Quotes

Audio

Read

Books


Write

Sign In

We will fetch book names as per the search key...

ଯକ୍ଷ (Jaksha)

By ସମ୍ବିତ ଶ୍ରୀକୁମାର (Sambit Srikumar)


GENRE

Short Stories

PAGES

138

ISBN

9788119445707

PUBLISHER

StoryMirror

PAPERBACK ₹199 E-BOOK ₹99
Rs. 199
ADD TO CART


About the Book:


ଡିଜିଟାଲ୍ ସାହିତ୍ୟ ଦୁନିଆର ସୁପରିଚିତ ସ୍ରଷ୍ଟା ସମ୍ବିତ୍ ଶ୍ରୀକୁମାରଙ୍କ ପ୍ରଥମ ଗଳ୍ପ ସଙ୍କଳନ "ଯକ୍ଷ"। ସାମାଜିକ ସମସ୍ୟା, ଅର୍ଥନୈତିକ ବୈଷମ୍ୟ, ରାଜନୈତିକ ତଥା ପ୍ରଣାଳୀଗତ ବିସଙ୍ଗତିକୁ ନେଇ ସୃଷ୍ଟି ହୋଇଥିବା ସମୁଦାୟ ପଚିଶି ଗୋଟି କାହାଣୀର ସମାହାରରେ ପରିପୁଷ୍ଟ ଏହି ଗଳ୍ପ ପୁସ୍ତକ । ମଣ୍ଡଳରୁ କମଣ୍ଡଳୁ, ଉଦାରବାଦରୁ ଉପଭୋକ୍ତାବାଦ ସହ ତାଳ ଦେଇ ସମକାଳୀନ ସମାଜରେ ଘଟୁଥିବା ଘଟଣା ଗୁଡ଼ିକୁ ନେଇ ଗତିଶୀଳ କାହାଣୀର ଚରିତ୍ର ସବୁ । ସରଳ ଗ୍ରାମ୍ୟ ଜୀବନ ସହିତ ମହାନଗର କୈନ୍ଦ୍ରୀକ ଆଡ଼ମ୍ବରପୂର୍ଣ୍ଣ ଜୀବନଚର୍ଯ୍ୟା ମଧ୍ୟରେ କ୍ଷମତା ହାସଲର ଲାଳସା, ଅପରିମିତ ଧନସମ୍ପଦ ଆହରଣର ପିପାସା ଠାରୁ ଆରମ୍ଭ କରି ବିବର୍ତ୍ତିତ ଆଦର୍ଶବାଦ, ବର୍ଣ୍ଣ ବୈଷମ୍ୟବାଦ, ରୁଢ଼ିବାଦୀ ଜାତିବାଦ, ଶିକ୍ଷାର ବ୍ୟବସାୟକରଣ ବିରୋଧରେ ଶ୍ରେଣୀ ସଂଘର୍ଷ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ମେହନତି ମଣିଷର ସଶକ୍ତିକରଣର ବାର୍ତ୍ତାବହ ଏହି ପୁସ୍ତକ। ଗଳ୍ପ ସଙ୍କଳନଟି ଅପ୍ରମିତ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ହାସଲ କରିବ ବୋଲି ଆଶା ଓ ବିଶ୍ୱାସ ରହିଛି।


About the Author:


କଟକ ଜିଲ୍ଲା ଅନ୍ତର୍ଗତ ଦେବୀ କନ୍ଦଳ ଦ୍ଵୀପାଞ୍ଚଳର ନାଟୀ ଗ୍ରାମରେ ବିଗତ ଶତାବ୍ଦୀର ଅଶି ଦଶକର ମଧ୍ୟ ଭାଗରେ ସାରସ୍ୱତ ସାଧକ ସମ୍ବିତ୍ ଶ୍ରୀକୁମାରଙ୍କ ଜନ୍ମ । ବିଭିନ୍ନ ପତ୍ରପତ୍ରିକା ଓ ବୈଷୟିକ ମାଧ୍ୟମରେ ତାଙ୍କର ନିୟମିତ ଲେଖା ସବୁ ପ୍ରକାଶିତ ହୋଇ ପାଠକୀୟ ଶ୍ରଦ୍ଧା ଏବଂ ସ୍ୱୀକୃତି ହାସଲ କରିଛି । ତାଙ୍କର ଲେଖାରେ ବିପ୍ଳବଧର୍ମୀ ମାନବବାଦୀ ଚିନ୍ତା-ଚେତନାର ସ୍ୱର ବେଶ୍ ପ୍ରଭାବଶାଳୀ । ତାଙ୍କର ବାସ୍ତବବାଦୀ ଅଭିବ୍ୟକ୍ତି ଯେପରି ସ୍ୱଚ୍ଛ ଓ ରସାଳ, ସେହିପରି ବୁଦ୍ଧିଦୀପ୍ତ ଓ ମନନଶୀଳ । ଭାଷାରେ ମାଧୁର୍ଯ୍ୟ ଓ ଭାବରେ ଗାମ୍ଭୀର୍ଯ୍ୟ ଭରିରହିଛି । ତାଙ୍କ ଲେଖା ସମୂହରେ ଜୀବନ ଓ ଜଗତର ନିଛକ ଚିତ୍ର ପ୍ରକଟିତ ।






You may also like

Ratings & Reviews

Be the first to add a review!
Select rating
 Added to cart