Quotes

Audio

Read

Books


Write

Sign In

We will fetch book names as per the search key...

ସୁକୁଟାସନ (Sukutasana)

By ଅରବିନ୍ଦ ରଥ (Arabinda Rath)


GENRE

Abstract

PAGES

115

ISBN

ebook

PUBLISHER

StoryMirror

E-BOOK ₹85 PAPERBACK ₹170
Rs. 85
Best Price Comparison
Seller Price
StoryMirror Best price ₹85
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART



About the Book


'ସୁକୁଟାସନ' ଗାଳ୍ପିକଙ୍କର ସମୁଦାୟ ୧୧ଟି ବ୍ୟଙ୍ଗ ଗଳ୍ପର ସଂକଳନ । ଏହାର ପ୍ରତିଟି ଗଳ୍ପ ନିଆରା ଶୈଳୀରେ ପରିବେଷିତ ହେବା ସହ କାହାଣୀ ପରିକଳ୍ପନାରେ ଗାଳ୍ପିକଙ୍କର ସ୍ଵତନ୍ତ୍ରତା ବାରିହୋଇପଡ଼େ। ସୂଚନାଯୋଗ୍ୟ ଯେ ନିକଟ ଭବିଷ୍ୟତରେ ଗାଳ୍ପିକଙ୍କ ବ୍ୟଙ୍ଗ ଗଳ୍ପକୁ ନେଇ ଅନ୍ୟ ଏକ ସଂକଳନ ଷ୍ଟୋରିମିରର୍ ମାଧ୍ୟମରେ ପ୍ରକାଶିତ ହେବାକୁ ଯାଉଛି। ଆମ୍ଭ ଦୃଢ ଆଶା ଓ ବିଶ୍ୱାସ ଏହି ବ୍ୟଙ୍ଗ ସଂକଳନ ପାଠକଙ୍କ ମନରେ ଆନନ୍ଦ ସଂଚାର କରାଇ ପାରିବା ସହ ସମସ୍ତଙ୍କ ମନରେ ଧାରେ ନିରୁତା ହସ ଫୁଟେଇବାରେ ସମର୍ଥ ହେବ।


About the Author


ଗାଳ୍ପିକ ଅରବିନ୍ଦ ରଥଙ୍କର ଅନେକ କୃତି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏଯାବତ୍ ଲେଖକ ପାଖାପାଖି ଶହେରୁ ଊର୍ଦ୍ଧ୍ଵ କ୍ଷୁଦ୍ରଗଳ୍ପ ରଚନା କରି ସାରିଛନ୍ତି ଓ ପ୍ରାୟ ସମସ୍ତ ଗଳ୍ପ ଷ୍ଟୋରିମିରର୍ ୱେବସାଇଟରେ ପ୍ରକାଶିତ ହୋଇସାରିଛି। ପ୍ରଥମ ଗଳ୍ପ ସଂକଳନ "ପାଳି" ପାଇଁ ଲେଖକ ପାଠକମଣ୍ଡଳୀରେ ନିଜର ଏକ ଭିନ୍ନ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ସବୁବେଳେ ଚେଷ୍ଟା କରିଥାନ୍ତି ତାଙ୍କ ଗଳ୍ପଗୁଡିକ ନିଆରା କରିବା ପାଇଁ।


ଅନ୍ତତଃ ପୂର୍ବରୁ ସେମିତିକା ଗଳ୍ପ ଅନ୍ୟ କେହି ଲେଖି ନଥାଆନ୍ତୁ। ଏହି ପ୍ରଚେଷ୍ଟାରେ କେତେ ଦୂର ଯେ ସେ ସଫଳ ହୋଇଛନ୍ତି ତାହା ସମୟ ଓ ପାଠକବମାନେ ହିଁ ବିଚାରକରିବେ। ବାସ୍ତବରେ ଅନ୍ୟ ଲୋକର ଆଖିରୁ ଦୁଇ ବୁନ୍ଦା ଲୁହ ଝରାଇବା ବା ହୃଦୟକୁ ବାଧିବା ପରି କଥା ବା କାର୍ଯ୍ୟ କରିବାଠାରୁ ସହଜ କାମ ବୋଧେ ପୃଥିବୀରେ ଆଉ କିଛି ନାହିଁ। ସେମିତି ଅନ୍ୟକୁ ଟାହି ଟାପରା ଓ ବେଇଜ୍ଜତ କରି ଦାନ୍ତ ନେଫେଡିବାରେ ବି କୌଣସି ବାହାଦୁରି ନାହିଁ। କିନ୍ତୁ କାହା ପ୍ରାଣରେ ଆଘାତ ନଦେଇ ହସାଇ ପାରିବା ଏତେ ସହଜ ବ୍ୟାପାର ନୁହେଁ।








You may also like

Ratings & Reviews

Be the first to add a review!
Select rating
 Added to cart