Quotes

Audio

Read

Books


Write

Sign In

We will fetch book names as per the search key...

ଉପେକ୍ଷିତା ( UPEKSHITA )

By Sanjeeb Kumar Nag


GENRE

Short Stories

PAGES

62

ISBN

9789360706272

PUBLISHER

StoryMirror

PAPERBACK ₹150
Rs. 150
Best Price Comparison
Seller Price
StoryMirror Best price ₹150
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the book - "ମଣିଷ ଯେତେ ଶିକ୍ଷିତ ଓ ସଂସ୍କାରିତ ହେଲେ ବି, ଦୁନିଆ ଅତ୍ୟାଧୁନିକତା ଆଡକୁ ଗଲାଣି ବୋଲି ଯେତେ ଡିଣ୍ଡିମ ପିଟିଲେ ବି, କୋଉଠି ନା କୋଉଠି କିଛି ନା କିଛି ଶଂସୟ ରହିଯାଉଛି ନିଶ୍ଚୟ । ଏବେ ବି ପରିବାରରେ ଉପେକ୍ଷିତା ତଥା ସମାଜରେ କଳଙ୍କିନୀ ମାନଙ୍କର ଅଭାବ ନାହିଁ। ଏବେ ବି ଜଣେ ପିତା ପୁତ୍ର ମୋହରେ ଧୃତରାଷ୍ଟ୍ର ହୋଇପାରନ୍ତି। ଏବେ ବି ଚିରନ୍ତନ ପ୍ରେମ ରହିଛି। ଏବେ ବି ଚରିତ୍ରବାନ ମଣିଷର ଅଭାବ ନାହିଁ। ତଥାପି ମଣିଷ ଜାଣତରେ ହେଉ କି ଅଜାଣତରେ ହେଉ ଭୁଲ କରେ ......... ଆଉ ଅନୁତାପ ବି। ଏଭଳି ଦୈନନ୍ଦିନ ଜୀବନର ଚରିତ୍ର ମାନଙ୍କର ସମ୍ଭାର ଏଇ ଗଳ୍ପ ସଂକଳନ ""ଉପେକ୍ଷିତା""।

"

About the author - "ବୃତ୍ତିରେ ବିଜ୍ଞାନ ଶିକ୍ଷକ ହେଲେ ହେଁ ସାହିତ୍ୟ ପ୍ରତି ଗାଳ୍ପିକଙ୍କ ଅହେତୁକ ଦୁର୍ବଳତା ରହିଛି। ଅନେକ କ୍ଷୁଦ୍ରଗଳ୍ପ ଓ କବିତା ଲେଖି ସେ ପାଠକ ମହଲରେ ବେଶ ପରିଚିତ। ସମ୍ବଲପୁରୀ/କୋସଲି , ଓଡ଼ିଆ ତଥା ହିନ୍ଦୀ ଭାଷାରେ ତାଙ୍କ ରଚିତ ଗୀତ ଗୁଡିକ ଭାବପୂର୍ଣ୍ଣ ତଥା ଶ୍ରୁତି ମଧୁର। ଓଡିଶାର କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିନ୍ଧାଣୀ ଗ୍ରାମରେ ଜନ୍ମିତ ଗାଳ୍ପିକ ସଞ୍ଜୀବ କୁମାର ନାଗ, ସ୍ବର୍ଗତା ସରୋଜିନୀ ନାଗ ଓ ସ୍ବର୍ଗତ ଶୁଭ ନାଗଙ୍କ ପାଞ୍ଚ ସନ୍ତାନ ମଧ୍ୟରୁ ଚତୁର୍ଥ ସନ୍ତାନ ତଥା ଏକମାତ୍ର ପୁତ୍ର ସନ୍ତାନ। ପିତା ସରକାରୀ ଚାକିରିଆ ହେଇଥିବାରୁ ଗାଳ୍ପିକଙ୍କ ବାଲ୍ୟ ତଥା କୈଶୋର ଜୀବନ ଭିନ୍ନ ଭିନ୍ନ ପରିସ୍ଥିତିରେ ଓ ଭିନ୍ନ ଭିନ୍ନ ପରିବେଶରେ ଅତିବାହିତ ହେଇଛି। ଭିନ୍ନ ଭିନ୍ନ ସଂସ୍କୃତି ତଥା ସାମାଜିକ ପରିସ୍ଥିତି ମଧ୍ୟରେ ଅନେକ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ, ଯାହାକି ତାଙ୍କ ରଚିତ ଗଳ୍ପଗୁଡ଼ିକର ପୃଷ୍ଠଭୂମିରୁ ବେଶ ଅନୁମେୟ। ସରଳ ତଥା ବୋଧଗମ୍ୟ ଶବ୍ଦସମୂହ ସାଉଁଟି ସାମ୍ପ୍ରତିକ ସମାଜର ସାମାଜିକ ସମ୍ପର୍କ ଗୁଡିକୁ ଜୀବନ୍ତ କରି ଆଙ୍କିବାରେ ସେ ସଦା ପ୍ରୟାସରତ।



You may also like

Ratings & Reviews

Be the first to add a review!
Select rating
 Added to cart