Quotes

Audio

Read

Books


Write

Sign In

We will fetch book names as per the search key...

ନୀଳ ଗଗନର ପଥିକ (Nila Gaganara Pathika)

By Satya Prakash Seth


GENRE

Drama

PAGES

152

ISBN

978-9388698467

PUBLISHER

StoryMirror

PAPERBACK ₹190
Rs. 190
ADD TO CART


About Book:

“ନୀଳ ଗଗନର ପଥିକ " ତାଙ୍କର ଅନନ୍ୟ କୃତି । ଏହା ଏକ ରସାଳ ଓ ବର୍ଣ୍ଣନାଧର୍ମୀ ଗଳ୍ପ ସମ୍ଭାର , ଯାହାର ପଠନ ଉପନ୍ୟାସର ପରିକଳ୍ପନା ମନ ମଧ୍ୟରେ ଗଢ଼ି ତୋଳି ଥାଏ । ଏଥିରେ ଗ୍ରାମ୍ୟ ଚିତ୍ର ସୁସ୍ପଷ୍ଟ ଓ ମନୋରମ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ଭାସ୍ଵର । ଏଥିରେ ମଧ୍ୟ ଚରିତ୍ର ଚିତ୍ରଣରେ ନିଖୁଣତା ଓ କଥନ ଭଙ୍ଗୀରେ ନିଆରାପଣ ସଂଗୁପ୍ତ ହୋଇ ପାରିଛି । ଗଳ୍ପ ଗୁଡ଼ିକରେ ଠାଏଁ ଠାଏଁ ଗୀତିମୟତା ଉଛୁଳି ଉଠିଛି । ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପାରିଛି । ଏହା ନିଶ୍ଚିତ ଭାବେ ସୁଖ ପାଠ୍ୟ ହେବ । ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ । ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରନ୍ତୁ, ଏହା ହିଁ ମଙ୍ଗଳମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।


About Author: 

କବି ସତ୍ୟ ପ୍ରକାଶ ସେଠୀ ଜଣେ ଭିନ୍ନ ମଣିଷ । ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ, ଅନୁଷ୍ଠାନପ୍ରାଣା ଓ ସଂସ୍କୃତିପ୍ରେମୀ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ, ପିତୃମାତୃ ପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ । ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ୧୯୬୮ ମସିହା ଜାନୁଆରୀ ୩୧ ତାରିଖରେ ଏକ ବ୍ରାହ୍ମ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ । ଏହି ଅନନ୍ୟ ପ୍ରତିଭାଙ୍କ ନିକଟରେ ରହିଛି ଅନେକ ଗୁଣ । ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ । ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟତା ହିଁ ତାଙ୍କ ଜୀବନର ରୁଚି । ” ମାନବ ସେବା ହିଁ ମାଧବ ସେବା “ - ତାଙ୍କର ଲକ୍ଷ୍ୟ । ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ଵୀକୃତି ଓ ସମ୍ମାନ । ଓଡିଶା କଳା ଓ ଗବେଷଣା ପରିଷଦ ତାଙ୍କୁ ସାହିତ୍ୟ ସାରଥି ଉପାଧିରେ ଭୂଷିତ କରିଥିବା ବେଳେ ସମ୍ପ୍ରତି ଷ୍ଟୋରିମିରର୍ ତାଙ୍କୁ ବ୍ରିଗେଡ଼ିଅର ଉପାଧି ପ୍ରଦାନ କରିଛି । " ଆତ୍ମା ଯେଉଁଠି କଥା କହେ ", " ଗାଁରୁ ଫେରିଛି ଗାଁ ହଜିଛି ", " ଫୁସିଆ ମାଆ ", " Capsule Course of English Grammar ", ଆଦି ତାଙ୍କ ରଚିତ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।




You may also like

Ratings & Reviews

Be the first to add a review!
Select rating
 Added to cart