Quotes New

Audio

Forum

Read

Books


Write

Sign In

We will fetch book names as per the search key...

ଉଇଁ ଆସୁଥିବା ଜହ୍ନ (Uin Asuthiba Jahna)

★★★★★

AUTHOR :
ବିସ୍ମିତା ରାଣୀ ସାହୁ (Bismita Rani Sahoo)
PUBLISHER :
StoryMirror Infotech Pvt. Ltd.
ISBN :
978-93-91116-98-9
PAGES :
148
PAPERBACK
₹200

About Book:

ଦ୍ୱିତୀୟ ଗଳ୍ପ ସଂକଳନ ରୂପେ ‘ଉଇଁ ଆସୁଥିବା ଜହ୍ନ’କୁ ଗୁଣୀ ଜ୍ଞାନୀ ପାଠକମାନେ ନିଜର ସ୍ନେହର ମୋହର ମାରି ଆଦରି ନେବେ ବୋଲି ଅନେକ ବିଶ୍ୱାସ । ଷ୍ଟୋରୀମିରର୍ ତରଫରୁ ହୋଇଥିବା ’୫୨ ସପ୍ତାହ ଲିଖନ ପ୍ରତିଯୋଗିତା’ର ବିଜୟିନୀ ହିସାବରେ ଗାଳ୍ପିକାଙ୍କର ଏହି ଗଳ୍ପ ସଂକଳନଟି ଆତ୍ମପ୍ରକାଶ କରିଛି । ଗାଳ୍ପିକାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଲିପ୍ ଷ୍ଟିକ’ ୨୦୧୯ ମସିହାରେ ଟାଇମ ପାସ୍ ପ୍ରକାଶନ ତରଫରୁ ପ୍ରକାଶିତ ହୋଇଥିଲା ଏବଂ ଅନେକ ପ୍ରଶଂସା ସାଉଁଟି ଥିଲା । ଏବେ ତାଙ୍କ ଏହି ଗଳ୍ପ ପୁସ୍ତକ ମଧ୍ୟ ପାଠକୀୟ ଶ୍ରଦ୍ଧାଭାଜନ ହୋଇପାରିବ । 


About the Author:

ପିତା ଶ୍ରୀଯୁକ୍ତ ମଦନ ମୋହନ ସାହୁ, ମାତା ସ୍ୱର୍ଗତା ରେଣୁପ୍ରଭା ସାହୁଙ୍କର କନିଷ୍ଠା କନ୍ୟା ଗାଳ୍ପିକା ବିସ୍ମିତା ରାଣୀ ସାହୁଙ୍କର ଜନ୍ମ ନୟାଗଡ଼ ଜିଲ୍ଲାର ଦଶପଲ୍ଲାଠାରେ ହୋଇଥିଲେ ମଧ୍ୟ ବିବାହ ଓ କର୍ମକ୍ଷେତ୍ର ହେଉଛି ଅନୁଗୋଳ ସହରରେ । ସାଧାରଣ ଜୀବନରେ ଘଟୁଥିବା କାହାଣୀକୁ ସରଳ ଏବଂ ସାବଲୀଳ ଭାଷାରେ କାହାଣୀର ରୂପ ଦେଇପାରୁଥିବାରୁ ଅତି କମ୍ ସମୟରେ ପାଠକଙ୍କର ପ୍ରିୟ ପାଲଟିଛନ୍ତି ସେ । ନିଜ ଗଳ୍ପରେ ସେ ନିଜକୁ ବାରମ୍ବାର ଭେଟନ୍ତି । ଚରିତ୍ରମାନେ ଏକ ମାଧ୍ୟମ ମାତ୍ର । ବୃତ୍ତିରେ ବିଜ୍ଞାନ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ସାହିତ୍ୟରେ ଅନେକ ରୁଚି । ସେ ଯେ କେବଳ କ୍ଷୁଦ୍ରଗଳ୍ପ ଲେଖନ୍ତି ତାହା ନୁହେଁ, ଶିଶୁ ଗଳ୍ପ ଏବଂ ବିଶେଷକରି ବିଜ୍ଞାନ ଭିତ୍ତିକ ଗଳ୍ପ ଲେଖିବାକୁ ମଧ୍ୟ ଖୁବ୍ ଭଲ ପାଅନ୍ତି ।



ADD TO CART
 Added to cart