We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹112 | |
| Amazon | Price not available | |
| Flipkart | Price not available |
About the Book:
କହିବାର ଯାହା ଥାଏ ସବୁ କଥା କହି ହୁଏନା । ପିଲା ବେଳଠୁ ଏଯାବତ୍ ଅନେକ ନ କହିପାରିଥିବା କଥା କବି ତାଙ୍କର ଏହି ଦ୍ଵିତୀୟ କବିତା ସଙ୍କଳନରେ ଆବଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ବାସ୍ତବତାକୁ ସାମ୍ନା କରି ସାହସ କରି ମନ କଥା କହିଦେଲେ ହେଲା, କହିବାର ଯାହା ଥିଲା।
ଜୀବନର, ସମାଜର ବିଭିନ୍ନ ଦିଗକୁ ଅଭିଜ୍ଞତାକୁ ପରିପ୍ରକାଶ କରୁଥିବା ଏକ ମିଶ୍ରିତ,ମନୋଜ୍ଞ, ସୁଖପାଠ୍ୟ ଏହି କବିତା ସଙ୍କଳନ। ଆଶା ପାଠକୀୟ ସ୍ୱୀକୃତି ଲାଭ କରିବ।
About the Author:
ପୁଷ୍ପାଞ୍ଜଳି ପଣ୍ଡା ଏକାଧାରରେ ଜଣେ ସୁଲେଖିକା, ସମ୍ପାଦିକା ତଥା ସୁନାମଧନ୍ୟ କବୟିତ୍ରୀ। ଆବାଲ୍ୟରୁ ତାଙ୍କ ହୃଦୟରେ ଓଡ଼ିଆ ଭାଷା ଓ ସଂସ୍କୃତି, ତଥା ଗ୍ରାମ ଜୀବନ ପ୍ରତି ଥିବା ଅହେତୁକ ଦୁର୍ବଳତା ଓ ସମ୍ମାନ ତାଙ୍କୁ ଖୋରାକ ଯୋଗାଇଛି ଲେଖା ଲେଖି କରିବା ପାଇଁ ।
ସୃଜନ - ଦୈନିକ ପ୍ରମେୟ ଖବରକାଗଜ, ଅଭିନନ୍ଦନ ସାପ୍ତାହିକ, ନବୀନ ସାପ୍ତାହିକି, ଆହ୍ୱାନ ଆଜିର, ଧ୍ୱନିପ୍ରତିଧ୍ୱନୀ, କ୍ରାନ୍ତିଧାରା, ଅସ୍ମିତା। "କବିତା ୨୦୨୦ "ସମ୍ପାଦନା "ବିଭୋର ହେବାର ବେଳା "କବିତା ସଙ୍କଳନ ତଥା ଇ-ପତ୍ରିକା" ଜହ୍ନରାତି" ଓ "କିଛି କଥା କିଛି କବିତା"।
କୃତି- ଦଗ୍ ବଳୟ, ଚନ୍ଦନ ଧାରା,ବନଫୁଲ, ମନସ୍ୱିନୀ, ସାହିତ୍ୟର ସ୍ୱର, ପଲକ, ପରାଗ, ଉର୍ବୀ, ଗୋକର୍ଣ୍ଣିକା, ଶକ୍ତି,ଅଭିଯାନ, ପ୍ରିୟଗଳ୍ପ, ଦିବ୍ୟ ଦର୍ଶନ, ପ୍ରିୟ କବିତା, କୋଠଘର, ଉଦ୍ଭବ, ପ୍ରାଚୀ ପତ୍ରିକା, ବାଳକୃଷ୍ଣ,ଆଦର୍ଶିନୀ, ମଧ୍ୟାନ୍ତର,ଏଇ ସହକାର ଧୂଳିଆବାବା, ଶୀଖା, ପ୍ରେରଣା, ସାହିତ୍ୟ ଚର୍ଚା, ମାଟିଲଗ୍ନା, ଅମୃତ ବାର୍ତ୍ତା, ବିରଜାପ୍ରଭା, ଓଡ଼ିଶା ଫାଇଲ୍ସ, କବିତାର ଗଙ୍ଗା ଭାଗିରଥୀ, ନିର୍ଝରୀ, ଶ୍ରୀ ଓ ଧୀ, ୨୦୨୨, ଜ୍ଞାନ ସାରଥୀ, ଚିହ୍ନ,ସାଉଣ୍ଟାଫୁଲ, ହିରଣ୍ମୟୀ, କେଦାର ଭାରତୀ, ନୂତନ ଆଶା, ସୃଜନ, ଅମୃତ ଅନୁଭବ, ଆଶ୍ରୟ, ସାହିତ୍ୟ ଫର୍ଦ ମୌସୁମୀ, ପ୍ରକୃତି, ଇତ୍ୟାଦି।
ସମ୍ମାନ- ବିଶିଷ୍ଟ ନାରୀ କବି (ବ୍ୟାସ ନଗର ସାହିତ୍ୟ ସମାଜ) ଯାଜପୁର ବରୁଣେଇ ସାହିତ୍ୟ ସମ୍ମାନ, (ରାଜନଗର ) କେନ୍ଦ୍ରାପଡ଼ା ଶ୍ରେଷ୍ଠ କବି ସମ୍ମାନ-ପ୍ରିତୀ ପ୍ରଣତୀ କେନ୍ଦୁଝର ଉତ୍ପନା ସାରସ୍ୱତ ସମ୍ମାନ, ବଲାଙ୍ଗୀର ଓଡ଼ିଆ ସାହିତ୍ୟ ବନ୍ଧୁ ସମ୍ମାନ, ଗଞ୍ଜାମ ରାଜ୍ୟସ୍ତରୀୟ କର୍ମବୀର ସମ୍ମାନ, ମାଲକାନଗିରି ମୌସୁମୀ ପ୍ରତିଭା ସମ୍ମାନ, କେନ୍ଦ୍ରାପଡ଼ା ପ୍ରିୟ ପତ୍ର ସମ୍ମାନ - ପୁରୀ, ସାହିତ୍ୟ ସଂସ୍କୃତି ସମାରୋହ ନାରୀ କବି ସମ୍ମାନ - ୨୦୨୨ ଭୁବନେଶ୍ୱର।