Quotes

Audio

Read

Books


Write

Sign In

We will fetch book names as per the search key...

ମୋ ମନ ଅଗଣା (Mo Mana Agana)

By ଅଭିରାମ ମଣ୍ଡଳ (Abhiram Mandal)


GENRE

Inspirational

PAGES

138

ISBN

978-93-91116-18-7

PUBLISHER

StoryMirror

PAPERBACK ₹190
Rs. 190
Best Price Comparison
Seller Price
StoryMirror Best price ₹190
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

About The Book


"ମୋ ମନ ଅଗଣା" ଏଇଟି ଏମିତି ସେମିତି ଅଗଣା ନୁହେଁ । ଏଠି ପ୍ରତି କ୍ଷଣ ସୃଷ୍ଟି ହୁଏ ନୂତନ ସ୍ୱପ୍ନର ସମ୍ଭାର । ଯେଉଁ ସ୍ୱପ୍ନ ଏ ଦୁନିଆକୁ ଦେଖାଏ ନୂଆ ଏକ ଦିଗବଳୟ । ସେଇ ଦିଗବଳୟର ସାତ ରଙ୍ଗର ଛିଟାରେ ପ୍ରତିଫଳିତ ମୋ ଗଳ୍ପ । ଏଇ ଗଳ୍ପ ସଙ୍କଳନରେ ସମୁଦାୟ ୧୬ଟି ଗଳ୍ପ ସ୍ଥାନିତ ହେଇଛି । ଗଳ୍ପ ଗୁଡିକ ମୋର ଚତୁପାର୍ଶ୍ଵରେ ଘଟୁଥିବା ଘଟଣାବଳୀକୁ ନେଇ ଗତିଶୀଳ । ପ୍ରତ୍ୟେକ ଗଳ୍ପରେ ଏ ସମାଜ ପାଇଁ କିଛି ବାର୍ତ୍ତା ମହଜୁଦ ରହିଛି । ଗଳ୍ପ ଗୁଡିକୁ ପାଠ କଲାବେଳେ ପାଠକ ନିଜକୁ ସେ ଗଳ୍ପର ଏକ ଚରିତ୍ର ବୋଲି ନିଶ୍ଚୟ ଭାବିବେ - ଏ କଥା ମୁଁ ଦୃଢ଼ ଭାବରେ କହିପାରେ ।


About The Author


୧୯୭୫ ମସିହା ନଭେମ୍ବର ୨୫ ତାରିଖରେ କେନ୍ଦ୍ରାପଡ଼ା ସହରର ଅନତି ଦୂରରେ ଥିବା ଏକ ଅଖ୍ୟାତ ପଲ୍ଲୀ ହାଟବାଣପୁରରେ ମୋର ଜନ୍ମ । ମୋର ଶିକ୍ଷାଗତ ଯୋଗ୍ୟତା ଏମ.ଏସ.ସି. ଆଇ.ଟି.। ଅଧୁନା ସାହାରା ଇଣ୍ଡିଆ ପାରାଦୀପ କାର୍ଯ୍ୟାଳୟରେ କୋଷାଧ୍ୟକ ରୂପେ କାର୍ଯ୍ୟରତ । ମୋର ପ୍ରଥମ କାହାଣୀ 'ଚାକିରୀ ଖାଲି ନାହିଁ' ୧୯୯୧ ମସିହା ଜୁଲାଇ ମାସରେ ମାସିକ ଶିଶୁ ପତ୍ରିକା ସଂସାରରେ ପ୍ରକାଶିତ ହେଇଥିଲା । ୨୦୦୫ ମସିହାରେ ଯେତେବେଳେ ମୁଁ ଆଇ.ଟି.ସି.ଟି. କେନ୍ଦ୍ରାପଡ଼ାରେ କମ୍ପ୍ୟୁଟର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲି ସେତେବେଳେ ସେଠାରେ ଏକ କ୍ୟାମ୍ପସ ମାଗାଜିନର ସମ୍ପାଦନା ଦାୟିତ୍ୱ ନେଇ ସଫଳ ଭାବେ ୩ ବର୍ଷ ମାଗାଜିନ ପ୍ରକାଶ କରାଇଥିଲି । ଏବେ ମୋ ଲେଖା ସବୁ 'ଷ୍ଟୋରିମିରର','ପ୍ରତିଲିପି' ଓ ଫେସବୁକରେ ଲଗାତାର ଭାବେ ପ୍ରକାଶିତ ହେଇ ଚାଲିଛି । କିଛି ଦିନ ତଳେ ଷ୍ଟୋରିମିରର୍ ‘Author of the week editor's choice’ ରେ ସମ୍ମାନିତ ହେଇ ସାରିଛି । ଆଉ ଷ୍ଟୋରିମିରର୍ ମତେ 'Literary Captain' ମାନ୍ୟତା ପ୍ରଦାନ କରିଛି । ମୋର ତିନୋଟି ଉପନ୍ୟାସ 'ପରାହତ ନାୟକ','ସହଯାତ୍ରୀ','ଚନ୍ଦ୍ରକାନ୍ତା(ଅନୁଦିତ)' ଫେସବୁକ ଓ ପ୍ରତିଲିପିରେ ପ୍ରକାଶିତ ହେଇ ଅନେକ ପ୍ରଶଂସା ସାଉଁଟିଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ମୁଁ ଖୁବ ଭଲ ପାଏ । ତାର ସୁରକ୍ଷା ଓ ବିକାଶ ଦିଗରେ ମୁଁ ସର୍ବଦା ଚେଷ୍ଟିତ ।



You may also like

Ratings & Reviews

Be the first to add a review!
Select rating
 Added to cart