Quotes

Audio

Read

Books


Write

Sign In

We will fetch book names as per the search key...

ଅଧୁରା (Adhura)

★★★★★
Author | Priyadarsani Dash Publisher | StoryMirror Infotech Pvt. Ltd. ISBN | 9789360708634 Pages | 120
PAPERBACK
₹269


About book

ଅଧୁରା " ପୁସ୍ତକଟି ପୃଥିବୀ କିପରି ନିଜକୁ କେଉଁ ଆଦିମ କାଳରୁ ଆଜି ଯାଏ ନିଜକୁ ଗଢ଼ି ଚାଲିଛି , ଜୀବ ଜଗତକୁ ଆଶ୍ରୟ ଦେଇଛି , ଆଉ ନିଜେ ଆଶା କରିଛି ଏକ ପୂର୍ଣ୍ଣତା ପାଇବାକୁ , କିନ୍ତୁ ସମୟ କ୍ରମେ ସେ ପୂର୍ଣ୍ଣ ହୋଇ ପାରି ନାହିଁ , କେମିତି ଅଧୁରା ରହି ଯାଇଛି , ସେହି ବିଷୟରେ ବର୍ଣ୍ଣନା କରା ଯାଇଛି ...। କେବେ ପ୍ରକୃତି ଅଧୁରା , କେବେ ମଣିଷ ପଣିଆ ଅଧୁରା , କେବେ କର୍ତ୍ତବ୍ୟରେ ଅଧୁରା ପୁଣି କେବେ ନଗ୍ନ ଆଧୁନିକତାରେ ବଶ ହୋଇ ସର୍ଜନା ବି ଅଧୁରା ହୋଇଯାଇଛି , ତାହାର ଏକ ନିଛକ ଛବିଟିଏ ଏହି ପୁସ୍ତକ ...। ଜାଣିନି ପାଠକ କେତେ ଆଦରି ନେବେ ଏ "ଅଧୁରା"କୁ, ତଥାପି ମୋର ପ୍ରଥମ ପ୍ରୟାସର ଏକ ରୂପ -- " ଅଧୁରା"


About author


କବୟିତ୍ରୀ ପ୍ରିୟଦର୍ଶିନୀ ଦାସଙ୍କ ଜନ୍ମ , ପିତା ସ୍ୱର୍ଗତ ଅଜୟ କୁମାର ଦାସ ଏବଂ ମାତା ସରିତା ଦେବୀଙ୍କ ଔରସରୁ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଇକଡ଼ପାଳ ଗ୍ରାମରେ ,ଏବଂ ତାପସଙ୍କ ପତ୍ନୀ ସାଜି ଏବେ ଭେଲୋରା ଗ୍ରାମ ନିବାସୀ । ଏକ ମେଧାବୀ ଛାତ୍ରୀ ହିସାବରେ ନାମ ଅର୍ଜନ କରିବା ପରେ ପିତାଙ୍କ ଇଚ୍ଛା ଅନୁସାରେ ଶିକ୍ଷକତାକୁ ପେଶା ରୂପରେ ଆପଣେଇଛନ୍ତି । +୨ବିଜ୍ଞାନ ପରେ ଦୁଇଟି ବିଷୟରେ ସ୍ନାତକୋତ୍ତର ସହ ବି.ଇଡି ଏବଂ ଅନ୍ୟ କିଛି କ୍ଷେତ୍ରରେ ନିଜର ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛନ୍ତି । ଶ୍ରେଣୀରେ ଗଣିତ ଓ ବିଜ୍ଞାନ ପଢ଼ାଉ ପଢ଼ାଉ ସେ ନିଜର ପାରିପାର୍ଶ୍ୱିକ ସ୍ଥିତିକୁ ବିଶ୍ଳେଷଣ କରିଛନ୍ତି । ନିଜର କବିତାକୁ ପତ୍ରିକାରେ ସ୍ଥାନ ମଧ୍ୟ ଦେଇଛନ୍ତି । କବୟିତ୍ରୀଙ୍କର ପ୍ରଥମ କବିତା ସଂକଳନ "ଅଧୁରା" ପାଠକ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ଆଶାରେ ଏହା ପ୍ରଥମ ପ୍ରୟସ।





Be the first to add review and rating.


 Added to cart