Quotes

Audio

Read

Books


Write

Sign In

We will fetch book names as per the search key...

ଶବ୍ଦଵ୍ରହ୍ମ ( Sabdabrahma )

By ପ୍ରହ୍ଲାଦ ସାହୁ (Prahallad Sahoo)


GENRE

Poetry

PAGES

118

ISBN

1230000000138

PUBLISHER

StoryMirror

PAPERBACK ₹188
188 ₹190
Best Price Comparison
Seller Price
StoryMirror Best price ₹188
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

About Book -

"ଶବ୍ଦଵ୍ରହ୍ମ" କବିତା ସଂକଳନଟି ଶବ୍ଦର ଯାଦୁରେ ଛନ୍ଦା ଛନ୍ଦି ଆଧ୍ୟାତ୍ମିକ, ସାମାଜିକ, ବୈଜ୍ଞାନିକ, ଭୌତିକ, ଶିଶୁ ଭିତ୍ତିକ, ସମାଜ ସଂସ୍କାର, ସଂସ୍କୃତି ଓ ପରମ୍ପରାର ଅନବଦ୍ଯ ଉପହାରଟିଏ। ଗାଆଁର ପ୍ରାକୃତିକ ନୈସର୍ଗିକତା ଠାରୁ ନେଇ ସହରର ଚାକଚକ୍ୟ ତଥା ସ୍ନେହ, ପ୍ରେମ, ପ୍ରତାରଣା, ଭୟ, ଆବେଗ ଓ ମନୋରମ ସୌନ୍ଦର୍ଯ୍ଯ ସବୁକୁ ବହୁତ ସରଳ, ସାବଲୀଳ ଏବଂ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି, ତାହା ଯେତିକି ମର୍ମସ୍ପର୍ଶୀ ତାଠାରୁ ଅଧିକ ଲାଳିତ୍ୟପୁର୍ଣ୍ଣ ମଧ୍ଯ। ଏଥିରେ ସଂକଳିତ କବିତା ଗୁଡିକ ଆଧୁନିକ, ଛନ୍ଦବୋଧ ରାଗ ଆଧାରିତ ତଥା ସାମ୍ପ୍ରତିକ ଓଡ଼ିଆ ଭାଷାର ପ୍ରଚଳିତ ଭାବଭଙ୍ଗୀକୁ ନେଇ ରଚନା କରାଯାଇଛି, ଯାହା ସବୁ ଶ୍ରେଣୀର ପାଠକ/ପାଠିକାଙ୍କ ପାଇଁ ପ୍ରଯୁଜ୍ଯ।

 

 

About Author -

କବି ପ୍ରହ୍ଲାଦ ସାହୁ କବିତା/ପ୍ରବନ୍ଧ/ଗଳ୍ପ/ବ୍ଲଗ୍ ଲିଖନ, ଶିକ୍ଷାଦାନ, ପାଣ୍ଡୁଲିପ୍ ସମ୍ପାଦନ, ପାଠ୍ଯପୁସ୍ତକ ସଂଶୋଧନ, ୱେବସାଇଟ କଣ୍ଟେଣ୍ଟ ଏଡିଟିଂ ଆଦିରେ ରୁଚି ରଖିବା ସହିତ ଈଶ୍ଵରୀୟ ଚିନ୍ତା ଓ ଚେତନାରେ ବିଶ୍ବାସ ରଖିଥିବା ଜଣେ ସରଳ, ଏକନିଷ୍ଠ, ସତ୍ଯପ୍ରୀୟ, ସାହିତ୍ଯ ଅନୁରାଗୀ ସାଧାରଣ ସ୍ବଭାବର ବ୍ଯକ୍ତି।

ଜଣେ ଦକ୍ଷ କମ୍ପ୍ୟୁଟର ଶିକ୍ଷକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟ/ମହାବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରି ଅନୁଷ୍ଠାନ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ଆକାଶ ଇନଷ୍ଟିଚ୍ୟୁଟ କର୍ପୋରେଟ-ଅଫିସରେ ଦୀର୍ଘ ୨୩ ବର୍ଷ ଧରି ପାଠ୍ଯପୁସ୍ତକ ଏଡିଟିଂ ବିଭାଗରେ ମୁଖ୍ଯ ସମ୍ପାଦକ ତଥା ସିନିୟର ମେନେଜର ଭାବେ କାର୍ଯ୍ୟରତ। ତାଙ୍କ ରଚନାରେ ଦୁଇଟି ପୁସ୍ତକ ପ୍ରକାଶିତ- ପ୍ରଭୁ କୃପା ଏବଂ ଆମେ ଓ ଆମ କମ୍ପ୍ୟୁଟର। ସେ ଅନେକ ସାହିତ୍ଯ ସଂଗଠନ ତଥା ପତ୍ର-ପତ୍ରିକା ଓ ଇ-ମେଗଜିନ ସହିତ ଜଡିତ ଏବଂ ତାଙ୍କ ସାହିତ୍ଯ କୃତି ପାଇଁ ସେ ଅନେକଥର ସମ୍ମାନିତ ହୋଇଛନ୍ତି।  




You may also like

Ratings & Reviews

Be the first to add a review!
Select rating
 Added to cart