି ଆମର ଦୃଢ଼ ଆଶା ରହିଛି ।
About the Author:
ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ସେବାନିବୃତ୍ତ ହୋଇ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶ୍ରୀ ଭରତବନ୍ଧୁ ବିଶ୍ୱାଳଙ୍କର ଅନେକ ଗୁଡ଼ିଏ କବିତା ,ଗଳ୍ପ ଏବଂ ପ୍ରବନ୍ଧ ରାଜ୍ୟର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ଲାଭ କରିଅଛି । ସେ ଜଣେ ଭାଷା ତଥା ସଂସ୍କୃତିପ୍ରେମୀ ବରିଷ୍ଠ ପ୍ରତିଭା ସମ୍ପନ୍ନ କବି ଓ ସୁସାହିତ୍ୟିକ ଭାବେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଦେଶର ଅଗ୍ରଣୀ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ ଷ୍ଟୋରିମିରରଙ୍କ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ସେ ବିଜୟୀ ହେବା ସଙ୍ଗେ ସଙ୍ଗେ ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଲେଖକ ସମ୍ମାନ ମଧ୍ୟ ଲାଭ କରିଛନ୍ତି । ଜୀବନର କିଛି ମଧୁର ସ୍ମୃତି ଏବଂ ନିଚ୍ଛକ ଅନୁଭୂତିକୁ ନେଇ ରଚିତ ତାଙ୍କର ଏହି କବିତା ସଙ୍କଳନ " ପ୍ରେମ ପାରିଜାତ"ରେ ସେ ତାଙ୍କ ସୁନ୍ଦର ସୃଜନଶୀଳ ଭାବକଳ୍ପ ସବୁକୁ ଖୁବ ଯତ୍ନର ସହିତ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ସମ୍ମୁଖରେ ପରିବେଷଣ କରିବାର ଅଭିନବ ପ୍ରୟାସ କରିଛନ୍ତି ।
ଆଶା,ପୁସ୍ତକ "ପ୍ରେମ ପାରିଜାତ" ପ୍ରିୟ ଓଡ଼ିଆ ପାଠକପାଠିକାଙ୍କ ମହଲରେ ନିଶ୍ଚିତ ଆଦୃତ ହେବ ।