We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹225 | |
| Amazon | Price not available | |
| Flipkart | Price not available |
About The Book :
‘ସୁରଭି : ଏକ ଜୀବନ୍ତ କାହାଣୀ’ରେ ଜୀବନର ନବ ଦିଗନ୍ତ ସମାବେଶ ସହିତ ତିନୋଟି ପରିବାରକୁ ନେଇ ଏହି ଉପନ୍ୟାସ ବର୍ଣ୍ଣିତ। ଏହି ଉପନ୍ୟାସକୁ ନେଇ ଲେଖକ କୁହନ୍ତି ଯେ, ଏଥିରେ ଅଙ୍ଗେ ନିଭାଇ ଥିବା ଏକ ଜୀବନ୍ତ ଚରିତ୍ରଙ୍କ ମୁଖରୁ ଏହି କାହାଣୀଟି ଶ୍ରୋତା ଭାବେ ସେ ପ୍ରାୟ ପାଞ୍ଚ ଦିନ ଧରି ଏହି କାହାଣୀ ଟିକୁ ସାଉଁଟି ତାକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି। ସେ କୁହନ୍ତି ସେ ଯେତେବେଳେ ଶ୍ରୋତା ଭାବେ ଏହି କାହାଣୀକୁ ସାଉଁଟି ବାରେ ଲାଗିଥିଲେ। ସେତେବେଳେ ତାଙ୍କୁ ମନେ ହେଉଥିଲା ଯେ ଏହି ଘଟଣା ଗୁଡ଼ିକ ଯେମିତି ତାଙ୍କ ସହ ଘଟୁଛି। ଏହି କାହାଣୀରେ ନାରୀର ପ୍ରକୃତ ମୂଲ୍ୟକୁ ଲେଖକ ପଦାର୍ପଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ଉପନ୍ୟାସ ଆପଣଙ୍କୁ ଜୀବନ୍ତ ଅନୁଭବ ଦେବ। ସେ କୁହନ୍ତି କିଛି ଜୀବନ୍ତ ଚରିତ୍ର ସହ ସେ ନିଜେ ଦେଖା କରି ତାଙ୍କ ଠାରୁ ଏହି ବିଷୟରେ ଜାଣିବା ପରେ ସେ ନିଜେ ବହୁତ୍ ଦୁଃଖୀ ଅନୁଭବ ହୋଇଥିଲେ।
ଏହି ଉପନ୍ୟାସ ଜନ୍ମରୁ ଆରମ୍ଭ ହୋଇ ପିଲା ଦିନ, ସ୍କୁଲ୍ ସାଙ୍ଗ, କଲେଜ୍, ପ୍ରେମ, ବାହାଘରରୁ ପାରିବାରିକ କାହାଣୀ ଭିତରକୁ ଆସି ଶେଷରେ ଏକ ଅଭୁଲା ସ୍ମୃତି ଦେଇ ସମସ୍ତଙ୍କ ମନକୁ ଗଭୀର ଦୁଃଖର ସାଗରରେ ହଜେଇ ଦେଇଛି। ପରିବାରରେ ଯେଉଁ ଦୁଃଖ, ପ୍ରେମ ଏବଂ ମନଛୁଆଁ ପରିସ୍ଥିତି ଘଟିଛି ତାହା କେବଳ ଆପଣ ପଢିଲା ପରେ ଅନୁଭବ କରି ପାରିବେ। ଏହା ଉପନ୍ୟାସର ଦ୍ଵିତୀୟ ଭାଗ। ଏଥିରେ ସୁରଭି ପ୍ରତି ଅନ୍ୟାୟ ଏବଂ ଏମିତି କିଛି ଘଟଣା ଅଛି ଯାହା ଆପଣଙ୍କୁ ମନକୁ ଅଳ୍ପ କଷ୍ଟ ଦେଇପାରେ। ତଥା ଏହି ଉପନ୍ୟାସରେ ବସନ୍ତର ପ୍ରେମ କାହାଣୀ ଏବଂ ଶେଷ ଜୀବନରେ ଘଟିଥିବା କିଛି ଅବର୍ଣ୍ଣନୀୟ ଘଟଣା ଏଥିରେ ବର୍ଣ୍ଣିତ ଅଛି। ଆଶା କରୁଛି ଔପନ୍ୟାସିକ ତଥା କବି ନୀଳମାଧବ ଭୂୟାଁଙ୍କ ଏହି ଉପନ୍ୟାସଟି ଆପଣଙ୍କ ମନକୁ ଛୁଇଁବ ଏବଂ ଆଦର ଲାଭ କରିବ।
About The Author :
ନୀଳମାଧବ ଭୂୟାଁଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ। ସୁରଥ ଭୂୟାଁଙ୍କ ପରିବାରରେ ସେ କନିଷ୍ଠ ପୁତ୍ର ଥିଲେ। ସେ ପିଲା ଦିନରୁ କିଛି ନୂଆ ଆଶାର ଅପେକ୍ଷାରେ ସବୁବେଳେ ନିଜକୁ ଲୋକଲୋଚନକୁ ଆଣିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ ମାତ୍ର ସେ ବିଫଳ ହୋଇ ଆସୁଥିଲେ। ଭାଇଙ୍କ ପ୍ରୋତ୍ସାହନ ଏବଂ ତାଙ୍କର ଆଦରରେ ସେ ଅର୍ଦ୍ଧସାମରିକ ସେନାରେ ଯୋଗଦାନ କରିଲେ ସତ, କିନ୍ତୁ ନିଜ ଲେଖନି କଳାକୁ ସେ ଛାଡ଼ି ପାରିଲେ ନାହିଁ। ଲେଖନୀ କଳା ସହିତ ଉତ୍ତମ ବାର୍ତ୍ତା ସେ ପ୍ରତ୍ୟେକ ସମୟରେ ଦୁନିଆକୁ ଦେଇ ଆସିଛନ୍ତି ଏବଂ ଏହି ପ୍ରୟାସ ସେ ଆଗାମୀ ଭବିଷ୍ୟତରେ ମଧ୍ୟ ଦେବା ପାଇଁ ଇଚ୍ଛା ରଖିଛନ୍ତି। ତାଙ୍କର ଅନ୍ୟ କିଛି ପୁସ୍ତକ ପ୍ରକାଶ ଅପେକ୍ଷାରେ। ତାଙ୍କର କିଛି ଲେଖନୀ ଏବଂ ତଥ୍ୟ ନିଜ ବ୍ଲଗ୍ ପୃଷ୍ଠାରେ ସାଉଁଟି ରଖିଛନ୍ତି।