Quotes

Audio

Read

Books


Write

Sign In

We will fetch book names as per the search key...

ପଦଟିଏ ତୋ ନାଁରେ ପ୍ରିୟା (Pada Tiye To Na Re Priya)

By Prasanta Kumar Mahapatra


GENRE

Poetry

PAGES

100

ISBN

ebook

PUBLISHER

StoryMirror

E-BOOK ₹50
Rs. 50
ADD TO CART


About the book- ପ୍ରେମ ଶାଶ୍ଵତ । ପ୍ରେମ ପବିତ୍ର । ପ୍ରେମ ପ୍ରାକୃତ । ପ୍ରେମ ପୁଣି ଅପ୍ରାକୃତ । ପ୍ରେମ ପରା । ପ୍ରେମ ଅପରା । ପ୍ରେମ ପୁଣି ଚିରନ୍ତନ ।କେତେବେଳେ ପ୍ରେମିକଟିଏ ପ୍ରକୃତି ଭିତରେ ପ୍ରେମିକାକୁ ଖୋଜେ ତ ପୁଣି କେତେବେଳେ ପ୍ରେମିକା ଭିତରେ ପ୍ରକୃତିକୁ ଖୋଜେ । ଆଉ କେବେ କୃତ୍ରିମ ଦୁନିଆର ରଙ୍ଗମଞ୍ଚ ମଧ୍ୟରେ ପ୍ରେମର ନୂଆ ଠିକଣା ଖୋଜୁଥାଏ । 

ଜହ୍ନ, ତାରା, ନଦୀ, ସମୁଦ୍ର, ବଣ, ଜଙ୍ଗଲ, ଫୁଲ, ପକ୍ଷୀଙ୍କ, ମେଳରେ ପ୍ରେମ ଉପନ୍ୟାସର ଚରିତ୍ର ଗୁଡିକୁ ଏକାଠି କରୁ କରୁ ପ୍ରେମିକ ପହଞ୍ଚିଯାଏ ଆଧୁନିକ ଦୁନିଆର ଆବହାୱାମୟ ସୁଉଚ୍ଚ ଅଟ୍ଟାଳିକା, ପାର୍କ, ହୋଟେଲ, ଖେଳ ପଡିଆ, ନଦୀ ବ୍ରିଜ, କଲେଜ ବାରଣ୍ଡା ପର୍ଯ୍ୟନ୍ତ । ପ୍ରେମ ସବୁଠି ଥାଏ । ପ୍ରେମିକ ପ୍ରେମିକା ସବୁଠି ଥାଆନ୍ତି । 

ପ୍ରିୟତମର ପଦଟିଏ ମିଠା କଥାକୁ ଜଗି ବସେ ପ୍ରିୟା । କବିତାର ପଂକ୍ତିଟିଏରେ ମତୁଆଲା ହୁଏ ସେ । ଏମିତି କିଛି ଭାବନାର ସମ୍ଭାର ନେଇ ପାଠକ ପାଠିକାମାନଙ୍କୁ ସମର୍ପି ଦେଉଛି “ପଦଟିଏ ତୋ ନାଁରେ ପ୍ରିୟା” । ଆଶା ପ୍ରେମର ଆବେଗରେ ଆଦରି ନେବେ ।   

About the Author- ମୁଁ କିଏ ?

ଜାଣେ ନା ।

ମୁଁ କବିଟିଏ ? ମୁଁ ଲେଖକଟିଏ? ମୁଁ ଶିକ୍ଷକଟିଏ ? ମୁଁ ପ୍ରେମିକଟିଏ ? ମୁଁ ସ୍ରଷ୍ଟାଙ୍କ ସୃଷ୍ଟିକୁ ଭଲ ପାଉଥିବା ନିଛକ ମଣିଷଟିଏ ? ମୁଁ

ଚାରିପାଖରେ ହସର ଫୁଲ ଫୁଟାଇବା ପାଇଁ ନିତି ମଞ୍ଜି ବୁଣୁଥିବା ମାଳିଟିଏ ? ମୁଁ ଅ ଆ କ ଖ ରୁ ଓଂକାର ପର୍ଯ୍ୟନ୍ତ ଦୀର୍ଘ ପଥର

ଯାତ୍ରୀଟିଏ ? ସମାଜର ମଙ୍ଗୁଆଳଟିଏ ?

ଜାଣେ ନା !!

ବୋଧହୁଏ ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଏ ଦିଗ ସେ ଦିଗ ଧାଇଁ ବୁଲୁଥିବା ଜିଜ୍ଞାସୁଟିଏ ମୁଁ ।

ମୋର କାବ୍ୟିକ ଜୀବନର ମୂଳଦୁଆ ପକାଇଥିବା ଦୁଇଜଣ , ମୋ ଧର୍ମପତ୍ନୀ, ଜ୍ୟୋତ୍ସ୍ନା ଓ ମୋ ଗୁରୁ ତୀର୍ଥାନନ୍ଦ ମିଶ୍ରଙ୍କୁ

ଅଶେଷ କୃତଜ୍ଞତା ।

ସମସ୍ତ ପାଠକ, ପ୍ରଶଂସକ ଓ ସମାଲୋଚକଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛି ।





You may also like

Ratings & Reviews

Be the first to add a review!
Select rating
 Added to cart