Quotes

Audio

Read

Books


Write

Sign In

We will fetch book names as per the search key...

ଚନ୍ଦକାରେ ଗୋଟେ ରାତି (Chandakare Gotie Rati)

By ସତ୍ୟ ପ୍ରକାଶ ସେଠୀ (Satya Prakash Sethy)


GENRE

Horror

PAGES

96

ISBN

978-93-91116-95-8

PUBLISHER

StoryMirror

PAPERBACK ₹150
Rs. 150
ADD TO CART



About Book:

 “ଚନ୍ଦକାରେ ଗୋଟେ ରାତି” ତାଙ୍କର ଅନନ୍ୟ କୃତି । ଏଥିରେ ଯେପରି ଭୟାନକ ପରିସ୍ଥିତିର ଅବତାରଣା କରାଯାଇଛି ସେହିପରି ସ୍ନେହ ଶ୍ରଦ୍ଧା ଆନ୍ତରିକତାର ଉଚ୍ଛ୍ୱଳ ଜଲଧି ତରଙ୍ଗ କଳକଳ ନାଦରେ ପ୍ରବାହିତ ହୋଇପାରିଛି । ଏଇଠି ରହିଛି ମାନବବାଦର ଗାଥା ଓ ପର ମଣିଷକୁ ନିଜର କରିବାର କଳା ପାଟବତା । ସେହିପରି ହତ୍ୟା, ରହସ୍ୟ, ଭୟ, ଉତ୍କଣ୍ଠା ଓ ଭୌତିକ କାଣ୍ଡ କାରଖାନା ସବୁ କିଛି ରହିଛି ଏହି ଉପନ୍ୟାସ ଭିତରେ । ତାହାରି ଭିତରେ ରହିଛି ପାରିବାରିକ କଳହ ଓ ଗାଉଁଲି ମଣିଷ ମୁହଁରେ ଆପଣାର କଥିତ ଭାଷା ଯାହାକି ବେଶ ଭାବୋଦ୍ଦୀପକ ଓ ଚିତ୍ତାକର୍ଷକ ହୋଇ ପାରିଛି । ବିଭିନ୍ନ ବ୍ୟକ୍ତି ଚରିତ୍ରର ବିଶ୍ଳେଷଣ ଓ ଅବତାରଣରୁ ତାଙ୍କର ସାମାଜିକ ଅନୁଶୀଳନ ଓ ସୂକ୍ଷ୍ମ ଅନୁଧ୍ୟାନ କଳାର ଗଭୀର ପରିଚୟ ମିଳିଥାଏ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଭିନ୍ନ ଢଙ୍ଗରେ ଉତ୍ଥାପନ କରି ସେ ସ୍ୱୀୟଜ୍ଞାନ ଓ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରି ପାରିଛନ୍ତି । ଉପନ୍ୟାସରେ ଅବତାରଣା କରାଯାଇଥିବା ପ୍ରସଙ୍ଗଗୁଡ଼ିକରେ ବାର୍ତ୍ତା ବହନ କ୍ଷମତା ଅଧିକ ରହିଛି । ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପାରିଛି । ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ ।



About the Author:

ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ । ସେ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ, ଅନୁଷ୍ଠାନପ୍ରାଣା ଓ ସଂସ୍କୃତିପ୍ରେମୀ, ସମୟାନୁବର୍ତ୍ତି ଓ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ, ପିତୃମାତୃ ପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ । ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ୧୯୬୮ ମସିହା ଜାନୁଆରୀ ୩୧ ତାରିଖରେ ଏକ ବ୍ରାହ୍ମ ମୁହୂର୍ତ୍ତରେ ତାଙ୍କର ଜନ୍ମ । ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ । ଏହି ଅନନ୍ୟ ପ୍ରତିଭା ନିକଟରେ ରହିଛି ଅନେକ ଗୁଣ । ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ ।


ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି । ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ । ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ୱତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ ।“ ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ”, “ଫୁସିଆ ମାଆ”, “ବାଣୀବିହାରରେ ପ୍ରେମର ନବଦିଗନ୍ତ”, “Capsule Course of English Grammar”, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି । ମାନବବାଦର ସେ ପ୍ରବକ୍ତା ।








You may also like

Ratings & Reviews

Be the first to add a review!
Select rating
 Added to cart