Quotes

Audio

Read

Books


Write

Sign In

We will fetch book names as per the search key...

ପ୍ରେମ ଲହରୀ(eBook)

★★★★★
Read the E-book in StoryMirror App. Click here to download : Android / iOS
Author | Prasanta Kumar Nath Publisher | StoryMirror Infotech Pvt. Ltd. ISBN | E-BOOK Pages | 40
E-BOOK
₹10




ପ୍ରେମ ଶାଶ୍ୱତ ,ପ୍ରେମ ଚିରନ୍ତନ, ପ୍ରେମ ଦୁଇଟି ହୃଦୟର ମଧୁର ମିଳନ , ପ୍ରକୃତ ପ୍ରେମର ଏକ ନିଚ୍ଛକ ଚିତ୍ର ପାଇବେ ଗଳ୍ପ 'ଶାଶ୍ୱତ ପ୍ରେମ'ରେ । ସମସ୍ତେ କୁହନ୍ତି ଅପେକ୍ଷାର ଫଳ ମିଠା କିନ୍ତୁ ବେଳେ ବେଳେ ସେହି ଅପେକ୍ଷା ଜଣଙ୍କ ହୃଦୟକୁ କେତେ ବଡ଼ ଶକ୍ତ ଧକ୍କା ଦେଇପାରେ ତାହା ପାଇବେ ଗଳ୍ପ 'ସେଇ ଝିଅଟି'ରେ । ରାସ୍ତାରେ ଯାଉ ଯାଉ ଯଦି ବର୍ଷା ହୁଏ ସମସ୍ତେ ଖୋଜନ୍ତି ରାସ୍ତାକଡ଼ରେ ଥିବା କୋଉ ଘରର ପିଣ୍ଡା ନହେଲେ କିଛି ଗଛ । କିନ୍ତୁ ସେହି ଗଛତଳେ ମୁଣ୍ଡ ଗୁଞ୍ଜୁ ଗୁଞ୍ଜୁ ଅନେକ ସମୟରେ କେମିତି ପ୍ରେମ ହୋଇଯାଏ ତାହା ପାଇବେ ଗଳ୍ପ 'ବର୍ଷା ଆଉ ବୁଢା ବରଗଛ'ରେ । ପ୍ରେମ ସିନା ପବିତ୍ର କିନ୍ତୁ ବେଳେବେଳେ ସେହି ପ୍ରେମ ଅନେକ ସମୟରେ କାହା ପାଇଁ କଳଙ୍କ ସାଜିଥାଏ ଯାହାର ଏକ ସୁନ୍ଦର ଉଦାହରଣ ପାଇବେ ଗଳ୍ପ 'ପାପ ପ୍ରେମ'ରେ । ପ୍ରେମ କେତେବେଳେ ହୁଏ କେମିତି ହୁଏ କେହି ଜାଣି ପାରନ୍ତିନି । ଖାଲି ଶରୀରର ସୁନ୍ଦରତାକୁ ଦେଖି ପ୍ରେମ ହୋଇନଥାଏ । ପ୍ରେମ ହୋଇଥାଏ ହୃଦୟର ମିଳନରେ ଯାହାର ଏକ ନିଚ୍ଛକ ପ୍ରମାଣ ପାଇବେ 'ଏମିତି ବି ପ୍ରେମ ହୁଏ' ଆଉ 'ଏମିତିବି ପ୍ରେମ ହୁଏ-୨' ଦୁଇଟି ଗଳ୍ପରେ । ସତରେ ଚିଠି ଲେଖିବାର ଅନୁଭୂତି ନିଆରା ଆଉ ତାହା ଯଦି ପ୍ରେମ ଚିଠି ହୋଇଥାଏ ତାହେଲେ ସେକଥା ନକହିବା ଭଲ । ହେଲେ ସେହି ଚିଠି କାହା ପାଇଁ ଖୁସିର ଫଗୁଣ ଆଣିଦେଇଥାଏ ତ କାହା ପାଉ ଲୁହର ଶ୍ରାବଣ ପାଲଟି ଥାଏ , ଯାହା ପାଇବେ ଗଳ୍ପ 'ପ୍ରେମ ଚିଠି'ରେ । ପ୍ରେମ ହୁଏତ ସମସ୍ତେ କରିଥାନ୍ତି କିନ୍ତୁ ବେଳେ ବେଳେ ପ୍ରେମ ପାଇଁ କେହି କେହି ନିଜର ଦାୟିତ୍ୱ ଭୁଲି ଯାଆନ୍ତି ତ କେହି କେହି ଦାୟିତ୍ୱ ପାଇଁ ପ୍ରେମ କରିବାକୁ ସମୟ ପାଆନ୍ତି ନାହିଁ । ହେଲେ ଏହି ଦୁଇଟିକୁ ବଲାନ୍ସ କରି ଜଣେ କେମିତି ଏକ ଜୀବନ ଅତିବାହିତ କରି ପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗଳ୍ପ 'ଦାୟିତ୍ୱ ଓ ପ୍ରେମ'ରେ ।









Be the first to add review and rating.


 Added to cart